ସୋସାଲ ମିଡିଆ ଜଳେଇବାକୁ ଆସୁଛନ୍ତି ‘କ୍ୱିନ ଅଫ ଗନସ’, ଜାଣନ୍ତୁ କିଏ
6/07/2019 at 8:55 PM

ସାରା ଦୁନିଆର ମଡେଲ କେବଳ ଏକ ସୁଯୋଗ ଅପେକ୍ଷାରେ ଥାନ୍ତି। ଏଠାରେ ଆମେ ଚର୍ଚ୍ଚା କରିବାକୁ ଯାଉଥିବା ଇଜ୍ରାଏଲୀ ମଡେଲଙ୍କ କ୍ଷେତ୍ରରେ ବି ସେଇଆ ଘଟିଛି। ଅସ୍ତ୍ରଶସ୍ତ୍ର ପ୍ରତି ଥିବା ଆକର୍ଷଣ ପାଇଁ ସେନାରେ ଭର୍ତ୍ତି ହୋଇଥିଲେ। ପ୍ରଶିକ୍ଷଣ ପ୍ରାପ୍ତ କରିବା ପରେ ମିସନରେ କାମ କରିବାର ଥିଲା ଅଦମ୍ୟ ଆଗ୍ରହ, ହେଲେ ତାଙ୍କୁ ମିଳିଥିଲା ବ୍ୟାକ ଅଫିସ ଡ୍ୟୁଟି। ନିରାଶ କରିଥିଲା ଚାକିରୀ, ହେଲେ ଅଚାନକ ମିସନରେ କାମ କରିବାର ମିଳିଗଲା ସୁଯୋଗ କିଛି ଫଟୋ ସୁଟ୍ କରି ପୋଷ୍ଟ କରିଦେଇଥିଲେ ସୋସାଲ ମିଡିଆରେ ଯାହା ଜଙ୍ଗଲ ନିଆଁ ଭଳି ବ୍ୟାପୀ ଯାଇଥିଲା। ଇଏ ଆଉ କେହି ନୁହନ୍ତି ସେହି ‘କ୍ୱିନ ଅଫ ଗନସ’। ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ।

‘କ୍ୱିନ ଅଫ ଗନସ’ ଏବେ ପୁଣି ସୋସାଲ ମିଡିଆରେ ନିଆଁ ଲଗାଇବାକୁ ଯାଉଛନ୍ତି। ଏକଦା ଇସ୍ରାଏଲ ଆର୍ମିର ଜିଡି ଥିବା ଏହି ମଡେଲଙ୍କ ବାସ୍ତବ ନାମ ହେଉଛି ଓରିନ୍ ଜୁଲି। ସୋସାଲ ମିଡିଆରେ ତାଙ୍କ ଫଟୋ ଭାଇରାଲ ହେବା ପରେ ତାଙ୍କୁ ଆର୍ମ ଡିଲରଙ୍କ ମଡେଲିଂ ଅଫର ମିଳିଥିଲା। ଚାକିରୀ ଛାଡି ସେବେଠାରୁ ସେ ମଡେଲିଂରେ ମାତିଛନ୍ତି। ବେଶ ଅର୍ଥ ସାଙ୍ଗକୁ ସାରା ଦୁନିଆରେ ଏବେ ଛାଇଯାଇଛନ୍ତି ଜୁଲି।

୨୮ ଫେବୃଆରୀ ୧୯୯୪ରେ ଜନ୍ମିତ ଜୁଲି ୨୦୧୨ ମିସହାରେ ସେନାରେ ସୁଯୋଗ ପାଇଥିଲେ। ତେବେ କିଛି ବର୍ଷ ପରେ ସେ ସେନା ବାହିନୀ ଚାକିରୀ ଛାଡି ମଡେଲିଂ ଦୁନିଆରେ ପାଦ ଥାପିଥିଲେ। ପ୍ରଥମେ ପ୍ରଥମେ ତାଙ୍କୁ ଆର୍ମ ଓ ଆର୍ମରୀ ପାଇଁ ମଡେଲିଂ ଅଫର ମିଳୁଥିଲା। ଏଣୁ ତାଙ୍କୁ ‘କ୍ୱିନ ଅଫ ଗନସ’ ଭାବେ ଅଧିକାଂଶ ଜାଣନ୍ତି। ହେଲେ ତାଙ୍କର ସୁଠାମ ଶରୀର ସାଙ୍ଗକୁ ମାଦକଭରା ଚାହାଣୀ ଘାୟଲ କରୁଛି ତାଙ୍କ ଫ୍ୟାନସଙ୍କୁ।