ପରଲୋକରେ ସାଉଥ ଅଭିନେତ୍ରୀ ଆର.ସୁବାଲକ୍ଷ୍ମୀ, ଇଣ୍ଡଷ୍ଟ୍ରିରେ ଶୋକର ଛାୟା

Published By : Prameya-News7 Bureau | December 01, 2023 IST

ମୁମ୍ଵାଇ ୦୧।୧୨: ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରିରୁ ବହୁତ ଦୁଃଖଦ ଖବର ଆସିଛି । ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କ ଦେହାନ୍ତ ହୋଇଛି। ମାଲାୟାଲମ୍ ଅଭିନେତ୍ରୀ ଆର ସୁବାଲକ୍ଷ୍ମୀ ବର୍ତ୍ତମାନ ଦୁନିଆକୁ ବିଦାୟ ଦେଇଛନ୍ତି। ତାଙ୍କ ଦେହାନ୍ତ ଖବର ପାଇ ପ୍ରଶଂସକମାନେ ଗଭୀର ଚକିତ ହୋଇଯାଇଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଶୋକ ରହିଛି। ଭେଟେରାନ ଅଭିନେତ୍ରୀ ଆର ସୁବାଲକ୍ଷ୍ମୀ ଗୁରୁବାର ଅର୍ଥାତ୍ ୩୦ ନଭେମ୍ବରରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଆର ସୁବାଲକ୍ଷ୍ମୀ ୮୭ ବର୍ଷ ବୟସରେ ଦେହାନ୍ତ କରିଥିଲେ। ବର୍ତ୍ତମାନ ଏହି ଖବର ଶୁଣି ସମଗ୍ର ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରି ଶୋକରେ।  ଆର ସୁବାଲକ୍ଷ୍ମୀ ଦକ୍ଷିଣ ସିନେମାର ଏକ ଜଣାଶୁଣା ଚେହେରା ଥିଲେ । ସେ କେବଳ ମାଲାୟାଲମରେ ନୁହେଁ ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସେ ଇଂରାଜୀ ଚଳଚ୍ଚିତ୍ର ‘ଇନ ଦ ନେମ୍ ଅପ୍‌ ଗଡ’ରେ କାମ କରିଥିଲେ।

South Actress R Subbalakshmi Passed Away

ତାଙ୍କୁ ଶେଷ ଥର ପାଇଁ ଥଲାପତିରେ ବିଜୟଙ୍କ 'ଆନିମଲ'ରେ ଦେଖିବାକୁ ମିଳିଥିଲା। ଆର ସୁବାଲକ୍ଷ୍ମୀ ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ 'ଦିଲ ବେଚାରା'ରେ ମଧ୍ୟ କାମ କରିଥିଲେ। ତାଙ୍କୁ ଏହି ଫିଲ୍ମରେ ସୁଶାନ୍ତଙ୍କ ଜେଜେମା ଭୂମିକାରେ ଦେଖିବାକୁ ମିଳିଥିଲା। ଏଭଳି ପରିସ୍ଥିତିରେ ତାଙ୍କ ବିୟୋଗ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଲାଗିଛି। କହିବାକୁ ଗଲେ, ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କୁହାଯାଉଛି ଯେ ସେ କେରଳର ଥିରୁବନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।

wp:embed {"url":"https://www.prameyanews7.com/sam-bahadur-twitter-review-vicky-kaushal-film-praised-by-audience/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sam-bahadur-twitter-review-vicky-kaushal-film-praised-by-audience/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.