ଆସିବ କଙ୍ଗନାଙ୍କ ‘Queen-2’: ସ୍କ୍ରିପ୍ଟ ପ୍ରସ୍ତୁତ, ଖୁବ୍‌ ଶୀଘ୍ର ହେବ ଶୁଟିଂ

Published By : Prameya-News7 Bureau | February 24, 2024 IST

ମୁମ୍ଵାଇ ୨୪।୦୨: ୨୦୧୩ ମସିହାରେ ମୁକ୍ତିପ୍ରାପ୍ତ କଙ୍ଗନା ରଣାୱତ୍‌ ଷ୍ଟାରର୍‌ ‘କୁଇନ୍‌’ର ସିକ୍ୱେଲ୍‌ ହେବ । ଫିଲ୍ମର ନିର୍ଦ୍ଦେଶକ ବିକାଶ ବହଲ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଏ ବିଷୟରେ ଖୁଲାସା କରିଛନ୍ତି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କଙ୍ଗନା । ସିକ୍ୱେଲ ପାଇଁ ଅଦ୍ୟାବଧି କି କି ଯୋଜନା ହୋଇଛି, ସେ ବିଷୟରେ ବିକାଶ ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, ‘କୁଇନ୍‌’ ମୁକ୍ତିଲାଭ କରିବାର ୧୦ ବର୍ଷ ବିତିଗଲାଣି। ଲୋକେ ଏବେ ବି ତାଙ୍କୁ ଏହାର ସିକ୍ୱେଲ ବିଷୟରେ ପଚାରୁଛନ୍ତି । ମୂଳ ଫିଲ୍ମ ସହ ମେଳ ଖାଇବା ଭଳି ସିକ୍ୱେଲ ନିର୍ମାଣ କରିବାକୁ ସେ ଚାହୁଁଥିଲେ । ଫିଲ୍ମର କାହାଣୀ ଲେଖା ସରିଛି । ସେ କହିଛନ୍ତି, ଟଙ୍କା ପାଇଁ ୪ ବର୍ଷ ତଳୁ ସିକ୍ୱେଲ ରିଲିଜ୍‌ କରି ସାରିଥାନ୍ତେ ।

କିନ୍ତୁ ‘କୁଇନ୍‌’ ଯେଉଁ ଛାପ ଦର୍ଶକଙ୍କ ମନରେ ଛାଡ଼ିଛି, ସେହିଭଳି କାହାଣୀ ନ ପାଇବା ପର୍ଯ୍ୟନ୍ତ ସିକ୍ୱେଲ ବିଷୟରେ ସେ ଚିନ୍ତା କରିପାରୁ ନ ଥିଲେ । ବିକାଶଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଶୈତାନ୍‌’ ଆସନ୍ତା ମାର୍ଚ୍ଚ ୯ ତାରିଖରେ ମୁକ୍ତିଲାଭ କରିବ । ଏଥିରେ ଅଜୟ ଦେବଗନ, ଆର୍‌ ମାଧବନ ଓ ଜ୍ୟୋତିକା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ମାଧବନଙ୍କ ଶୈତାନ ଲୁକ୍‌ ଦର୍ଶକଙ୍କ ପାଇଁ ସର୍‌ପ୍ରାଇଜ୍‌ ହେବ । କଙ୍ଗନାଙ୍କର ସବୁଠୁ ଲୋକପ୍ରିୟ ଫିଲ୍ମ ମଧ୍ୟରେ ‘କୁଇନ୍‌’ ଅନ୍ୟତମ । ଫିଲ୍ମରେ ତାଙ୍କ ସହ ରାଜକୁମାର ରାଓ ନଜର ଆସିଥିଲେ । ବିବାହ ପାଇଁ ପ୍ରତ୍ୟାଖ୍ୟାନର ସମ୍ମୁଖୀନ ହୋଇଥିବା ଜଣେ ଝିଅ କିଭଳି ଭାବେ ନିଜ ସ୍ୱପ୍ନକୁ ଏକାକୀ ପୂରଣ କରିଛି, ତାହା ଥିଲା ଫିଲ୍ମର ବିଷୟବସ୍ତୁ ।

ନିକଟରେ ମୁକ୍ତିପ୍ରାପ୍ତ କଙ୍ଗନାଙ୍କର ସମସ୍ତ ଫିଲ୍ମ ବକ୍ସଅଫିସ୍‌ରେ ଫେଲ୍‌ ହୋଇଛି । ଫିଲ୍ମ ‘ତେଜସ୍‌’କୁ ନେଇ ସେ ଅନେକ ଆଶା କରିଥିଲେ । କିନ୍ତୁ ଦର୍ଶକ ଏହାକୁ ପସନ୍ଦ କଲେ ନାହିଁ । ‘କୁଇନ୍‌-୨’ରେ ଯଦି କଙ୍ଗନାଙ୍କୁ ଲିଡ୍‌ ଲେଡି ଭାବେ କାଷ୍ଟ୍‌ କରାଯାଏ, ତେବେ ତାଙ୍କ କ୍ୟାରିଅର୍‌ ପୁଣି ଥରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ଏମର୍ଜେନ୍ସି’ । ଏଥିରେ ସେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଭୂମିକାରେ ନଜର ଆସିବେ । ଆସନ୍ତା ଜୁନ୍‌ ୧୪ ତାରିଖରେ ଏଇଟି ରିଲିଜ୍‌ ହେବ।

wp:embed {"url":"https://www.prameyanews7.com/radhika-merchant-and-anant-ambani-pre-wedding/","type":"wp-embed","providerNameSlug":"prameya-news-7"}
https://www.prameyanews7.com/radhika-merchant-and-anant-ambani-pre-wedding/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.