ଆର ଅଶ୍ଵିନଙ୍କ ସ୍ଵତନ୍ତ୍ର 'ଶତକ', ଡବ୍ଲ୍ୟୁଟିସି ଇତିହାସରେ ହାସଲ କଲେ ବଡ ସଫଳତା

Published By : Prameya-News7 Bureau | March 14, 2022 IST

ନୂଆଦିଲ୍ଲୀ ୧୪।୦୩: ଭାରତୀୟ ତାରକା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ଟେଷ୍ଟ କ୍ରିକେଟ୍‌ରେ ଦମଦାର ପ୍ରଦର୍ଶନ ଜାରି ରହିଛି। ଅଶ୍ଵିନ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ସର୍ବାଧିକ ୧୨ ଓ୍ଵିକେଟ୍ ନେଇଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ଅଶ୍ଵିନଙ୍କ ଓ୍ଵିକେଟ୍ ସଂଖ୍ୟା ୪୪୨ରେ ପହଞ୍ଚିଛି। ଏଥିସହ ସେ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍‌ହାସଲକାରୀ ବୋଲର ତାଲିକାରେ ଅଷ୍ଟମରେ ପହଞ୍ଚିଛନ୍ତି। ଏଥିସହ ଅଶ୍ଵିନ ଆଉ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି।

ଭାରତୀୟ ଷ୍ଟାର ସ୍ପିନର ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ପ୍ରଥମ  ବୋଲର ଭାବେ ୧୦୦ ଓ୍ଵିକେଟ୍ ହାସଲ କରିଛନ୍ତି। ସେ ଦୁନିଆର ଏମିତି ପ୍ରଥମ ବୋଲର, ଯିଏ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ଏ ପର୍ଯ୍ୟନ୍ତ ଉଭୟ ସଂସ୍କରଣରେ ସର୍ବାଧିକ ଓ୍ଵିକେଟ୍ ହାସଲ କରିଛନ୍ତି।

ଅଶ୍ଵିନଙ୍କ ପରେ ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ପାଟ୍ କମିନ୍ସ ଡବ୍ଲ୍ୟୁଟିସିର ଦ୍ଵିତୀୟ ସର୍ବାଧିକ ଓ୍ଵିକେଟ୍ ନେଇଛନ୍ତି। କମିନ୍ସଙ୍କ ନାମରେ ଏ ପର୍ଯ୍ୟନ୍ତ ୯୩ ଓ୍ଵିକେଟ୍ ରହିଛି। ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ୮୩ ଓ୍ଵିକେଟ୍ ସହ ତୃତୀୟ, ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦି ୮୦ ଓ୍ଵିକେଟ୍ ସହ ଚତୁର୍ଥ ଏବଂ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ୭୪ ଓ୍ଵିକେଟ୍ ସହ ପଞ୍ଚମରେ ଏବଂ ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିୟନ ଷଷ୍ଠ ସ୍ଥାନରେ ରହିଛନ୍ତି।

wp:html /wp:html

ଡବ୍ଲ୍ୟୁଟିସିରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର

୧୦୦- ଆର ଅଶ୍ଵିନ

୯୩- ପାଟ୍ କମିନ୍ସ

୮୩- ଷ୍ଟୁଆର୍ଟ ବ୍ରଡ

୮୦- ଟିମ୍ ସାଉଦି

୭୪- ଯଶପ୍ରୀତ ବୁମରା

୭୪- ନାଥନ ଲିୟନ  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.