ଭାରତୀୟ ଏଣ୍ଟରପ୍ରିନିୟର ଓ ଇନୋଭେଟରଙ୍କ ଉଦ୍ୟମକୁ Microsoft ସିଇଓଙ୍କ ଉଚ୍ଚ ପ୍ରଶଂସା, ଜାଣନ୍ତୁ କହିଲେ କ’ଣ?
26/02/2020 at 9:23 PM

ନୂଆଦିଲ୍ଲୀ ୨୬।୨ : ଭାରତରେ ଏଣ୍ଟରପ୍ରିନିୟର ଓ ଇନୋଭେଟରଙ୍କ ବିଚାରଧାର ବେଶ୍ ଗୁଣାତ୍ମକ। ସେହପରି ଦେଶରେ ଇନୋଭେଟରଙ୍କୁ ବି ବେସ୍ ପ୍ରୋତ୍ସାହନ ମିଳୁଛି। ଏଣୁ ଦେଶ ଏକ ପ୍ରଗତିଶୀଳ ସାମାଜିକ ଓ ଆର୍ଥି ବ୍ୟବସ୍ଥା ପାଇପାରିଛି। ଏହା କହିଛନ୍ତି ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନଡେଲା। ତେବେ ସବୁଠାରୁ ଯାହା ବଡ କଥା ହେଉଛି ତାହା ହେଉଛି ସ୍କୁଲ ପିଲାଙ୍କ ଇନୋଭେସନ। ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ‘ୟୁବା ନବ ପ୍ରବର୍ତ୍ତକ ସମ୍ମିଳନୀ’କୁ ସମ୍ବୋଧିତକ କରିବା ଅବସରରେ ନଡେଲା ବୁଧବାର ଏହା କହିଛନ୍ତି।
ନଡେଲା ଅପ୍ରବାସୀ ଭାରତୀୟ ଓ ସେ ୩ ଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମରେ ଆସିଛନ୍ତି। ଏହି ଗସ୍ତ ଅବସରରେ ସେ କିଛି ସ୍କୁଲର ପିଲାଙ୍କୁ ବି ଭେଟିଥିବାର କହିଥିଲେ। ଏହି ସମୟରେ ନୂଆ ଆବିଷ୍କାର ଲାଗି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ତାଙ୍କୁ ଢେର ଆକର୍ଷିତ କରିଛି। ସ୍କୁଲ ସ୍ତରରୁ ନିଜ ଚତୁପାର୍ଶ୍ୱଟରେ ହେଉଥିବା ପରିବର୍ତ୍ତନ ଓ ଆବଶ୍ୟକତାକୁ ପିଲାମାନେ କିପରି ଏତେ ସହଜରେ ବୁଝିପାରୁଛନ୍ତି ଓ ଏହାର ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି ତାହାହିଁ ତାଙ୍କ ଆକର୍ଷଣର ବିଷୟ ଥିଲା ବୋଲି ନାଡେଲା କହିଛନ୍ତି। ଏହାକୁ ହିଁ ଇନୋଭେସନ କୁହାଯାଏ ବୋଲି ନଡେଲା କହିଥିଲେ। ଏଥିଯୋଗୁ ସମାଜ ଓ ଆର୍ଥିକ ବ୍ୟବସ୍ଥା ଦେଶରେ ଆଗକୁ ବଢିପାରୁଥିବା ସେ ସମ୍ମିଳନୀରେ କହିଥିଲେ।
ଗତ ସପ୍ତାହରେ ମଧ୍ୟ ନାଡେଲା ଭରତ ଗସ୍ତରେ ଆସିଥିଲେ। ଏହି ଗସ୍ତକାଳରେ ସେ ମୁମ୍ବାଇ ଓ ବେଙ୍ଗାଲୁର ଯାଇଥିଲେ।