ବ୍ରିଟେନ ମହାରାଣୀଙ୍କୁ ଓଜନିଆ ଲାଗୁଛି ବ୍ରିଟିଶ ରାଜମୁକୁଟ, Internetର ପରାମର୍ଶ, ଫେରାଇଦିଅ କୋହିନୁର

Published By : Prameya-News7 Bureau | March 04, 2020 IST

ନୂଆଦିଲ୍ଲୀ ୪।୩:  ବ୍ରିଟେନ ମହାରାଣୀ ଏଲିଜାବେଥ-୨ଙ୍କୁ  ତାଙ୍କ ରାଜ ମୁକୁଟ ଅଧିକ ଓଜନିଆ ଲାଗୁଥିବାର କହିଥିଲେ। ଦୀର୍ଘ ୬୫ ବର୍ଷ ହେଲା ବ୍ରଟିଶ ରାଜଗାଦୀର ଅଧିଷ୍ଠାତ୍ରୀ ଥିବା ଏଲିଜାବେଥଙ୍କ ବକ୍ତବ୍ୟକୁ ଆଧାର କରି ଏକ ବ୍ରିଟିଶ ଟାବଲଏଡରେ ପ୍ରକାଶିତ ଖବର ଏବେ ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି କରିଛି। ଏହି ରାଜ ମୁକୁଟ ପିନ୍ଧି ନା ଭାଷଣ ଟେବୁଲରେ ରଖି ପଢି ହେଉଛି ନା ହାତରେ ଧରି ପଢି ହେଉଛି ବୋଲି କହିଥିଲେ ରାଣୀ।

{"id":232744,"sizeSlug":"large"}

ମୁଣ୍ଡା ନୁଆଁଇଲେ ଓଜନ ବେକ ଭାଙ୍ଗିପକାଇବାର ଭୟ ରହୁଛି। ଝୁକିଲେ ମୁଣ୍ଡରୁ ଖସିପଡିବାର ଆଶଙ୍କା ରହୁଥିବାର ରାଣୀ କହିଥିଲେ। ବାସ୍ତବରେ ଉପନିବେଶୀୟ ସମୟର ଏହି ମୁକୁଟ ବେଶ୍ ଓଜନଦାର। ଏଥିରେ ୨ହଜାର ୮୬୮ଟି ହୀରା ସାଙ୍ଗକୁ ୧୭ଟି ନିଲମ, ୧୧ଟି ପାନ୍ନା ଓ ୨୬୯ଟି ମୋତି ଜଡିତ ହୋଇଛି। ତେବେ ଏହି ମୁକୁଟର ସବୁଠାରୁ ଓଜନଦାର ଯାହା ତାହା ହେଉଛି ୧୦୫.୬ କ୍ୟାରେଟର କୋହିନୁର ହୀରା। ଏହି ହୀରାଟି ଭାରତରୁ ବ୍ରିଟେନ ଯାଇଥିବା ବେଳେ ଏବେ ବ୍ରିଟିଶ ରାଜମୁକୁଟର ଶୋଭା ବର୍ଦ୍ଧନ କରୁଛି।

{"id":232746,"sizeSlug":"large"}

ତେବେ ରାଣୀଙ୍କର ଏହ ସ୍ୱୀକାରୋକ୍ତି ପରେ ଭାରି ମୁକୁଟରୁ କୋହିନୁରକୁ କାଢି ଭାରତକୁ ଫେରାଇ ଦିଅ ବୋଲି ସୋସିଆଲ ମିଡିଆରେ ୟୁଜରଙ୍କ ଦାବି ବଢିବାରେ ଲାଗିଛି। ଏହି ହୀରାଟି ୧୮୪୯ ମସିହାରେ ଭାରତରୁ ବ୍ରିଟିଶ ହାତକୁ ଯାଇଥିଲା। ଲାହୋର ବୁଝାମଣା ଅନୁସାରେ ତତ୍କାଳୀନ ଲାହୋର ମହାରାଜ ଦିଲୀପ ସିଂହ ଏହି ହୀରାକୁ ସେତେବେଳର ରାଣୀ ଭିକ୍ଟୋରିଆଙ୍କୁ ଦେଇ ଦେଇଥିଲେ। ଏହି ବୁଝାମାଣା ଯେତେବେଳେ ହେଲା ସେତେବେଳେ ଦିଲୀପଙ୍କ ବୟସ ଥିଲା ମାତ୍ର ୯ ବର୍ଷ। ଏଣୁ ଏକ ନାବାଳକ ଠାରୁ ଧୋକାରେ ବ୍ରିଟିଶ ରାଜପରିବାର ହୀରା ଠକିନେଇଥିବାର ଏବେ ଅଭିଯୋଗ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.