୨୦୦୭ T-20 ବିଶ୍ୱକପ୍‌ରେ ଯୁବରାଜ ସିଂହଙ୍କ ୬ଟି ଛକା ଦିନର କଥା ମନେ ପକାଇଲେ ଅଶ୍ୱିନ୍

Published By : Prameya-News7 Bureau | August 26, 2020 IST

ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା ୨୦୦୭ ଟି-୨୦ ବିଶ୍ୱକପ୍‌।  ନୂଆକରି ଯୋଡି ହୋଇଥିବା କ୍ରିକେଟର ଏହି ଫର୍ମାଟ ସହ ସେତେବେଳ ପର୍ଯ୍ୟନ୍ତ ଠିକ୍‌ ଭାବେ ନିଜକୁ ସମ୍ପୃକ୍ତ କରିପାରିନଥିଲେ ଖେଳାଳି । ହେଲେ ଦିନେ ବିଶ୍ୱ କ୍ରିକେଟର ଏହା ଲୋକପ୍ରିୟ ଫର୍ମାଟ ହେବେ ବୋଲି କେହି ଅନୁମାନ ବି କରିନଥିଲେ। ତେବେ ଏହି ପ୍ରଥମ ବିଶ୍ୱକପ୍ ପରେ ବଦଳିଯାଇଛି କ୍ରିକେଟର ଛବି ।

{"id":320475,"sizeSlug":"large"}

ପଡିଆରେ ବ୍ୟାଟସ୍‌ମ୍ୟାନଙ୍କ ସମ୍ବେଦନଶୀଳ ସଟ୍ ସାଙ୍ଗକୁ ନୂଆ ଶୈଳୀ ୨୦୦୭ ମସିହାରେ ଅଚାନକ କ୍ରିକେଟର ଟି-୨୦ ଫର୍ମାଟକୁ ଲୋକପ୍ରିୟ କରିଦେଇଥିଲା। ଏହି ଫର୍ମାଟ ସହ କ୍ରିକେଟରେ ଆରମ୍ଭ ହୋଇଥିଲା ଏକ ନୂଆଯୁଗ। ଏହି ଫର୍ମାଟ କ୍ରିକେଟରେ ବ୍ୟାଟସ୍‌ମ୍ୟାନଙ୍କ ଚମତ୍କାର କ୍ରିଡ ନୈପୁଣ୍ୟତା ଦର୍ଶକଙ୍କ ଆକର୍ଶଣର କେନ୍ଦ୍ର ପାଲଟିଥିଲା। ଠିକ୍ ଏତିକି ବେଳେ ଯୁବରାଜ  ସିଂହ ମିଡିଲ ଅର୍ଡରରେ ଷ୍ଟୁଆର୍ଟ ବ୍ରଡଙ୍କ ୬ଟି ବଲ୍‌ରେ ୬ଟି ଛକ୍କା ମାରି ସମସ୍ତଙ୍କୁ ବିସ୍ମିତ କରିଦେଇଥିଲେ।

{"id":320476,"sizeSlug":"large"}

ଇଂଲଣ୍ଡ ବିପକ୍ଷରେ ଭାରତର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ ବେଳେ ଯୁବରାଜ ଓ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଯାଇଥିଲା। ଯାହାର ଜବାବ ଯୁବରାଜ ପରବର୍ତ୍ତି ଓଭରରେ ଦେଇଥିଲେ। ଇଂଲିସ୍ ଅଲରାଣ୍ଡରଙ୍କ କଥାକୁ ଯୁବରାଜ ସହଜରେ ହଜମ କରିପାରିନଥିଲେ। ହେଲେ ପରବର୍ତ୍ତି ଓଭର ଆରମ୍ଭ କରିବାକୁ ଯାଉଥିବା ବିଚରା ଷ୍ଟୁଆର୍ଟ ବ୍ରଡ ତାଙ୍କ ସହ କ’ଣ ହେବାକୁ ଯାଉଛି ତାହା ଜାଣି ନଥିଲେ।

wp:html /wp:html

ସେ ସମୟକୁ ସ୍ମରଣ କରିଛନ୍ତି ଟିମ୍‌ ଇଣ୍ଡିଆ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌। ଏ ନେଇ ସେ ୟୁଟ୍ୟୁବ ଚାନେଲରେ ସେ ସମୟର ଏକ ଭିଡିଓ ଅପଲୋଡ କରି ସେତେବେଳେ ଅଧିକାଂଶ କ୍ରିକେଟର ଟି-୨୦ ଫର୍ମାଟକୁ ଟାଇମପାସ୍‌ ଖେଳ ଭାବୁଥିଲେ। ହେଲେ ସେଦିନ ଯେଉଁମାନେ ଯୁବରାଜଙ୍କ ଖେଳ ଦେଖିଥିଲେ ତାହା ସେମାନଙ୍କ ବିଚାର ବଦଳାଇ ଦେଇଥିଲା ବୋଲି ଅଶ୍ୱିନ୍‌  କହିଛନ୍ତି।

{"id":320477,"sizeSlug":"large"}

ଯୁବରାଜ ବ୍ରଡଙ୍କ ୬ଟି ବଲରେ ୬ଟି ଛକ୍କା ମାରିଥିଲେ।  ୪ଟି ବଲରେ ଯୁବରାଜ ୪ଟି ଛକ୍କା ଲଗାଇବା ପରେ ବୋଲରଙ୍କ ସହ କ୍ୟାପ୍ଟେନ କଥା ହୋଇଥିଲେ। ସେମାନଙ୍କ ସହ ଆଉ ତିନି ଚାରିଜଣ ଖେଳାଳି ବି ମିସିଥିଲେ। ପରେ ସମସ୍ତ ୧୧ ଜଣ ଜାକ ଖେଳାଳି ଏକାଠି ହୋଇ କଥା ହୋଇଥିଲେ। ଏପରିକି ସହଯୋଗୀ କର୍ମଚାରୀମାନେ ମଧ୍ୟ ପଡିଆକୁ ପଶିଥିଲେ। ହେଲେ ବ୍ରଡ ପକାଇଥିବା ପରବର୍ତ୍ତି ୨ଟି ବଲକୁ  ମଧ୍ୟ ଯୁବରାଜଙ୍କ ବ୍ୟାଟ ଶୁନ୍ୟେ ଶୁନ୍ୟେ ବାଉଣ୍ଡ୍ରି ବାହାରକୁ ପଠାଇ ଦେଇଥିଲା।   

{"id":320478,"sizeSlug":"large"}

ବାସ୍ତବିକ କ୍ୟାପ୍ଟେନ ଧୋନୀଙ୍କ ଟିମ୍‌ ଲାଗି ଏହା ଥିଲା ଇତିହାସ ରଚିବାର ମୁହୂର୍ତ୍ତ। ଯୁବରାଜ ଏହି ମ୍ୟାଚ୍‌ରେ ଟିମକୁ ଜିତାଇବା ସହ ଟିମ୍‌ ଇଣ୍ଡିଆ ସେ ବର୍ଷ ଟି-୨୦ ବିଶ୍ୱକପ୍ ବିଜୟୀ ମଧ୍ୟ  ହୋଇଥିଲା। ଫାଇନାଲ ମ୍ୟାଚ୍‌ରେ ନିଜର ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଆଣ୍ଠୁମାଡି ବସେଇ ଦେଇଥିଲା ଟିମ୍‌ ଇଣ୍ଡିଆ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.