ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର, ବାତିଲ ହେଲା ପରୀକ୍ଷା

15/07/2022 at 10:20 AM

ସମ୍ବଲପୁର ୧୫।୭: ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଶୁକ୍ରବାର ବି ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସୂଚନା ମିଳିଛି । ଶୁକ୍ରବାର ହେବାକୁ ଥିବା ଫିଜିକ୍ସ କୋର୍-୧୪ର ପ୍ରଶ୍ନପତ୍ର ଲିକ୍ ହୋଇଛି ।  ଏନେଇ ପରୀକ୍ଷା ନିୟନ୍ତ୍ରକ ରବୀନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ପରେ ଗୁରୁବାର ବାତିଲ ହୋଇଥିବା ଏଜୁକେସନ୍ କୋର୍-୧୪ ପରୀକ୍ଷା ଆସନ୍ତା ୧୯ରେ କରାଯିବ । ଏନେଇ ନୋଟିସ୍ ଜାରି କରିଛି ସମ୍ବଲପୁର ବିଶ୍ବବିଦ୍ୟାଳୟ । ନୋଟିସ୍ ମାଧ୍ୟମରେ ୨୦୫ଟି କଲେଜର ପ୍ରିନ୍ସିପାଲମାନଙ୍କୁ ଅବଗତ କରାଯାଇଛି । ୧୯ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଦିନ ୧୦ଟାରୁ ୧ଟା ସମୟ ନିର୍ଘଣ୍ଟ କରାଯାଇଛି ।

ଗୁରୁବାର ଏଜୁକେସନ୍ କୋର୍-୧୪ ପେପରର ପରୀକ୍ଷା ଥିଲା । ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ନ୍ୟୁଜ୍ ସେଭେନ୍‌ରେ ଖବର ପ୍ରସାରଣ ହେବା ସହ ପରୀକ୍ଷା ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲା ନ୍ୟୁଜ୍ ସେଭେନ୍ । ଫଳରେ ଏହାକୁ ବାତିଲ କରାଯାଇଥିଲା । ଏଥରକ ପ୍ରଶ୍ନପତ୍ର ଲିକ୍ ଭୟରେ ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ଇମେଲ୍ ଜରିଆରେ ପଠାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

   Related Posts