ନା କବାଟ ଅଛି ନା ଝରକା, ପ୍ରଶ୍ନ ଉଠିବା ସ୍ବାଭାବିକ?

Published By : Prameya-News7 Bureau | February 27, 2020 IST

କଣ୍ଟାବାଞ୍ଜି୨୭/୨: ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନା ପରେ ଯୋଜନା ରହିଛି । ଯୋଜନା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଉଛି । ହେଲେ ଅନେକ ଅସହାୟ ବ୍ୟକ୍ତିଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଂଚି ପାରୁନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବହେହରନସିଲଟ ଗାଁରେ ।

{"id":229969,"sizeSlug":"large"}

ନା କବାଟ ଅଛି ନା ଝରକା । କାନ୍ଥ ନାଁ ଛପର । ୟାକୁ କଣ ଆପଣ ଘର କହିବେ ? ଘର ନା କୁଡିଆ ? ମାତ୍ର କେଇଁ ଖଣ୍ଡ ମାଟି ଅତଡ଼ା ଓ ବାଉଁଶକୁ ଭରସା କରି ମୁଣ୍ଡ ଉପରେ ଅଛି ପଲିଥିନ । ଆଉ ତା’ ତଳେ ରୁହନ୍ତି କଣ୍ଟାବାଞ୍ଜି ତୁରେକେଲା ବ୍ଳକ ବେହରନସିଲଟ ଗାଁର ବୃଦ୍ଧ ଦମ୍ପତିଈଶ୍ବର ହାତି ଓ ରଇବାରି ହାତୀ । ୨ ପୁଅ ଦାଦନ ଖଟିବାକୁ ଯାଇଛନ୍ତି । ସ୍ବାମୀ ଅସୁସ୍ଥ । ସ୍ବାମୀଙ୍କ ମୁହଁକୁ ଦାନା ଦେବାକୁ କଣ୍ଟାବାଞ୍ଜି ସହରରେ ମୂଲ ଲାଗୁଛନ୍ତି ରଇବାରି। ଯେତିକି ରେ।ଜଗାର କରୁଛନ୍ତି ସ୍ବାମୀଙ୍କ ଔଷଧରେ ସରିଯାଉଛି । ତେଣୁ ଘର ଖଣ୍ଡ ବନେଇବା ଏମାନଙ୍କ ସ୍ବପ୍ନ । ସରକାରୀ ସହାୟତା ଦୂରର କଥା ଆଡ ଆଖିରେ ବି ଚାହୁଁନି ପ୍ରଶାସନ ।

{"id":229971,"sizeSlug":"large"}

ସରକରୀ ଆବାସ ଯୋଜନାରେ ଘରଟିଏ ପାଇଁ ୱାଡ଼ ମେମ୍ବରଙ୍କ ଠାରୁ ପ୍ରଶାସନିକ ଅଧିକାରୀ, ସମସ୍ତଙ୍କୁ ଜଣାଇ ନିରାଶ ହେବା ପରେ ଏମିତି ଅବସ୍ଥାରେ ରହୁଛନ୍ତି ବୃଦ୍ଧ ଦମ୍ପତି । ଯାହା ଭତ୍ତା ଗଣ୍ଡାକ ମିଳୁଛି ସେତିକିରେ ଖାଇ ପିଇ ବଞ୍ଚିଛନ୍ତି । ଏ ନେଇ ଆମେ ତୁରେକେଲା ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବୃଦ୍ଧ ଦମ୍ପତିଙ୍କୁ କେମିତି ଶୀଘ୍ର ଘର ମିଳିବ ପଦକ୍ଷେପ ନେବେ ବେ।ଲି କହିଛନ୍ତି । ଗରିବ ଗୁରୁବାଙ୍କ ପାଇଁ ଆବାସ ଯେ।ଜନା ରହିଛି । କିନ୍ତୁ ଏହି ବୃଦ୍ଧ ଦମ୍ପତିଙ୍କ ଦୁର୍ଦଶା ଦେଖିବା ପରେ ଯେ।ଜନା ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.