ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବ୍ରିଟେନ୍ ରାଣୀ ଏଲିଜାବେଥ୍ ନେବେ କରୋନା ଭାକସିନ୍, ସାଧାରଣ ଜନତାଙ୍କ ଭଳି ଧାଡିରେ ଠିଆ ହେବେ

7/12/2020 at 8:44 AM

ବ୍ରିଟେନ୍, ୦୭/୧୨: ବ୍ରିଟେନର ରାଣୀ ଦ୍ବିତୀୟ ଏଲିଜାବେଥ୍ ନେବେ କରୋନା ଭାକସିନ୍ । ଫାଇଜର ଟିକା ନେବେ ଦ୍ୱିତୀୟ. ଏଲିଜାବେଥ୍। ଜରୁରୀକାଳୀନ ଅନୁମତି ଦେବାପରେ ଇଂଲଣ୍ଡର ରାଣୀ ଦ୍ୱିତୀୟ ଏଲିଜାବେଥ୍ ଏବଂ ତାଙ୍କ ସ୍ୱାମୀ ଯୁବରାଜ ଫିଲିପ୍ କିଛି ସପ୍ତାହ ମଧ୍ୟରେ ଫାଇଜର୍ ଟିକା ନେବେ ବୋଲି ଜଣାପଡିଛି।

ଟିକାକରଣ ପ୍ରତି ଲୋକମାନଙ୍କ ମଧ୍ୟରେ ଭରସା ବଢ଼ାଇବା ନିମନ୍ତେ ରାଣୀ ଦ୍ୱିତୀୟ ଏଲିଜାବେଥ୍ ଏବଂ ଯୁବରାଜ ଫିଲିପ୍ କୋଭିଡ ଟିକା ନେବେ । କରୋନା ମୁକ୍ତ ଲାଗି ବିଶ୍ବରେ ପ୍ରଥମ ଦେଶ ଭାବେ ବ୍ରିଟେନରେ ଆସନ୍ତା ସପ୍ତାହରୁ ଗଣ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ୯୪ ବର୍ଷୀୟ ରାଣୀ ଏବଂ ୯୯ ବର୍ଷିୟ ଯୁବରାଜଙ୍କୁ କୌଣସି ଅଗ୍ରାଧିକାର ଭିତ୍ତିରେ କୋଭିଡ୍ -୧୯ ଟିକା ଦିଆଯିବ ନାହିଁ।

 ୮୦ ବର୍ଷରୁ ଅଧିକ ବୟସ ବର୍ଗର ଲୋକଙ୍କୁ ଏହି ଟିକା ଦିଆଯିବା ସମୟରେ ଉଭୟ ଧାଡ଼ି ବାନ୍ଧି ଟିକାକରଣସ୍ଥଳରେ ଅପେକ୍ଷା କରିବେ। ଗତ ବୁଧବାର ବ୍ରିଟେନ ସରକାର ଫାଇଜର ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ।

ସୂଚନାଯୋଗ୍ୟ, ଫାଇଜର ଟିକାର ଜରୁରୀ ବ୍ୟବହାର ଲାଗି ବ୍ରିଟେନ ସରକାର ଗତ ୨ ତାରିଖରେ ଅନୁମତି ଦେଇଛନ୍ତି । ଫଳରେ କୌଣସି ଟିକାକୁ ଜରୁରୀ ବ୍ୟବହାର ଲାଗି ଅନୁମତି ଦେବାରେ ବ୍ରିଟେନ ବିଶ୍ୱର ପ୍ରଥମ ଦେଶ ହୋଇଛି । କମ୍ପାନୀକୁ ୪ କୋଟି ଡୋଜ ଟିକା ଦେବାକୁ ଆଗୁଆ କୁହାଯାଇଛି । ତେବେ ଆସନ୍ତା ସପ୍ତାହରେ କମ୍ପାନି ପ୍ରାୟ ୮ ଲକ୍ଷ ଡୋଜ ଟିକା ଦେବାକୁ ଲକ୍ଷ୍ୟ ରଖିଛି ।

   Related Posts