ଆର ଅଶ୍ଵିନ ବନାମ ନାଥନ ଲିୟନ, ଜୋ ରୁଟ୍ କହିଲେ ଦୁହିଁଙ୍କ ମଧ୍ୟରୁ କିଏ ଅଧିକ ଘାତକ ବୋଲର

Published By : Prameya-News7 Bureau | March 04, 2024 IST

ନୂଆଦିଲ୍ଲୀ: ସଂପ୍ରତି ଟେଷ୍ଟ କ୍ରିକେଟରେ ଯେବେ ସ୍ପିନରଙ୍କ କଥା ଉଠେ ତେବେ ସ୍ଵତଃପ୍ରବୃତ ଭାବେ ଦୁଇଟି ନାଁ ସାମ୍ନାକୁ ଆସେ। ସେହି ଦୁଇ ବୋଲର ହେଉଛନ୍ତି ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଓ ଅଷ୍ଟ୍ରେଲିଆର ନାଥନ ଲିୟନ। ନିକଟରେ ଦୁଇ ବୋଲର ଟେଷ୍ଟରେ ୫୦୦ ଟେଷ୍ଟ ଓ୍ଵିକେଟ୍ ନେବାର ମାଇଲ ଖୁଣ୍ଟ ଛୁଇଁ ସାରିଛନ୍ତି। ଦୁଇ ବୋଲର ପରସ୍ପରଙ୍କୁ ବେଶ ସମ୍ମାନ ମଧ୍ୟ କରନ୍ତି। ଇଂଲଣ୍ଡର ତାରକା ବ୍ୟାଟର ଜୋ ରୁଟ୍ ଟେଷ୍ଟ କ୍ରିକେଟରେ ଏହି ଦୁଇ ବୋଲରଙ୍କୁ ଖୁବ୍ ସାମ୍ନା କରିଛନ୍ତି। ଏଥିପାଇଁ ସେ ଜାଣିଛନ୍ତି ଦୁଇ ବୋଲରଙ୍କ ମଧ୍ୟରୁ କିଏ ଅଧିକ ଘାତକ ଓ ଉଭୟଙ୍କ ମଧ୍ୟରେ  କଣ ପାର୍ଥକ୍ୟ ରହିଛି।

wp:heading {"level":4}

Also read- WTC Point Table: ଶୀର୍ଷକୁ ଉଠିଲା ଭାରତ, ନ୍ୟୁଜିଲାଣ୍ଡର ପରାଜୟରେ ରୋହିତ ବାହିନୀଙ୍କୁ ମିଳିଲା ଫାଇଦା

/wp:heading

ସ୍କାଇ ସ୍ପୋର୍ଟ୍ସ ସହ ଆଲୋଚନା ବେଳେ ରୁଟ୍ କହିଛନ୍ତି, ଅଶ୍ଵିନ ବୋଲିଂ କରିବା ସମୟରେ ବୋଲିଂରେ ଅନେକ ବିବିଧତା ଆଣନ୍ତି। ଏହି ମାମଲାରେ ସେ ବହୁତ ଆଗରେ ରହିଛନ୍ତି। କେମିତି ବ୍ୟାଟରଙ୍କୁ କ୍ରିଜ ବାହାରକୁ ଅଣାଯିବ ତାର କଳା ଅଶ୍ଵିନଙ୍କୁ ବେଶ ଭଲ ଭାବେ ଜଣା। ଅନ୍ୟପଟେ ରୁଟ୍ ଲିୟନଙ୍କୁ ନେଇ କହିଛନ୍ତି, ଖାସ୍ କରି ଟେଷ୍ଟ  ମ୍ୟାଚ୍‌ର ପ୍ରଥମ ହାଫରେ ଲିୟନ ବଲକୁ ଉପରେ ରଖିବାକୁ ପସନ୍ଦ କରନ୍ତି। ସେ ବଲ୍‌କୁ ଗୁଗଲି କରିବାକୁ ଚେଷ୍ଟା କରନ୍ତି, ଯଦ୍ଵାର ବ୍ୟାଟର ସଟ୍ ଖେଳିବାକୁ ଯାଇ ବିଟ୍ ହେବ। ପୁଣି ସେ ଧିରେ ଧିରେ ନିଜ ଗତି କମ କରନ୍ତି। ବୋଲିଂ ସମୟରେ କ୍ରିଜର ଗଭୀରତାକୁ ସଠିକ୍ ବ୍ୟବହାର କରନ୍ତି। ତେବେ ରୁଟଙ୍କ ମତରେ ଅଶ୍ଵିନ ଓ୍ଵିକେଟ୍ ନେବା ଉପରେ ଅଧିକ ଫୋକସ କରନ୍ତି।

ସୂଚନାଯୋଗ୍ୟ, ସଂପ୍ରତି ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ସିରିଜ୍‌ରେ ଭାରତ ୩-୧ରେ ଅଗ୍ରଣୀ ହାସଲ କରିଛି। ଶେଷ ଟେଷ୍ଟ ମ୍ୟାଚ୍ ଧର୍ମଶାଳାରେ ମାର୍ଚ୍ଚ  ୭ରୁ ଖେଳାଯିବ। ଅନ୍ୟପଟେ ମାର୍ଚ୍ଚ ୮ରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜ୍‌ର ଶେଷ ତଥା ଦ୍ଵିତୀୟ ଟେଷ୍ଟ ଖେଳାଯିବ। ନାଥନ ଲିୟନ ପ୍ରଥମ ଟେଷ୍ଟରେ ୧୦ ଓ୍ଵିକେଟ୍ ନେଇଥିବା ବେଳେ ଅଶ୍ଵିନ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୫୦୦ ଟେଷ୍ଟ ଓ୍ଵିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.