PCB ମୁଖ୍ୟ ରମିଜ୍ ରାଜାଙ୍କ ବୟାନ ଉପରେ ସଠିକ୍ ଜବାବ ଦେଲେ ଆର ଅଶ୍ଵିନ, କହିଲେ- ପାକିସ୍ତାନ...

Published By : Prameya-News7 Bureau | October 10, 2022 IST

ନୂଆଦିଲ୍ଲୀ: ଅକ୍ଟୋବର ୨୩ରେ ଟି-୨୦ ବିଶ୍ଵ କପରେ ନିଜର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତଦ୍ଵିନ୍ଦ୍ଵୀ ଭାରତ ଏବଂ ପାକିସ୍ତାନ। ମ୍ୟାଚ୍‌କୁ ନେଇ ଅନେକ ପ୍ରକାରର ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଏହି କ୍ରମରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା ନିକଟରେ ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କ ଦଳ ଯେବେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତକୁ ହରାଇବା ଆରମ୍ଭ କରିଛି ତେବେଠୁ ତାଙ୍କୁ ସମ୍ମାନ ମିଳିବା ଆରମ୍ଭ ହୋଇ ଯାଇଛି। ତାଙ୍କର ଏହି ଟିପ୍ପଣୀ ଉପରେ ଭାରତୀୟ ସ୍ପିନର ଆର ଅଶ୍ଵିନୀ ସଠିକ୍ ଜବାବ ଦେଇଛନ୍ତି।

ସୋମବାର ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ସହିତ ହୋଇଥିବା ମ୍ୟାଚ୍ ସମୟରେ ଅଶ୍ଵିନ କହିଛନ୍ତି, ଯେ ପର୍ଯ୍ୟନ୍ତ ଆପଣ ଜଣାଇନଥିଲେ ସେ ପର୍ଯ୍ୟନ୍ତ ରମିଜ ରାଜା ଏହି ପରି ବୟାନ ଦେଇଥିବା ମୁଁ ଜାଣିନଥିଲି। ସେ କହିଛନ୍ତି ଏହା କ୍ରିକେଟ୍‌ର ଖେଳ। ଆମେ ପାକିସ୍ତାନ ସହିତ ଅଧିକ ମ୍ୟାଚ୍ ଖେଳିନୁ। ଦୁଇ ଦେଶ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ବଡ ହୋଇଥାଏ ଏବଂ ଦୁଇ ଦେଶର ଜନତାଙ୍କ ପାଇଁ ଏହା ବହୁତ ମହତ୍ଵ ରଖିଥାଏ। ସବୁଠୁ ବଡ କଥା ଜୟ ଏବଂ ପରାଜୟ ଖେଳର ଅଂଶ। ବିଶେଷ କରି ଟି-୨୦ ଫର୍ମାଟ୍‌ରେ ଏହା ବହୁତ ମହତ୍ଵ ବହନ କରେ। ଆମେ ପାକିସ୍ତାନକୁ ଏକ ଦଳ ଭାବେ ସମ୍ମାନ କରିଥାଉ ଏବଂ ସେମାନେ ମଧ୍ୟ ଆମକୁ ସମ୍ମାନ ଦେଇଥାନ୍ତି ବୋଲି ଅଶ୍ଵିନୀ କହିଛନ୍ତି।

ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ ରାଜା ଏକ ସାକ୍ଷାତକାରରେ କହିଥିଲେ, ମୁଁ ଲୋକଙ୍କୁ ଏହା କହିବାକୁ ଚାହୁଁଛି ଯେ, ପାକିସ୍ତାନ  କ୍ରିକେଟ୍ ଦଳକୁ ଆପଣ ଶ୍ରେୟ ତ ଟିକେ ଦିଅନ୍ତୁ। ୧୦୦୦ କୋଟି ଟଙ୍କାର ଆୟ କରୁଥିବା ଇଣ୍ଡଷ୍ଟ୍ରୀକୁ ଆମ ଦଳ ହରାଇଛି। ମୁଁ ଅନେକ ବିଶ୍ଵ କପ୍ ଖେଳିଛି। ତଥାପି କେବେ ବି ଭାରତକୁ ହରାଇ ପାରିନଥିଲୁ। ଏବେ ଭାରତର ଲୋକେ ଆମକୁ ସମ୍ମାନ ଦେଉଛନ୍ତି। ଆପଣଙ୍କୁ ଏହି ଦଳର ପ୍ରଶଂସା କରିବା ଉଚିତ୍  କାରଣ ଭାରତ ତୁଳନାରେ କମ ସୁବିଧା ସୁଯୋଗ ଥିବା ସତ୍ତ୍ଵେ ଦୃଢ ମୁକାବିଲା କରୁଛୁ ବୋଲି  ରମିଜ ରାଜା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.