ଅଶ୍ୱିନଙ୍କୁ ନେଇ ଭବିଷ୍ୟବାଣୀ କଲେ ଗାଭାସ୍କର, କହିଲେ...

Published By : Prameya-News7 Bureau | March 17, 2022 IST

ନୂଆଦିଲ୍ଲୀ ୧୭/୦୩: ଶ୍ରୀଲଙ୍କା ବିରକ୍ଷ ସିରିଜରେ ୧୨ ଓ୍ୱିକେଟ୍ ନେଇଥିଲେ ଭାରତୀୟ ସ୍ପିନର ଆର ଅଶ୍ୱିନ । ଏହାସହ ସେ ମୋଟ ୪୪୨ ଓ୍ୱିକେଟ୍ ହାସଲ କରି ୪ ଖେଳାଳିଙ୍କୁ ପଛରେ ପକାଇଛନ୍ତି । ସବୁଠାରୁ ଅଧିକ ଓ୍ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ସେ ୮ ନମ୍ବର ସ୍ଥାନରେ ରହିଛନ୍ତି । ତେବେ ଅଶ୍ୱିନଙ୍କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ସୁନିଲ ଗାଭାସ୍କର ।

ଗାଭାସ୍କର କହିଛନ୍ତି ଯେ, ୩୫ ବର୍ଷୀୟ ଅଶ୍ୱିନଙ୍କ ଆଗରେ ଅନିଲ କୁମ୍ବଲେ ରହିଛନ୍ତି । କୁମ୍ବଲେ ୬୧୯ ଓ୍ୱିକେଟ୍ ନେଇଛନ୍ତି । ଅଶ୍ୱିନଙ୍କୁ ଆହୁରି ଅଧିକ ବାଟ ଯିବାକୁ ପଡିବ । ସେ ଭବିଷ୍ୟତ କଥା କହୁଛନ୍ତି । ଅଶ୍ୱିନ ଲଗାତର ଭଲ ପ୍ରଦର୍ଶନ କରି କୁମ୍ବଲେଙ୍କ ରେକର୍ଡ ଭାଙ୍ଗିପାରିବେ ।

ଗାଭାସ୍କର ଆହୁରି କହିଛନ୍ତି ଯେ, ଅଶ୍ୱିନ ଓ ଜସପ୍ରିତ ବୁମରାହ ଦୁଇଜଣ ଭଲ ବୋଲର । ବୁମରାହ ଅଶ୍ୱିନଙ୍କ ପରେ ଟେଷ୍ଟ୍ କ୍ରିକେଟକୁ ଓହ୍ଲାଇଥିଲେ । ଆହୁରି ଅଧିକ ଭଲ କରିବେ ବୁମରାହ । ଅଶ୍ୱିନ ବ୍ୟାଟରଙ୍କ ମନରେ ସର୍ବଦା ଦ୍ୱନ୍ଦ୍ୱ ସୃଷ୍ଟି କରନ୍ତି । ବୁମରାହ ମଧ୍ୟ ଅଶ୍ୱିନଙ୍କ ଭଳି ପନ୍ଥା ଅବଲମ୍ବନ କରିଥାନ୍ତି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.