୩୬ ପିଲାଙ୍କ ପରୀକ୍ଷା ପାଇଁ ହେଲିକପ୍ଟର ବ୍ୟବସ୍ଥା; ନକ୍ସଲ ପ୍ରବଣ ଅଞ୍ଚଳରେ ପହଞ୍ଚିଲା ପ୍ରଶ୍ନପତ୍ର

Published By : Prameya-News7 Bureau | March 01, 2024 IST

ସୁକମା: ଛତିଶଗଡ଼ ନକ୍ସଲ ପ୍ରବଣ ଅଞ୍ଚଳରେ ବୋର୍ଡ ପରୀକ୍ଷା । ମାର୍ଚ୍ଚ ୧ରୁ ମାଟ୍ରିକ୍ ସହିତ ଦ୍ବାଦଶ ବୋର୍ଡ ପରୀକ୍ଷା ହେଉଛି । ଏନେଇ ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ପ୍ରଶ୍ନପତ୍ର ପହଞ୍ଚିଛି । ମାତ୍ର ୩୬ ଛାତ୍ରଛାତ୍ରୀଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା ହୋଇଛି । ମାଓ ପ୍ରବଣ ଦୁର୍ଗମ ଅଞ୍ଚଳରେ ହେଲିକପ୍ଟର ଯୋଗେ ପ୍ରଶ୍ନପତ୍ର ପହଞ୍ଚିଛି । ଏହା ସହିତ ପରୀକ୍ଷା ସେଣ୍ଟରକୁ ପୋଲିସ୍ ଛାଉଣି କରାଯାଇଛି । ରାଜ୍ୟ ସରକାର ପ୍ରଥମ ଥର ପାଇଁ ଜାଗରଗୋଣ୍ଡା ପରୀକ୍ଷା କେନ୍ଦ୍ର କରିଛନ୍ତି ।  ମାଓବାଦୀ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

wp:html /wp:html

ସୁକମା ଜିଲ୍ଲା ମୁଖ୍ୟାଳୟ ଠାରୁ ୯୪ କିଲୋମିଟର ଦୂରରେ ରହିଛି ଏହି ପରୀକ୍ଷା କେନ୍ଦ୍ର । ଏଥିରେ ସେଣ୍ଟରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୧୬ଜଣ ପରୀକ୍ଷା ଦେଉଥିବା ବେଳେ ଦ୍ବାଦଶ ଶ୍ରେଣୀରେ ୨୦ଜଣ ପିଲା ପରୀକ୍ଷା ଦେଉଛନ୍ତି । ଦୁର୍ଗମ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ପୂର୍ବରୁ ପରୀକ୍ଷା ସେଣ୍ଟର ହୋଇନଥିଲା । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ୬୦ କିଲୋମିଟର ଦୂର ଦୋର୍ଣ୍ଣାପାଳ ଯାଇ ବୋର୍ଡ ପରୀକ୍ଷା ଦେଉଥିଲେ । ଫଳରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ମାତ୍ର ଚଳିତ ବର୍ଷ ଏହି ମାଓ ଇଲାକାରେ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । ପରୀକ୍ଷା ସେଣ୍ଟର ଚାରିପାର୍ଶ୍ବରେ ପୋଲିସ ଛାଉଣି ହୋଇ ରହିଛନ୍ତି । ୩୬ଜଣ ଛାତ୍ରଛାତ୍ରୀଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ହେଲିକପ୍ଟରରେ ପ୍ରଶ୍ନପତ୍ର ପହଞ୍ଚିଛି ।

wp:embed {"url":"https://www.prameyanews7.com/ed-raid-at-chartered-accountants-house/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ed-raid-at-chartered-accountants-house/
/wp:embed

ଗତ ବର୍ଷ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ସମସ୍ୟା ପାଇଁ ସୁକମା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଗରଗୋଣ୍ଡାରେ ବୋର୍ଡ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।   ଦୋର୍ଣ୍ଣାପାଳରୁ  ଜାଗରଗୋଣ୍ଡା ହେଲିକପ୍ଟରରେ ପ୍ରଶ୍ନପତ୍ର ଆସିଛି । ଛତିଶଗଡ଼ ମାଧ୍ୟମିକ ଶିକ୍ଷା ପରିଷଦ ମୁତାବକ, ଜାଗରଗୋଣ୍ଡାରେ ପ୍ରଥମ ଥର ପାଇଁ ଦଶମ ଏବଂ ଦ୍ବାଦଶ ପରୀକ୍ଷା ହେଉଛି । ଜଗଦଲପୁରରୁ ସବୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ବିତରଣ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.