କଳାହାଣ୍ଡିର ଅନୁଦାନପ୍ରାପ୍ତ କଲେଜରୁ ଲିକ୍ ହୋଇଛି ପ୍ରଶ୍ନପତ୍ର, ବୁର୍ଲା ଓ ସାଇବର ଥାନାରେ ଏତଲା

Published By : Prameya-News7 Bureau | July 15, 2022 IST

ସମ୍ବଲପୁର ୧୫।୭: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ । ସେ କହିଛନ୍ତି, କଳାହାଣ୍ଡିର ଅନୁଦାନପ୍ରାପ୍ତ କଲେଜରୁ ଏହା ଲିକ୍ ହୋଇଥିବା ଜଣାପଡିଛି । ସମ୍ପୃକ୍ତ କଲେଜ ପ୍ରିନ୍ସିପାଲଙ୍କୁ ଡକାଯାଇଛି । ସେହି କଲେଜର ଜଣେ ଅଧ୍ୟାପକ ପ୍ରଶ୍ନପ୍ରତ୍ର ତିଆରିରେ ସାମିଲ ଥିଲେ । ଉଭୟ ବୁର୍ଲା ଓ ସାଇବର ଥାନାରେ ଏତଲା ଦିଆଯାଇଛି । ବିଶ୍ବବିଦ୍ୟାଳୟରେ ବୁର୍ଲା ଥାନା ଅଧିକାରୀ ଓ SDPO ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.