ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ଅକ୍ଷରଙ୍କ ସ୍ଥାନରେ ଖେଳିବେ ଆର୍ ଅଶ୍ୱିନ୍
28/09/2023 at 8:08 PM

ନୂଆଦିଲ୍ଲୀ: ଆର୍ ଅଶ୍ୱିନ୍ଙ୍କ ଫ୍ୟାନ୍ଙ୍କ ପାଇଁ ଖୁସି ଖବର। ବିଶ୍ୱକପ୍ ଟିମ୍ରେ ସାମିଲ୍ ହେଲେ ଷ୍ଟାର୍ ଅଫ୍ ସ୍ପିନର। ଅକ୍ଷର ପଟେଲ୍ଙ୍କ ସ୍ଥାନରେ ବିଶ୍ୱକପ୍ ମ୍ୟାଚ୍ ଖେଳିବେ ଆର୍ ଅଶ୍ୱିନ୍। ଆହତ କାରଣରୁ ଅକ୍ଷର ପଟେଲଙ୍କୁ ବିଶ୍ୱକପ୍ରୁ ବାଦ ଦିଆଯାଇଛି।
ଭାରତର ନେତୃତ୍ୱରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ହେଲେ ତା ପୂର୍ବରୁ ସମସ୍ତ ଟିମ୍ ଦୁଇଟି ଲେଖାଇ ଅଭ୍ୟାସ୍ ମ୍ୟାଚ୍ ଖେଳିବେ। ବିଶ୍ୱକପ୍ ପାଇଁ ସମସ୍ତ ୧୦ ଦଶଟି ଦେଶ ନିଜ ନିଜର ଟିମ୍ ଘୋଷଣା କରିସାରିଛନ୍ତି। ତେବେ ଟିମ୍ରେ ପରିବର୍ତ୍ତନ ତାରିଖ ସେପ୍ଟେମ୍ବର ୨୮ ତାରିଖ ରଖାଯାଇଥିଲା। ଆଜି ଶେଷ ତାରିଖ ହୋଇଥିବାରୁ ଭାରତ ଟିମ୍ରେ ସଂଶୋଧନ କରି ଅକ୍ଷରଙ୍କ ସ୍ଥାନରେ ଆର୍ ଅଶ୍ୱିନଙ୍କୁ ସ୍ଥାନ ଦେଇ ୧୫ ଜଣିଆ ଦଳ ଘୋଷଣା କରିଛି।
ବିଶ୍ୱକପ୍ ପାଇଁ ଭାରତୀୟ ଦଳ-
ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଜସପ୍ରୀତ ବୁମ୍ରା, ଶୁଭମାନ ଗିଲ, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶ୍ରେୟସ୍ ଆୟର, ରବିନ୍ଦ୍ର ଜାଡେଜା, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ମୋହମ୍ମଦ ସିରାଜ, ମୋହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁର।
ଅକ୍ଷରଙ୍କ ସ୍ଥାନରେ ଅଶ୍ୱିନ
ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍ରେ ଅଶ୍ୱିନଙ୍କୁ ଖେଳିବାକୁ ସୁଯୋଗ ଦିଆଯାଇଥିଲା। ଏଥିରେ ଅଶ୍ୱିନ ଭଲ ପ୍ରଦର୍ଶନ କରିଥିଲେ। ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ପର୍ଯ୍ୟନ୍ତ ଅକ୍ଷର ପଟେଲ ଫିଟ୍ ହୋଇପାରି ନଥିଲେ। ଆଉ ଏହା ହିଁ ଅଶ୍ୱିିନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିଲା। ସେ ଅଷ୍ଟ୍ରେଲିଆ ବିପକ୍ଷରେ ୨୨ ହାରରେ ୪ ୱିକେଟ୍ ନେଇଥିଲେ। ତାଙ୍କର ଭଲ ପ୍ରଦର୍ଶନ ଦେଖି ଚୟନକର୍ତ୍ତାମାନେ ବିଶ୍ୱକପ୍ ଟିମ୍ରେ ଅଶ୍ୱିନଙ୍କୁ ସାମିଲ୍ କରିଛନ୍ତି।
ଦୀର୍ଘିଦିନର ବ୍ୟବଧାନ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳି ଦିନିକିଆ ଫର୍ମାଟ୍କୁ ଫେରିଥିଲେ ଅଶ୍ୱିନ। ଶେଷଧଥର ପାଇଁ ସେ ୨୦୨୨ ଜାନୁଆରୀ ୨୧ ତାରିଖରେ ଦିନିକିଆ ଖେଳିଥିଲେ। ଭାରତ ପାଇଁ ଏପର୍ଯ୍ୟନ୍ତ ୧୧୫ ଦିନିକିଆ ମ୍ୟାଚ୍ ଖେଳିଛନ୍ତି ଆର ଅଶ୍ୱିନ୍।
ଏସିଆକପ୍ ୨୦୨୩ରେ ବାଂଲାଦେଶ ବିପକ୍ଷ ସୁପର- ୪ ରେ ଆହତ ହୋଇଥିଲେ ଅକ୍ଷର ପଟେଲ୍। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ପର୍ଯ୍ୟନ୍ତ ବି ସେ ଫିଟ୍ ହୋଇପାରି ନଥିଲେ। ଶେଷରେ ତାଙ୍କ ସ୍ଥାନରେ ବିଶ୍ୱକପ୍ ଖେଳିବାକୁ ଅଶ୍ୱିନ୍ଙ୍କୁ ସ୍ଥାନ ମିଳିଛି।
