ଧୋନିଙ୍କୁ ଅଣଦେଖା କରିଥିଲେ କୋହଲି, ରବି ଶାସ୍ତ୍ରୀଙ୍କ ବୁଝାସୁଝା ପରେ ମାନିଥିଲେ ବିରାଟ

Published By : Prameya-News7 Bureau | January 14, 2023 IST

ମୁମ୍ବାଇ ୧୪।୦୧ : ଚମତ୍କାର ଫର୍ମରେ ଅଛନ୍ତି ବିରାଟ କୋହଲି । ଲଗାତର ଭାବେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ୧୧୩ରନ୍‌ର ପାରି ଖେଳି ନିଜର ୪୫ତମ ଶତକ ହାସଲ କରିଛନ୍ତି । ସଚିନଙ୍କ ୪୯ଟି ଶତକ ଭାଙ୍ଗିବାକୁ ଆଉ ମାତ୍ର ୪ଟି ପାଦ ଦୂରରେ ବିରାଟ । ଏହି ସବୁ ଭିତରେ ଭାରତୀୟ ଦଳର ପୂର୍ବତନ ଫିଲ୍ଡିଂ କୋଚ ଆର୍‌ ଶ୍ରୀଧରଙ୍କ ବହି ‘Coaching Beyond’ ବହିକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆର୍‌ ଶ୍ରୀଧର ନିଜ ବହିରେ ଧୋନି-ବିରାଟଙ୍କ ସଂପର୍କକୁ ନେଇ ଅନେକ ଖୁଲାସା କରିଛନ୍ତି । ବିରାଟଙ୍କୁ ଟେଷ୍ଟ ଅଧିନାୟକ ଦାୟିତ୍ୱ ମିଳିବାରେ ବେଶ୍‌ ଆଗ୍ରହୀ ଥିଲେ ଦିନିକିଆ ଏବଂ ଟି-୨୦ର ଦାୟିତ୍ୱ ଲାଗି । ଏମିତିକି ବିରାଟ ଧୋନିଙ୍କୁ ଅଣଦେଖା କରିବା ଆରମ୍ଭ କରିଦେଇଥିଲେ । ୨୦୧୬ ମସିହାରେ ବିରାଟ କୋହଲି ସବୁ ଫର୍ମାଟରେ ଅଧିନାୟକ ହେବାକୁ ଚାହୁଁଥିଲେ । ମୁହଁ ଖୋଲି କହିଥିଲେ ବି ତାଙ୍କର କିଛି କଥା ସେହି ଆଡକୁ ଇଙ୍ଗିତ କରୁଥିଲା ।

{"id":732966,"sizeSlug":"full","linkDestination":"none"}

ତେବେ କଥା ବଢିବା ଦେଖି ଟିମ୍‌ ଡାଇରେକ୍ଟର ଥିବା ରବି ଶାସ୍ତ୍ରୀ ଏଣ୍ଟ୍ରି କରିଥିଲେ । ସେ ବିରାଟକୁ ବୁଝାଇଥିଲେ । କହିଥିଲେ କି, ଧୋନି ତୁମକୁ ତାଙ୍କ ଉତ୍ତରାଧିକାରୀ ଭାବେ ଟେଷ୍ଟ ଟିମ୍‌ର ଦାୟିତ୍ୱ ଦେଇଛନ୍ତି । ତୁମେ ଏବେ ଟେଷ୍ଟ ଟିମ୍‌ରେ ଫୋକସ କର । ଆଗକୁ ଉପଯୁକ୍ତ ସମୟରେ ତୁମକୁ ଦାୟିତ୍ୱ ମିଳିବ । ଯଦି ତୁମେ ତାଙ୍କୁ ସମ୍ମାନ କରିବ, ଆଗକୁ ତୁମକୁ ସମ୍ମାନ ମିଳିବ । ରବିଶାସ୍ତ୍ରୀଙ୍କ ବୁଝାସୁଝା ପରେ ବିରାଟ  ବୁଝିଯାଇଥିଲେ । ଯେପର୍ଯ୍ୟନ୍ତ ଧୋନି ଅଧିନାୟକ ପଦ ତାଙ୍କ ତରଫରୁ ଛାଡିନାହାନ୍ତି । ସେପର୍ଯ୍ୟନ୍ତ ସେ ଏବିଷୟରେ ଆଲୋଚନା କରିବେନାହିଁ ବୋଲି ମନସ୍ଥ କରିଥିଲେ ।

ସୂଚନାଯୋଗ୍ୟ  ଯେ, ୨୦୧୭ରେ ଧୋନି ଦିନିକିଆ ଓ ଟି-୨୦ କ୍ରିକେଟ୍‌ର ଅଧିନାୟକ ପଦ ଛାଡିଥିଲେ । ଏହାପରେ ଧୋନିଙ୍କ ଉତ୍ତରାଧୀକାରୀ ଭାବେ ବିରାଟ କୋହଲିଙ୍କୁ ଦାୟିତ୍ୱ ମିଳିଥିଲା । ବିରାଟ ବି ଏହି ଦାୟିତ୍ୱକୁ ବେଶ୍‌ ଭଲ ଭାବରେ ତୁଲାଇଥିଲେ । ବିରାଟଙ୍କ ଅଧିନାୟକରେ ଭାରତ ବିଶ୍ୱକପ୍‌ ଟ୍ରଫି ଜିତିବାରେ ବିଫଳ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.