ବଡ଼ଚଣା ପୂଜା କମିଟିର ୬୭ତମ ଦଶହରା ଉତ୍ସବ, ପୋଡାହେଲା ୩୦ଫୁଟର ରାବଣ

Published By : Prameya-News7 Bureau | October 06, 2022 IST

ଚଣ୍ଡିଖୋଲ ୦୬।୧୦ : ଚଳିତ ବର୍ଷ ବେଶ୍‌ ଉତ୍ସାହ ଓ ଉଦ୍ଦୀପନାର ସହ ଯାଜପୁର ଜିଲ୍ଲା ବଡ଼ଚଣା ଠାରେ ଦୁର୍ଗାପୂଜା ପାଳିତ ହୋଇଯାଇଛି । ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଅନୁଷ୍ଠିତ ଏହି ପୂଜା ଚଳିତ ବର୍ଷ ୬୭ ତମ ଦଶହରା ଉତ୍ସବ ପାଳନ କରିଛି ।

ପରମ୍ପରା ଅନୁଯାୟୀ ବଡ଼ଚଣା ପୂଜା କମିଟି ପକ୍ଷରୁ ରାବଣ ପୋଡି ଉତ୍ସବ ମଧ୍ୟ ପାଳିତ ହୋଇଛି । ୧୫ ବର୍ଷ ଧରି ଏହି ରାବଣ ପୋଡି ଉତ୍ସବ ପାଳିତ ହୋଇଆସୁଛି । ଚଳିତ ୩୦ ଫୁଟ ଉଚ୍ଚତାର ରାବଣ ତିଆରି ହୋଇଥିଲା । ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଏହି ରାବଣ ପୋଡି ଉତ୍ସବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ବିଧାୟକଙ୍କ ପୂଜାର୍ଚ୍ଚନା କରିବା ପରେ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରିଥିଲେ । ଏହି ଉତ୍ସବରେ ବଡ଼ଚଣା ଥାନା ଅଧିକାରୀ, ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ । ରାବଣ ପୋଡି ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.