ଚା' ବିକି ବୁଲୁଥିଲେ ବିଦେଶ: ୧୪ ବର୍ଷରେ ପତ୍ନୀଙ୍କୁ ବୁଲାଇଛନ୍ତି ୨୬ ଦେଶ, ଆଉ ନାହାନ୍ତି ଚା' ବିକାଳୀ ବିଜୟନ

Published By : Prameya-News7 Bureau | November 20, 2021 IST

କୋଚି ୨୦/୧୧ : ଅନେକ ଦେଶ ଯାତ୍ରା କରିସାରିଥିବା କୋଚିର ପ୍ରସିଦ୍ଧ ଚା' ବିକାଳୀ ବିଜୟନଙ୍କର ଶୁକ୍ରବାର ଦିନ ହୃଦଘାତରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସେ କୋଚିରେ ଏକ ସାଧାରଣ ଚା' ଦୋକାନ କରିଥିଲେ। 'ଶ୍ରୀ ବାଲାଜୀ କଫି ହାଉସ' ର ମାଲିକ ବିଜୟନ ଓ ତାଙ୍କ ପତ୍ନୀ ମୋହନା ନିଜ ରୋଜଗାରରେ ବିଶ୍ୱ ଭ୍ରମଣ କରି ପ୍ରସିଦ୍ଧ ହୋଇଥିଲେ।

{"id":547156,"width":644,"height":335,"sizeSlug":"full","linkDestination":"none"}

ଦମ୍ପତି ନିକଟରେ ଋଷ ଯାତ୍ରା କରି ଫେରିଥିଲେ। ଋଷ ଯିବା ପୂର୍ବରୁ ବିଜୟନ କହିଥିଲେ ଯେ ସେ ଅକ୍ଟୋବର ବିପ୍ଳବର ବାର୍ଷିକୀ ଦେଖିବାକୁ ଚାହୁଁଛନ୍ତି, ଯେଉଁଥିରେ ବୋଲ୍ଶେଭିକ ପାର୍ଟି ୧୯୧୭ ରେ କ୍ଷମତା ଉପରେ କବଜା କରିଥିଲା। ସେ ବୋଲ୍ଗା ନଦୀକୁ ପାଖରୁ ଦେଖିବା ପାଇଁ ବହୁତ ଉତ୍ସାହିତ ଥିଲେ।

{"id":547153,"width":670,"height":335,"sizeSlug":"full","linkDestination":"none"}

ଦମ୍ପତି ଚା' ଦୋକାନରୁ ହେଉଥିବା ଆୟରୁ ଦୈନିକ ୩୦୦ ଟଙ୍କା ସଞ୍ଚୟ କରି ୨୦୦୭ ରେ ଇସ୍ରାଇଲ ଯାତ୍ରା କରିଥିଲେ। ଏହା ତାଙ୍କର ପ୍ରଥମ ବିଦେଶ ଯାତ୍ରା ଥିଲା। ଗତ ୧୪ ବର୍ଷରେ ଦମ୍ପତି ୨୬ ଦେଶ ଯାତ୍ରା କରିଛନ୍ତି। ଯାତ୍ରା କରିବାକୁ ଏହି ଦମ୍ପତି କିଛି ଛୋଟମୋଟ ଋଣ ମଧ୍ୟ କରିଥାନ୍ତି। ଯାତ୍ରା କରିବାର କିଛି ଦିନ ପୂର୍ବରୁ ସେ ଚା' ଦୋକାନରେ ନିଜ ଯାତ୍ରା ସମ୍ବନ୍ଧରେ ଏକ ପୋଷ୍ଟର ଲଗାଇ ଦେଉଥିଲେ।

{"id":547155,"width":620,"height":465,"sizeSlug":"full","linkDestination":"none"}

ଦୋକାନରେ ପତ୍ନୀ ଚା' ଓ ଜଳଖିଆ ତିଆରି କରୁଥିଲେ। ବିଜୟନ ନିଜେ ମଧ୍ୟ ଚା' ତିଆରି କରନ୍ତି। ଦୁହେଁ ପ୍ରଥମେ ଦେଶର ସମସ୍ତ ଧାର୍ମିକ ସ୍ଥଳ ଓ ପର୍ଯ୍ୟଟନ ସ୍ଥଳ ଯାତ୍ରା କରିଥିଲେ। ଦୁହେଁ ପ୍ରାୟ ୧୦୦ ରୁ ଅଧିକ ଥର ଭଗବାନ ବାଲାଜୀଙ୍କ ମନ୍ଦିର ଦର୍ଶନ କରିଛନ୍ତି। ଦେଶ ବୁଲିବା ପରେ ଦୁହେଁ ବିଦେଶ ଯାତ୍ରା ଆରମ୍ଭ କରିଥିଲେ।

{"id":547154,"sizeSlug":"full","linkDestination":"none"}

ଚା' ବିକି ସାରା ଦୁନିଆରେ ଯାତ୍ରା କରୁଥିବା ଏହି ଦମ୍ପତିଙ୍କ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାପରେ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କ ଭଳି ପ୍ରଯୋଜକ ସାମ୍ନାକୁ ଆସିଥିଲେ। ୨୦୧୯ ରେ ଆନନ୍ଦ ମହିନ୍ଦ୍ରା ତାଙ୍କର ଅଷ୍ଟ୍ରେଲିଆ ଯାତ୍ରା ପ୍ରାୟୋଜିତ କରିଥିଲେ। ଚଳିତ ବର୍ଷ ଅକ୍ଟୋବର ୨୧ ରେ ଦମ୍ପତି ଋଷ ଯାତ୍ରା କରିଥିଲେ ଓ ୨୮ ରେ ଫେରିଥିଲେ। ଏହା ତାଙ୍କର ଅନ୍ତିମ ଯାତ୍ରା ଥିଲା। 

{"id":547151,"width":660,"height":495,"sizeSlug":"full","linkDestination":"none"}

ବିଜୟନ ନିଜ ଯାତ୍ରାକୁ ନେଇ ଗଣମାଧ୍ୟମକୁ କହିଥିଲେ ଯେ ଯାତ୍ରା ତାଙ୍କ ରକ୍ତରେ ଅଛି। ଅନୁଭୂତି ସବୁଠାରୁ ଭଲ ଶିକ୍ଷକ ଏବଂ ଯାତ୍ରା ସବୁଠାରୁ ଭଲ ଅନୁଭୂତି ଯାହା ଆପଣଙ୍କୁ ଧନୀ କରିଥାଏ।

{"id":547163,"sizeSlug":"full","linkDestination":"none"}

ଜଣାଶୁଣା ଲେଖକ ଏନ.ଏସ.ମାଧବନ ଟ୍ୱିଟ କରି କହିଛନ୍ତି ଯେ ଦୁନିଆର ଅନେକ ଦେଶ ବୁଲିଥିବା ଏର୍ଣ୍ଣାକୁଲମର ଚା' ବିକାଳୀ ବିଜୟନଙ୍କ ଦେହାନ୍ତ ହୋଇଛି।କିଛି ଦିନ ପୂର୍ବରୁ ସେ ଋଷରୁ ଫେରିଥିଲେ। ପୁଟିନ ତାଙ୍କୁ ସାକ୍ଷାତ କରିବାକୁ ଇଚ୍ଛା କରିଥିଲେ। ବିଜୟନଙ୍କ ପରିବାରରେ ତାଙ୍କ ପତ୍ନୀ, ଦୁଇ ଝିଅ ଓ ନାତି-ନାତୁଣୀ ଅଛନ୍ତି।

{"id":547157,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.