ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଘଟଣା: ଗସ୍ତ ପାଇଁ ଥିବା ହେଲିକପ୍ଟରକୁ ନେଇ ଉଠିଲା ପ୍ରଶ୍ନ, ନିଜକୁ ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି ସରକାର

Published By : Prameya-News7 Bureau | January 07, 2022 IST

ନୂଆଦିଲ୍ଲୀ, ୦୭/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିରୋଜପୁର ଗ୍ରସ୍ତ ସମୟରେ ସୁରକ୍ଷାକୁ ନେଇ ଘଟିଥିବା ଘଟଣାରେ ପଞ୍ଜାବ ସରକାର ବହୁ ଆଡ଼ୁ ସମାଲୋଚନାର ଶିକାର ହେଉଛନ୍ତି । ପିଏମ୍‌ଙ୍କ ସୁରକ୍ଷାରେ ତ୍ରୁଟି ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଏହି ମାମଲା ସୁପ୍ରିମ୍‌ କୋର୍ଟରେ ପହଞ୍ଚିଛି ।

ପଞ୍ଜାବ ସରକାର ନିଜ ଉପରୁ ଦୋଷ ଲୁଚାଇବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି । ଖୋଦ୍‌ ରାଜ୍ୟର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ ଏହି କଥା ମାନିବାକୁ ପ୍ରସ୍ତୁତ ନୁହେଁ ଯେ, ପିଏମ୍‌ଙ୍କ ସୁରକ୍ଷାକୁ ନେଇ ହେଳା କରାଯାଇଛି । ପଞ୍ଜାବ ସରକାର ନିଜକୁ ବଞ୍ଚାଇବାକୁ ଯାଇ ଏବେ ମୋଦୀଙ୍କ ହେଲିକପ୍ଟରର ସାହାରା ନେଇଛନ୍ତି ।

ପଞ୍ଜାବ ସରକାରଙ୍କ ସୂତ୍ରରୁ ଏକ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ସବୁ ପରିସ୍ଥିତିରେ ଉଡ଼ାଣ ଭରିବାକୁ ସକ୍ଷମ ।  କିନ୍ତୁ ଏହାର ବ୍ୟବହାର ନକରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସୁତ୍ର ପକ୍ଷରୁ ଆଗକୁ କୁହାଯାଇଛି ଯେ ଏହି ଚପର ଯେ କୌଣସି ପରିସ୍ଥିତିରେ ବି ଉଡ଼ି ପାରିବ । ଏହାପରେ ବି ଏହାର ବ୍ୟବହାର କରାଯାଇନାହିଁ । ତଥାପି ଏଠାରେ ପାହାଡ଼ ଅଞ୍ଚଳ ମଧ୍ୟ ନାହିଁ ।

ବାସ୍ତବରେ ପ୍ରଧାନମନ୍ତ୍ରୀଙ୍କୁ ସାଧାରଣ ସଭାରେ ଯୋଗଦେବା ପାଇଁ ହେଲିକପ୍ଟର ଯୋଗେ ବାଥୀଣ୍ଡାରୁ ଫେରେଜପୁର ଯିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଖରାପ ପାଗ ହେତୁ ସଡ଼କ ପଥରେ ଯିବାକୁ ପଡିଲା ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.