ମନ୍ଦିରରେ ଜଳଲାଗିକୁ ନେଇ ବ୍ରାହ୍ମଣ ଓ କାଉଡିଆଙ୍କ ମଧ୍ୟରେ ଗଣ୍ଡଗୋଳ

Published By : Prameya-News7 Bureau | July 29, 2019 IST

ବାଲେଶ୍ବର ୨୯/୭: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଭୋଲା ବାବା ପାରକରେଗା ଧ୍ବନୀରେ କାଉଡିଆମାନେ ବିଭିନ୍ନ ନଦୀ ,ସମୁଦ୍ରରୁ ପାଣି ଆଣି ବିଭିନ୍ନ ଶୀବପୀଠରେ ପହଞ୍ଚି ଜଳାଭିଷେକ କରି ନିଜର ମନସ୍କାମନା ପୁରଣ କରିଥାନ୍ତି। ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକର ନାମ୍ପୋ ତ୍ରିଲୋଚନେଶ୍ବର ଶୈବପୀଠରେ ଶତାଧିକ କାଉଡିଆମାନେ ପାଣିଭାର ଧରି ମନ୍ଦିରକୁ ପହଞ୍ଚିଲାବେଳକୁ ମନ୍ଦିରରେ ତାଲା ପଡ଼ିଥିଲା।

{"id":138436}

ମନ୍ଦିରର ସେବାୟତମାନେ ମନ୍ଦିରରେ ପାଣି ଢାଳିବାକୁ ଦେବେ ନାହିଁ ,ମନ୍ଦିର ଅପରିଷ୍କାର ହେବ ବୋଲି ଗତକାଲି ମଧ୍ୟ ରାତ୍ରିରୁ ତାଲା ପକାଇ ଦେଇଥିଲେ।ଏ ନେଇ ମନ୍ଦିରରେ ଉତ୍ତେଜନା ପାଇଥିଲା। କିଛି ଶ୍ରଦ୍ଧାଳୁମାନେ ମନ୍ଦିରକୁ ପୂଜା ପାଇଁ ଆସିଥିଲେ ମଧ୍ୟ ପୂଜା କରି ନପାରି ଫେରିଯାଇଥିଲେ।ଖବର ପାଇ ଜଳେଶ୍ବର ତହସିଲଦାର ,ନାମ୍ପୋ ଫାଣ୍ଡିର ପୁଲିସ ପହଞ୍ଚି ତଦନ୍ତ କରୁଛି।

{"id":138437}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.