ମୁମ୍ବାଇ: ବଲିଉଡ୍ର ବିଗ୍ବିଙ୍କୁ ବିବାଦର ଭୟ ରହିଥାଏ। ସେ ଅଯଥା ବିବାଦ ଭିତରେ ଫସିବାକୁ ପସନ୍ଦ କରନ୍ତି ନାହିଁ। ଏଥିପାଇଁ ସେ ବିଭିନ୍ନ ସ୍ଥାନରେ ଅନେକ ମାପିଚୁପି କଥା କୁହନ୍ତି। ସାମ୍ବାଦିକ ସମ୍ମିଳନୀ ହେଉ କମ୍ବା କୌଣସି ମିଡିଆ କାର୍ଯ୍ୟକ୍ରମରେ ସେ ଖୁବ୍ କମ୍ ଯୋଗ ଦିଅନ୍ତି। ତେବେ ଆଜି ସେ କୋଲକାତା ଇଣ୍ଟରନ୍ୟାସ୍ନାଲ ଫିଲ୍ମ ଫେଷ୍ଟିଭାଲ ୨୦୨୨(KIFF)ରେ ଯୋଗ ଦେଇ ଯାହା କହିଛନ୍ତି ତାକୁ ନେଇ ଚର୍ଚ୍ଚା ହେବା ଆରମ୍ଭ ହୋଇଗଲାଣି।
KIFFର ପତ୍ନୀ ଜୟାଙ୍କ ସହ ଯୋଗ ଦେଇଥିଲେ ବିଗ୍ ବି। ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧନ କୋଲକାତା ପ୍ରତି ଥିବା ତାଙ୍କ ଭଲପାଇବା ଓ ସ୍ନେହ ସିଦ୍ଦିଛା ଦର୍ଶାଇଥିଲେ ଅମିତାଭ। ତା ସହିତ ବର୍ତ୍ତମାନ ସମୟରେ ନାଗରିକ ସ୍ୱାଧୀନତା ଓ ବାକ୍ସ୍ୱାଧୀନତା ନେଇ ଉଠୁଥିବା ପ୍ରଶ୍ନ ଉପରେ ଆଲୋଚନା କରିଥିଲେ ବିଗ୍ ବି।
wp:html/wp:html#WATCH | "Even now, questions are being raised on civil liberties and freedom of expression": Amitabh Bachchan at the 28th Kolkata International Film Festival pic.twitter.com/ycBY5LhRP2
— ANI (@ANI) December 15, 2022
KIFFର ୨୮ ତମ ସଂସ୍କରଣରେ ଅମିତାଭ ବଚ୍ଚନ ମୁଖ୍ୟ ଅତିଥି ହୋଇ ଯୋଗ ଦେଇଥିଲେ। ସେ କହିଛନ୍ତି “ ୧୯୫୨ ମସିହାରେ ସିନେମାଟୋଗ୍ରାଫର ଅଧିନିୟମ ସେନସରସିପ୍ର ରୂପରେଖ ପ୍ରସ୍ତୁତ କରିଥିଲା। ଯାହା ଆଜିବି ଫିଲ୍ମ ପ୍ରମାଣନ ବୋର୍ଡ ଦ୍ୱାରା ବଳବତ୍ତର ରହିଛି। ହେଲେ ନାଗରିକ ସ୍ୱାଧୀନତା ଓ ବାକ ସ୍ୱାଧୀନତା ନେଇ ପ୍ରଶ୍ନ ଉଠିଛି। ମାଞ୍ଚସୀନ ମୋର ସହଯୋଗୀମାନେ ବି ଏକଥାରେ ସହମତ ହେବେ।”
ବିଗ୍ବିଙ୍ଗ ଏହି ବୟାନକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏନେଇ କୌଣସି ନେତା କିମ୍ବା ଅଭିନେତାଙ୍କର ମତ ପ୍ରକାଶ ପାଇ ନାହିଁ।