ଅଶ୍ୱିନ୍ ଟିମ୍ ଇଣ୍ଡିଆର ୩ଟି ଫ୍ରମାଟ୍ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଏପର୍ଯ୍ୟନ୍ତ ସେ ୯୪ ଟି ଟେଷ୍ଟ, ୧୧୫ ଟି ଦିନିକିଆ ଏବଂ ୬୫ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଅଶ୍ୱିନ ଟେଷ୍ଟରେ ୮୯, ଦିନିକିଆରେ ରେ ୧୧୫ ଏବଂ ଟି -୨୦ ଅନ୍ତର୍ଜାତୀୟରେ ୭୨ ୱିକେଟ୍ ନେଇଛନ୍ତି। ବୋଲିଂ ବ୍ୟତୀତ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରନ୍ତି ଆର୍ ଅଶ୍ୱିନ୍। ସେ ଟେଷ୍ଟରେ ୫ ଶତକ ଓ ୧୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ଦିନିକିଆରେ ସେ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଏପଟେ ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ୍ ୨ ଟି ଅଭ୍ୟାସ ମ୍ୟାଚ୍ ଖେଳିବ। ସେପ୍ଟେମ୍ବର ୩୦ ତାରିଖରେ ଗୁଆହାଟୀରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଥିବା ବେଳେ ଟିମ୍ ଇଣ୍ଡିଆ ବର୍ତ୍ତମାନ ଗୁଆହାଟିରେ ପହଞ୍ଚିଛି।

ଆପଣଙ୍କୁ କହି ରଖୁଛୁ ଯେ ଯେ ବିଶ୍ୱକପ ପୂର୍ବରୁ ଖେଳାଯିବାକୁ ଥିବା ସମସ୍ତ ଅଭ୍ୟାସ୍ ମ୍ୟାଚ୍ ମୁଖ୍ୟତଃ ଗୁଆହାଟି, ଥିରୁବନନ୍ତପୁରମ୍ ଏବଂ ହାଇଦ୍ରାବାଦ ଏହି ତିନୋଟି ସ୍ଥାନରେ ଖେଳାଯିବ। ଅକ୍ଟୋବର ୨ ତାରିଖରେ ଭାରତ ନେଦରଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ଖେଳିବ। ଏହି ମ୍ୟାଚ ଥିରୁବନନ୍ତପୁରମର ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।
ୱାର୍ମ ଅପ୍ ମ୍ୟାଚ୍ଗୁଡ଼ିକରେ ସମସ୍ତ ୧୫ ଖେଳାଳି ଖେଳିପାରିବେ।
ଏହି ସମସ୍ତ ଅଭ୍ୟାସ ମ୍ୟାଚ୍ ଅପରାହ୍ନ ୨ ଟାରୁ ଖେଳାଯିବ। ଦଳର ସମସ୍ତ ୧୫ ଖେଳାଳିଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ। ତେବେ ଅକ୍ଟୋବର ୫ ତାରିଖରୁ ଭାରତରେ ବିଶ୍ୱକପ୍ ୨୦୨୩ର ଶୁଭାରମ୍ଭ ହେବ। ସବୁଠାରୁ ହାଇଭୋଲ୍ଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ ୧୪ ଅକ୍ଟୋବରରେ ହେବାକୁ ଥିବା ଭାରତ ଓ ପାକିସ୍ତାନର ଲଢ଼େଇ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମ୍ୟାତ୍ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଖେଳାଯିବ। ଯେହେତୁ ଘରୋଇ ମାଟିରେ ବିଶ୍ୱକପ୍ ଆୟୋଜନ ହେଉଛି ତେଣୁ ଭାରତ ଟ୍ରଫି କବ୍ଜା କରିବା ଲକ୍ଷ୍ୟରେ ରହିବ।
ଦିନିକିଆ ବିଶ୍ୱକପ ୨୦୨୩ ଅଭ୍ୟାସ ମ୍ୟାଚ୍ କାର୍ଯ୍ୟସୂଚୀ
୨୯ ସେପ୍ଟେମ୍ବର
ବାଂଲାଦେଶ ବନାମ ଶ୍ରୀଲଙ୍କା- (ବାରସାପାରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି)।
ଦକ୍ଷିଣ ଆଫ୍ରିକା ବନାମ ଆଫଗାନିସ୍ତାନ- (ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମ୍, ଥିରୁବନନ୍ତପୁରମ୍)।
