ବ୍ରିଟେନରେ ଆଜିଠୁ କରୋନା ଟୀକାକରଣ : ମହାରାଣୀ ଏଲିଜାବେଥ ଦ୍ବିତୀୟ ଏବଂ ପ୍ରିନ୍ସ ଫିଲିପଙ୍କୁ ସର୍ବପ୍ରଥମେ ଦିଆଯିବ ଭାକସିନ

Published By : Prameya-News7 Bureau | December 08, 2020 IST

ନୂଆଦିଲ୍ଲୀ ୮/୧୨: ଋଷ୍ ପରେ ଆଜିଠୁ ବ୍ରିଟେନରେ ମଧ୍ୟ କରୋନା ଟୀକାକରଣ ଅଭିଯାନ ଆରମ୍ଭ କରାଯିବ। ଋଷରେ ଶନିବାର ଠାରୁ କରୋନା ଭ୍ୟାକସିନ୍ ସ୍ଫୁଟନିକ-ଭିର ସାର୍ବଜନିକ ଟୀକାକରଣ ଅଭିଯାନ ଆରମ୍ଭ ହେବା ପରେ ଏବେ ବ୍ରିଟେନରେ ମଧ୍ୟ ଆଜିଠୁ ଟୀକାକରଣ ଅଭିଯାନ ଆରମ୍ଭ କରାଯିବ। ସୂଚନା ଅନୁଯାୟୀ ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟ ଏବଂ ତାଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କୁ ସର୍ବପ୍ରଥମେ କରୋନା ଭ୍ୟାକସିନର ଟୀକା ଲଗାଯିବ। ଫାଇଜର-ବାୟୋଏନଟେକ୍ ଟୀକାକୁ ଧାର୍ଯ୍ୟ ସ୍ଥାନରେ ଯୋଗାଇ ଦିଆଯାଇଛି। ବ୍ରିଟେନର ସ୍ବାସ୍ଥ୍ୟ ମନ୍ତ୍ରୀ ମ୍ୟାଟ୍ ହ୍ୟାନକାକ ଏହି ଦିନକୁ ଐତିହାସିକ କହି ଏହାକୁ ଭି-ଡେ କହିଛନ୍ତି। ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବାର ଟପ୍ ୫୦ଟି ହସ୍ପିଟାଲ୍ ଟୀକାକରଣ କାର୍ଯ୍ୟକ୍ରମରେ ଜୁଟିଛନ୍ତି।

{"id":374430,"sizeSlug":"large"}

ଏହି ଟୀକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟ ଅନୁସାରେ ଅଗ୍ରିମ ପଂକ୍ତିର ସ୍ବାସ୍ଥ୍ୟକର୍ମୀ ଏବଂ ୮୦ବର୍ଷରୁ ଅଧିକ ବୟସର ବୟସ୍କଙ୍କୁ ଫାଇଜର-ବାୟୋଏନଟେକ ଟୀକା ଦିଆଯିବ। ସ୍ବାସ୍ଥ୍ୟ ମନ୍ତ୍ରୀ ମ୍ୟାଟ୍ ହାନକକ୍ ଲୋକଙ୍କୁ ଟୀକାକରଣ ଅଭିଯାନରେ ସାହାଯ୍ୟର ଅପିଲ କରିବାକୁ କହିଛନ୍ତି ଯେ ଏହି ସପ୍ତାହ ଐତିହାସିକ ହେବ କାରଣ ଆମେ ଦେଶରେ କରୋନା ଭାଇରସ୍ ବିରୁଦ୍ଧରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛୁ।

{"id":374431,"sizeSlug":"large"}

ଏହି ସପ୍ତାହ ଆରମ୍ଭରେ ବ୍ରିଟେନର ଔଷଧିୟ ଏବଂ ସ୍ବାସ୍ଥ୍ୟ ଦେଖାଶୁଣା ଉତ୍ପାଦ ନିୟାମକ ଏଜେନ୍ସି ଫାଇଜର/ବାୟୋଏନଟେକ୍ କୋଭିଡ-୧୯ ଟୀକାକୁ ମଞ୍ଜୁରୀ ଦେଇଥିଲେ। କୁହାଯାଉଛି ଯେ ଏହି ଟୀକା କୋଭିଡ-୧୯ରୁ ୯୫ ପ୍ରତିଶତ ସୁରକ୍ଷା ପ୍ରଦାନ କରିଥାଏ। ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ବିତୀୟ ଏବଂ ତାଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କୁ ସର୍ବପ୍ରଥମେ କରୋନା ଟୀକା ଦିଆଯିବ। ଏଥିପାଇଁ ଡାକ୍ତରଙ୍କଠୁ ମଧ୍ୟ ପରାମର୍ଶ ନିଆଯାଇଛି।

{"id":374432,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.