Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏହି ଦେଶରେ ଅପହରଣ ହେଉଛନ୍ତି ମହୁମାଛି ! ୧୨ ବର୍ଷରେ ହେଲେଣି ୧୦ ଲକ୍ଷ ଅପହରଣ

29/05/2023 at 3:26 PM

ନୂଆଦିଲ୍ଲୀ ୨୯।୦୫: ଆଜି ପର୍ଯ୍ୟନ୍ତ ଲୋକଙ୍କର ଅପହରଣ ହେଉଥିବା ଆପଣ ନିଶ୍ଚିତ ଭାବରେ ଶୁଣିଥିବେ ।  ପାରସ୍ପରିକ ଶତ୍ରୁତା ପାଇଁ ହେଉ କି ଚୋରା ଚାଲାଣ ପାଇଁ ହେଉ, ଲୋକଙ୍କୁ ଅପହରଣ କରାଯାଏ । ଏଥିରେ ପିଲାମାନଙ୍କ ଅପହରଣ ମାମଲା ଅଧିକ ସାମ୍ନାକୁ ଆସିଛି । ଏହାର କାରଣ ମଧ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଛି । ପିଲାମାନେ ବହୁତ ସହଜରେ ଟାର୍ଗେଟ୍ ହେଉଛନ୍ତି । ପିଲାଙ୍କୁ ଅପହରଣ କରାଯାଇ କେତେକଙ୍କୁ ଧନୀ ପରିବାରକୁ ବିକ୍ରି କରନ୍ତି, ତ ଆଉ କିଛିଙ୍କୁ ଭିକ୍ଷା ମାଗାଇବାକୁ ପଠାଇଥାନ୍ତି । କିନ୍ତୁ ବର୍ତ୍ତମାନ ବ୍ରିଟେନରେ ମହୁମାଛିଙ୍କର କରାଯାଉଛି ଅପହରଣ ।

କଥାଟି ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ଏହି ଦେଶରେ ମହୁମାଛି ଅପହରଣ ହେଉଛନ୍ତି । ୨୦୧୧ ପରଠାରୁ ଏଠାରେ ଏକ ମିଲିୟନରୁ ଅଧିକ ମହୁମାଛିଙ୍କର କରାଯାଇଛି ଅପହରଣ । ଏଥିସହ ପ୍ରାୟ ୧୩୫ଟି ମହୁମାଛି ବସା ଚୋରି ହୋଇଛି । ଏହି ଅପହରଣ ହେତୁ ବର୍ଷ ବର୍ଷ ଧରି ମହୁମାଛି ଚାଷ କରୁଥିବା ଅନେକ କୃଷକଙ୍କୁ ସେମାନଙ୍କ ବ୍ୟବସାୟ ବନ୍ଦ କରିବାକୁ ପଡିଛି ।

ମହୁମାଛି ଅପହରଣ ହେତୁ ଅନେକ ଲୋକଙ୍କୁ ମହୁ ବ୍ୟବସାୟ ବନ୍ଦ କରିବାକୁ ପଡିଲା। ଲିକ୍ସର ସ୍କିଡବ୍ରୁକ୍‌ରେ ରହୁଥିବା ୬୦ ବର୍ଷିୟ ଗାଏ ୱିଲିୟମ୍ସ କହିଛନ୍ତି ଯେ, ଗତ କୋଡିଏ ବର୍ଷ ମଧ୍ୟରେ ତାଙ୍କର ଅନେକ ରାଣୀ ମହୁମାଛିଙ୍କୁ ଅପହରଣ କରାଯାଇଛି । ରାଣୀ ମହୁମାଛି ଅଦୃଶ୍ୟ ହେବା ମାତ୍ରେ ବାକି ମହୁମାଛି ମଧ୍ୟ ଅଦୃଶ୍ୟ ହୋଇଯାନ୍ତି । ସେ କହିଛନ୍ତି ଯେ ଏହି ଅପହରଣକାରୀମାନେ ବହୁତ ଚତୁର । ସେମାନେ ଜାଣନ୍ତି ଯେ ମହୁ ଉତ୍ପାଦନ କେବଳ ମହୁମାଛିଙ୍କ ଠାରୁ ହୋଇଥାଏ ।  ଏଥିପାଇଁ ସେମାନେ କେବଳ ମହୁମାଛି ଅପହରଣ କରିଆସୁଛନ୍ତି । ଆଜିଯାଏଁ ପୋଲିସ ଏହି ଅପହରଣକାରୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇ ନାହିଁ। ତେବେ ତଦନ୍ତ ବହୁ ବର୍ଷ ଧରି ଚାଲିଛି।

You Can Read

   Related Posts