ନ୍ୟୁଜିଲ୍ୟାଣ୍ଡ ବନାମ ପାକିସ୍ଥାନ- (ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ, ହାଇଦ୍ରାବାଦ)।
୩୦ ସେପ୍ଟେମ୍ବର
ଭାରତ ବନାମ ଇଂଲଣ୍ଡ- (ବାରସାପାରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି)।
ଅଷ୍ଟ୍ରେଲିଆ ବନାମ ନେଦରଲ୍ୟାଣ୍ଡ -(ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମ୍, ଥିରୁବନନ୍ତପୁରମ୍)।
୨ ଅକ୍ଟୋବର
ଇଂଲଣ୍ଡ ବନାମ ବାଂଲାଦେଶ- (ବାରସାପାରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି)।
ନ୍ୟୁଜିଲ୍ୟାଣ୍ଡ ବନାମ ଦକ୍ଷିଣ ଆଫ୍ରିକା- (ଥିରୁବନନ୍ତପୁରମ୍, ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମ୍)।
୩ ଅକ୍ଟୋବର
ଆଫଗାନିସ୍ତାନ ବନାମ ଶ୍ରୀଲଙ୍କା- (ବାରସାପାରା କ୍ରିକେଟ୍ ଷ୍ଟାଡିୟମ୍, ଗୁଆହାଟି)।
ଇଣ୍ଡିଆ ବନାମ ନେଦରଲ୍ୟାଣ୍ଡ- (ଗ୍ରୀନଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମ୍, ଥିରୁବନନ୍ତପୁରମ୍)।
ପାକିସ୍ତାନ ବନାମ ଅଷ୍ଟ୍ରେଲିଆ- (ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ, ହାଇଦ୍ରାବାଦ)।
🚨 BREAKING: India make late change to #CWC23 squad with all-rounder set to miss out due to injury!
— ICC (@ICC) September 28, 2023
Details 👇https://t.co/oa6htByQmz
୧୦ ଭେନ୍ୟୁ, ୪୮ ମ୍ୟାଚ୍ ଏବଂ ୫ ଦିନ।
ଏଥର ବିଶ୍ୱକପ ୨୦୨୩ରେ ମାତ୍ର ୪୫ ଦିନରେ ୪୮ ଟି ମ୍ୟାଚ୍ ଖେଳାଯିବ। ଏଥିପାଇଁ ୧୦ ଟି ଭେନ୍ୟୁ ଚୟନ କରାଯାଇଛି। ଅକ୍ଟୋବର ୮ ତାରିଖରେ ଚେନ୍ନାଇରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଖେଳିବ। ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ ମୁମ୍ବାଇରେ ଏବଂ ଦ୍ୱିତୀୟ ଦିନ କୋଲକାତାରେ ଖେଳାଯିବ। ଉଭୟ ସେମିଫାଇନାଲରେ ରିଜର୍ଭ ଦିନ ରହିବ। ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦରେ ଖେଳାଯିବ। ୨୦ ନଭେମ୍ବରକୁ ରିଜର୍ଭ ଦିନ ରଖାଯିବ। ସମସ୍ତ ତିନୋଟି ନକ୍ଆଉଟ୍ ମ୍ୟାଚ୍ ଦିନରାତି ମ୍ୟାଚ୍ ହେବ।
ଭାରତୀୟ ଦଳର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ:
ଅକ୍ଟୋବର ୮ – (ଭାରତ ବନାମ ଅଷ୍ଟ୍ରେଲିଆ, ଚେନ୍ନାଇ)।
ଅକ୍ଟୋବର ୧୧ – (ଭାରତ ବନାମ ଆଫଗାନିସ୍ତାନ, ଦିଲ୍ଲୀ)।
ଅକ୍ଟୋବର ୧୪ – (ଭାରତ ବନାମ ପାକିସ୍ତାନ, ଅହମ୍ମଦାବାଦ)।
ଅକ୍ଟୋବର ୧୯– (ଭାରତ ବନାମ ବାଂଲାଦେଶ, ପୁଣେ)।
ଅକ୍ଟୋବର ୨୨ – ( ବନାମ ନ୍ୟୁଜିଲ୍ୟାଣ୍ଡ, ଧରମଶାଳା)।
ଅକ୍ଟୋବର ୨୯– (ଭାରତ ବନାମ ଇଂଲଣ୍ଡ ଲକ୍ଷ୍ନୌ)।
ନଭେମ୍ବର ୨– (ଭାରତ ବନାମ ଶ୍ରୀଲଙ୍କା, ମୁମ୍ବାଇ)।
ନଭେମ୍ବର ୫– (ଭାରତ ବନାମ ଦକ୍ଷିଣ ଆଫ୍ରିକା, କୋଲକାତା)।
ନଭେମ୍ବର ୧୨– (ବନାମ ନେଦରଲ୍ୟାଣ୍ଡ, ବେଙ୍ଗାଲୁରୁ)।