ଆଶା ଓ ଆଶଙ୍କାରେ ରାଜଧାନୀର ରାବଣ ପୋଡି ଉତ୍ସବ, ଏବେ ଯାଏଁ କାହାକୁ ମିଳିନି ଅନୁମତି

Published By : Prameya-News7 Bureau | October 05, 2022 IST

ଭୁବନେଶ୍ୱର ୦୫।୧୦ : ଆଶା ଓ ଆଶଙ୍କାରେ ରାଜଧାନୀର ରାବଣ ପୋଡି ଉତ୍ସବ । ରାବଣ ପୋଡି ପାଇଁ ରାଜଧାନୀରେ ଏବେ ଯାଏଁ କାହାକୁ ଅନୁମତି ଦେଇନାହିଁ ଅଗ୍ନିଶମ ବାହିନୀ । ଯଦି ଆଗକୁ ଅନୁମତି ମିଳିଲା । ତେବେ ରାଜଣ ପୋଡି ପାଇଁ କ୍ଷେତ୍ର ପରିଦର୍ଶନ କରିବ କମିଶନରେଟ୍‌ ପୋଲିସ । କ୍ଷେତ୍ର ପରିଦର୍ଶନ ପରେ କମିଶନରେଟ୍‌ ପୋଲିସ ପକ୍ଷରୁ ଅନୁମତି ମିଳିବ ବୋଲି ଜଣାପଡିଛି ।  

ଖବର ଅନୁଯାୟୀ, ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ରାବଣ ପୋଡି ନେଇ ପ୍ରସ୍ତୁତି ହୋଇସାରିଛି । କିନ୍ତୁ ପୋଲିସ କିମ୍ବା ଅଗ୍ନିଶମ ବିଭାଗର ଅନୁମତି ଏଯାଏଁ ମିଳିନାହିଁ । ପ୍ରଥମ ଅଗ୍ନିଶମ ବାହିନୀର ଅଧିକାରୀମାନେ ରାବଣ ପୋଡି ପାଇଁ ଅନୁମତି ଦେବେ , ତାପରେ ଯାଇ କମିଶନରେଟ୍‌ ପୋଲିସ କ୍ଷେତ୍ର ପରିଦର୍ଶନ କରି ଅନୁମତି ଦେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.