କୋଣାର୍କ ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେବା ନେଇ ପୁଣି ପ୍ରଶ୍ନ

Published By : Prameya-News7 Bureau | February 11, 2020 IST

କୋଣାର୍କ/ଭୁବନେଶ୍ୱର ୧୧।୦୨ - କୋଣାର୍କ ମନ୍ଦିରରେ ସାଦା ପଥର ଲଗାଯିବାକୁ ନେଇ ପୁଣି ଉଠିଛି ପ୍ରଶ୍ନ ।ରକ୍ଷଣାବେକ୍ଷଣ ନାଁରେ ମନ୍ଦିରରେ ଏଏସଆଇ ସାଦା ପଥର ଲଗାଉଥିବା ନେଇ ପ୍ରଶ୍ନ ଉଠିଛି ।ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ମନ୍ଦିର ସୁରକ୍ଷା କାମ ଆର୍କିଓଲୋଜିକାଲ୍‌ ସର୍ଭେ ଅଫ ଇଣ୍ଡିଆର ହୋଇଥିବାରୁ ତାଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ରାଜ୍ୟ ସରକାର ।

{"id":223404,"sizeSlug":"large"}

କୋଣାର୍କ ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେବା ନେଇ ପୁଣି ପ୍ରଶ୍ନ ।ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଯେଉଁଠାରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଖସୁଛି ସେଠାରେ ଲଗାଯାଉଛି ସାଧାରଣ ପଥର ।ଏହାକୁ ନେଇ ସୋସିଆଲ ମିଡିଆରେ ଗଦା ଗଦା ପ୍ରଶ୍ନ ଉଠିଲାଣି ।ବିଶ୍ବ ଐତିହ୍ୟ କୋଣାର୍କ ମନ୍ଦିରରେ କାହିଁକି ସାଦା ପଥର ଲଗାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି । ଏପରି ପଥର ବଦଳାଯିବାକୁ ନେଇ ରାଜ୍ୟ ସଂସ୍କୃତି ବିଭାଗ  ଏଏସ୍‌ଆଇକୁ ଦୋଷ ଦେଇଛି ।ରାଜ୍ୟ ସରକାର କହିଛନ୍ତି ଏନେଇ ପୂର୍ବରୁ ଅଭିଯୋଗ ଉଠିବା ପରେ କେନ୍ଦ୍ର ସରକାର ଓ ଏଏସ୍‌ଆଇର ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ହେଲେ ସେମାନେ ନ୍ୟାସନାଲ କଞ୍ଜରଭେସନ୍‌ ରୁଲ୍‌ କଥା କହି କହି ଏହାକୁ ଟାଳି ଦେଇଥିଲେ ।ଏବେ ପୁଣି ଥରେ ଏହାର ଅନୁଧ୍ୟାନ କରାଯିବ ।ସେପଟେ ଏଏସ୍ଆଇ କହିଛି ମନ୍ଦିର ସୁରକ୍ଷା ନିୟମ ଅନୁସାରେ ହେଉଛି ।କୋଣାର୍କ ସୌନ୍ଦର୍ଯ୍ୟକୁ ଦୃଷ୍ଟି ଦିଆଯାଉଛି ।କୋଣାର୍କ ସୁରକ୍ଷିତ ଥିବାରୁ ଲୁହା ଭାର ଖୋଲିଦିଆଯାଇଛି ।ସୋସିଆଲ ମିଡିଆରେ ଦିଆଯାଉଥିବା ଫଟୋ ଗୁଡ଼ିକ ଭୁଲ୍‌ ବୋଲି ଏଏସ୍‌ଆଇ ପକ୍ଷରୁ ଏକ ଟ୍ବିଟ୍‌ରେ ଜବାବ ଦିଆଯାଇଛି ।…

{"id":223405,"sizeSlug":"large"}

କୋଣାର୍କ ମନ୍ଦିରରୁ ଲୁହା ଭାରା ଖୋଲିଛି ସତ । ହେଲେ ମନ୍ଦିରର ଅନେକ ସ୍ଥାନରେ ସାଦା ପଥର ଲଗାଯାଇଥିବାରୁ ଏହା ମନ୍ଦିରର ସୈନ୍ଦର୍ଯ୍ୟ କମାଉଛି ବୋଲି ପର୍ଯ୍ୟଟକ ଅଭିଯୋଗ କରିଛନ୍ତି । …

{"id":223406,"sizeSlug":"large"}

କୋଣାର୍କ ମନ୍ଦିର ସୁରକ୍ଷା ନେଇ ୨୦୦୮ ଓ ୨୦୧୦ରେ ଜାତୀୟ ସେମିନାର ହୋଇଥିଲା ।  ବିଶେଷଜ୍ଞ ମାନେ ଦେଇଥିବା ପରାମର୍ଶ ଅନୁସାରେ ମନ୍ଦିର ସୁରକ୍ଷା ବ୍ୟବସ୍ଥା କରିବାକୁ ଏଏସ୍‌ଆଇକୁ ଲିଖିତ ଭାବେ ଜଣାଇବା ସହ କଣ ପଦକ୍ଷେପ ନିଆଯାଉଛି ସେ ନେଇ ରାଜ୍ୟ ସରକାର ରିପୋର୍ଟ ମାଗିଛନ୍ତି ।ହେଲେ ଏଏସ୍‌ଆଇ ସରକାରଙ୍କୁ ରିପୋର୍ଟ ଦେଉନଥିବା କୁହାଯାଇଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.