ଅନ୍ତର୍ଜାତୀୟ T-20ରେ ଡି କକ୍ଙ୍କ ରେକର୍ଡ, ୧୭ ବଲରୁ କରିଛନ୍ତି ୫୦ ରନ୍
15/02/2020 at 8:23 PM

ଡରବାନ ୧୫।୨: ଦକ୍ଷିଣ ଆଫ୍ରିକୀୟ ୱିକେଟ୍ କିପର ତଥା ବ୍ୟାଟସ୍ମ୍ୟାନ କ୍ୱିଣ୍ଟନ ଡି କକ୍ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାରେ ନୂଆ କିର୍ତ୍ତିମାନ ସ୍ଥାପନା କରିଛନ୍ତି। ଇଂଲଣ୍ଡ ବିରୋଧରେ ଅନୁଷ୍ଠିତ ମ୍ୟାଚ୍ରେ ସେ ଏହି ରେକର୍ଡ କରିଛନ୍ତି। ସେ ମାତ୍ର ୧୭ଟି ବଲରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଛନ୍ତି।

ସେ ୨୨ଟି ବଲରୁ ୬୫ ରନର ଜବରଦସ୍ତ ଇନିଂସ ଖେଳିଥିଲେ। ଯେଉଁଥିରେ ତାଙ୍କର ୨ଟି ଚୌକା ଓ ୮ଟି ଛକ୍କା ବି ଥିଲା। ଏହା ପୂର୍ବରୁ ଏ.ବି.ଡେଭିଲିୟର୍ସ ଓ ଡି କକ୍ ୨୧ ବଲରୁ ୫୦ ରନ କରିବାର ରେକର୍ଡ କରିଥିଲେ। ତେବେ ଇଂଲଣ୍ଡ ବିପକ୍ଷରେ କକ୍ଙ୍କ ଏହି ତୋଫାନୀ ଅର୍ଦ୍ଧଶତକ ତାଙ୍କ ଟିମକୁ ବିଜୟୀ କରିପାରିନାହିଁ। ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୨ ରନ ଯୋଗୁ ପରାସ୍ତ ହେବାକୁ ପଡିଛି।

ଏହି ବିଜୟ ସହ ଭ୍ରମଣକାରୀ ଇଂଲଣ୍ଡ ୩ ଟିକିଆ ଟି-୨୦ ଶୃଙ୍ଖଳାକୁ ୧-୧ରେ ବରାବର କରିବାରେ ସଫଳ ହୋଇଛି। ତେବେ ଟି-୨୦ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲର ରେକର୍ଡ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ନାମରେ ରହିଛି। ସେ ୨୦୦୭ ଟି-୨୦ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷରେ ଖେଳି ମାତ୍ର ୧୨ଟି ବଲରୁ ୫୦ ରନ ସଂଗ୍ରହର ରେକର୍ଡ ନିଜ ନାମରେ ନାମିତ କରିଛନ୍ତି।