AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

୭ ଦଶନ୍ଧି ଧରି ସମ୍ଭାଳିଥିଲେ ବ୍ରିଟେନର ରାଜଗାଦୀ, କ୍ଷମତା କାଳରେ ୧୫ ପ୍ରଧାନମନ୍ତ୍ରୀଙ୍କ କରାଇଥିଲେ ଶପଥପାଠ

9/09/2022 at 11:46 AM

ନୂଆଦିଲ୍ଲୀ ୦୯/୦୯: ବ୍ରିଟେନ୍‌ର ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଆଉ ନାହାନ୍ତି । ସ୍କଟଲାଣ୍ଡର ବାଲ୍‌ମୋରାଲ କ୍ୟାସେଲ୍‌ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ୯୬ ବର୍ଷ ହୋଇଥିଲା । ସେ ୭୦ ବର୍ଷ ବା ୭ ଦଶନ୍ଧି ଧରି ବ୍ରିଟେନ୍‌ର ରାଜଗାଦି ସମ୍ଭାଳିଥିଲେ, ଯାହା କି ଏକ ରେକର୍ଡ । ନିଜ କ୍ଷମତା କାଳରେ ସେ ବ୍ରିଟେନ୍‌ରେ ୧୫ ପ୍ରଧାନମନ୍ତ୍ରୀଙ୍କର ଶପଥପାଠ କରାଇଥିଲେ । ସଦ୍ୟ ଘଟଣାରେ ସେ ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କୁ ନିଯୁକ୍ତ କରିଥିଲେ ।

୧୯୫୨ରେ ଏଲିଜାବେଥ୍‌ ବ୍ରିଟେନ୍‌ର ମହାରାଣୀ ହୋଇଥିଲେ ଏବଂ ୧୬ ମାସ ପରେ ୧୯୫୩ ଜୁନ୍‌ରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା । ଲଣ୍ଡନର ବକିଙ୍ଗ୍‌ହାମ୍‌ ପ୍ୟାଲେସ୍‌ ପକ୍ଷରୁ ଏକ ବିବୃତି ଜାରି କରାଯାଇ ରାଣୀ ଏଲିଜାବେଥ୍‌ଙ୍କ ପରଲୋକ ବାବଦରେ ସୂଚନା ଦିଆଯାଇଛି । ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଜଣେ ଉଦାର ହୃଦୟର ମହିଳା ଥିଲେ, ଯାହାଙ୍କ ମୁହଁ ସବୁବେଳେ ହସହସ ଥିଲା ।

କେମିତି ହେଲେ ମହାରାଣୀ? ବ୍ରିଟେନ୍‌ର କିଙ୍ଗ୍‌ ଜର୍ଜ ପଞ୍ଚମଙ୍କର ୧୯୩୬ରେ ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ରାଜଗାଦିରେ ତାଙ୍କ ବଡ଼ ପୁଅ ଡେଭିଡ୍‌ ବସିଥିଲେ । ସେ ନିଜ ଶାହି ନାମ ଏଡୱାର୍ଡ ଅଷ୍ଟମ ରଖିଥିଲେ । କିନ୍ତୁ ନିଜ ପ୍ରେମ ବ୍ୟାପାର କାରଣରୁ ଏଡୱାର୍ଡ ଅଷ୍ଟମଙ୍କୁ ଗାଦି ଛାଡ଼ିବାକୁ ପଡ଼ିଥିଲା । ଛାଡ଼ପତ୍ର ପାଇଥିବା ଜଣେ ଆମେରିକୀୟ ମହିଳାଙ୍କୁ ଏଡୱାର୍ଡ ବିବାହ କରିଥିବାରୁ ବିବାଦ ଉପୁଜିଥିଲା ।

ଏହି କାରଣରୁ ତାଙ୍କର ତୀବ୍ର ବିରୋଧ କରାଗଲା । ତାଙ୍କୁ ଗାଦିରୁ ହଟାଇ ଏଲିଜାବେଥଙ୍କ ପିତା ଆଲ୍‌ବର୍ଟଙ୍କୁ ରାଜଗାଦିରେ ବସାଯାଇଥିଲା । ଏହାଦ୍ୱାରା ଏଲିଜାବେଥଙ୍କ ପାଇଁ ମହାରାଣୀ ହେବାର ରାସ୍ତା ପ୍ରସ୍ତୁତ ହୋଇଥିଲା ।

   Related Posts