ଆର.ମାଧବନଙ୍କ ପୁଅ ବେଦାନ୍ତ ସନ୍ତରଣରେ ପାଇଲେ ୭ଟି ମେଡାଲ, ଅଭିନେତା ସେୟାର କଲେ ପୋଷ୍ଟ
13/02/2023 at 12:51 PM

ମୁମ୍ଵାଇ ୧୩।୦୨: ବଲିଉଡ୍ ଅଭିନେତା ଆର.ମାଧବନ। ତାଙ୍କ ପୁଅ ବେଦାନ୍ତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ବେଦାନ୍ତ ତାଙ୍କ ପିତାଙ୍କୁ ଗର୍ବିତ ଅନୁଭବ କରାଇଛନ୍ତି। ବାସ୍ତବରେ, ବେଦାନ୍ତ କେବଳ ୨ କିମ୍ବା ୩ ନୁହେଁ, ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୩’ ରେ ୭ ଟି ପଦକ ଜିତିଛନ୍ତି। ଆର ମାଧବନ ତାଙ୍କ ପୁଅର ଏହି ବିଜୟରେ ଖୁସିରେ ଝୁମି ଉଠିଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପୁଅ ବେଦାନ୍ତ ଏବଂ ଅନ୍ୟ ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏହି ଫଟୋଗୁଡ଼ିକରେ, ବେଦାନ୍ତ ତାଙ୍କର ପଦକ ଏବଂ ଟ୍ରଫି ଦେଖାଇଛନ୍ତି । ପୁଅ କେଉଁ ପ୍ରତିଯୋଗିତାରେ କେଉଁ ପଦକ ପାଇଛନ୍ତି ତାହା ମଧ୍ୟ ମାଧବନ୍ କହିଛନ୍ତି। ଅଭିନେତା ଲେଖିଛନ୍ତି, ‘ବେଦାନ୍ତ ୧୦୦ ମିଟର, ୨୦୦ମିଟର ଏବଂ ୧୫୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥି ସହିତ ୪୦୦ ମିଟର ଏବଂ ୮୦୦ ମିଟର ସନ୍ତରଣରେ ର ରୌପ୍ୟ ପଦକ ଜିତିଥିଲେ । ଅନ୍ୟ ଏକ ଟ୍ୱିଟରେ ମାଧବନ୍ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ବେଦାନ୍ତଙ୍କ ପ୍ରଦର୍ଶନ ଏବଂ ଆପେକ୍ସା ଫର୍ଣ୍ଣାଣ୍ଡିସ୍ ଏବଂ ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରାଯାଇଛି।
With gods grace -Gold in 100m, 200m and 1500m and silver in 400m and 800m . 🙏🙏🙏👍👍 pic.twitter.com/DRAFqgZo9O
— Ranganathan Madhavan (@ActorMadhavan) February 12, 2023
ମାଧବନ୍ ଲେଖିଛନ୍ତି ଯେ ସେ ବହୁତ ଗର୍ବିତ ଅନୁଭବ କରୁଛନ୍ତି। ମାଧବନ୍ ଲେଖିଛନ୍ତି, ଅପେକ୍ଷା ଫର୍ଣ୍ଣାଣ୍ଡିସ୍ (୬ଟି ଗୋଲ୍ଡ ଏବଂ ଗୋଟିଏ ରୌପ୍ୟ) ଏବଂ ବେଦାନ୍ତ ମାଧବନ୍ (୫ଟି ସୁନା ଏବଂ ୨ଟି ରୌପ୍ୟ) ମିଳିଛି । ଯାହା ଦ୍ୱାରା ମୁଁ ବହୁତ କୃତଜ୍ଞ ଓ ନମ୍ର ଅନୁଭବ କରୁଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଖେଲ ଇଣ୍ଡିଆର ଆୟୋଜନ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ମାଧବନଙ୍କ ପୁଅ ବେଦାନ୍ତ ଏକ ଜାତୀୟ ସ୍ତରର ସନ୍ତରଣକାରୀ । ସେ ପୂର୍ବରୁ ବିଦେଶ ଯାଇ ଦେଶକୁ ନାମକୁ ଗର୍ବିତ କରିଛନ୍ତି। ବେଦାନ୍ତ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରଷ୍କାର ଜିତିଛନ୍ତି। ଏଭଳି ପରିସ୍ଥିତିରେ ବାପା ମାଧବନ୍ ସବୁବେଳେ ତାଙ୍କ ପୁଅକୁ ସମର୍ଥନ କରିଛନ୍ତି।