ପଡିଶାଘର ଦୁଆର ପିଲା ମଳତ୍ୟାଗ କରିବାକୁ ନେଇ ଆକ୍ରମଣ – ୨ ମହିଳା ଗୁରୁତର

Published By : Prameya-News7 Bureau | December 12, 2019 IST

ଆନନ୍ଦପୁର ୧୨।୧୨ -  ଆନନ୍ଦପୁର ଥାନା ଫକୀରପୁର ଗାଁ ରେ ପଡୋଶୀ ଙ୍କ ଆକ୍ରମଣ ରେ ୨ ମହିଳା ଗୁରୁତର । ଗୁରୁତର ଦୁଇ ମହିଳାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ  ଭର୍ତି  କରାଯାଇଛି ।

 ଗତକାଲି ଭରତ ନାମକ ବ୍ୟକ୍ତିଙ୍କ ୨ବର୍ଷ ର ନାତି ପଡିଶା ଘର ଦୁଆରେ ଝାଡା ବସିବାକୁ  କେନ୍ଦ୍ରକରି ଜେଜେମା ସଂଜୁଲତା ଙ୍କ ସହ ପଡିଶା ଘରର ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିଲେ । ଗତକାଲିର ଏହି ଘଟଣା କୁ କେନ୍ଦ୍ରକରି ପଡିଶା ଘରଲୋକେ ଆଜି   ଘରେ ପଶି ସଂଜୁଲତା ଙ୍କୁ ଆକ୍ରମଣ କରିଥିଲେ ।  ତାଙ୍କୁ ଉଦ୍ଧାର କରିବାକୁ ଯାଇ ନଣନ୍ଦ କନକ ମଧ୍ୟ ଆକ୍ରମଣ ର ଶିକାର ହୋଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ ।  ଆକ୍ରମଣର ରେ ପଡୋଶୀ ଦିଲୁ ମହାନ୍ତି,  ସଂଜୀବ ମହାନ୍ତି,  ନାରାୟଣ ମହାନ୍ତି ଙ୍କ ସହ ଅନ୍ୟ କେତେକ ସାମିଲ ଥିବା ଅଭିଯୋଗ କରିଛନ୍ତି ଭରତ  ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.