vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଆମ ଜିଲ୍ଲା ପରିଷଦଙ୍କ ଶିକ୍ଷାଗତ ଯୋଗ୍ୟତା: ଦ୍ଵାଦଶ ଯାଏଁ ପଢିଛନ୍ତି ମାତ୍ର ଏତିକି ଜଣ, ୭ ଜଣ କେବଳ ଦସ୍ତଖତ ଦେଇ ଜାଣିଛନ୍ତି

17/05/2022 at 9:02 PM

ଭୁବନେଶ୍ଵର:  ଏଥର ପଞ୍ଚାୟତିରାଜ ନିର୍ବାଚନରେ ଅଧିକ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ଲଢ଼ିଥିଲେ ବୋଲି କୁହାଯାଉଥିଲା। ହେଲେ ନିର୍ବାଚନ ଫଳାଫଳ ପରେ ଜଣା ପଡିଛି ୬୨ ପ୍ରତିଶତ ନିର୍ବାଚିତ ଜିଲ୍ଲା ପରିଷଦ କମ ପାଠ ପଢିଛନ୍ତି । ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ମାତ୍ର ପଞ୍ଚମରୁ ଦ୍ଵାଦଶ ଭିତରେ । ତେବେ ଖୁସିର କଥା ହେଉଛି ମହିଳାଙ୍କ ଭାଗିଦାରୀ ବଢିଛି । ୫୩ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ହେଲେ ଚିନ୍ତା ଜନକ କଥା ହେଉଛି ସବୁ ଦଳରେ ଅନେକ ସଦସ୍ୟ ଅଛନ୍ତି ଯେଉଁମାନଙ୍କ ନାଁରେ ଅପରାଧିକ ମାମଲା ରହିଛି ।

କଥାରେ ଅଛି ନେତା ହେବା ପାଇଁ କୌଣସି କ୍ବାଲିଫିକେସନର ଆବଶ୍ୟକତା ନାହିଁ । ଯିଏ ଚାହିଁବେ ସିଏ ନେତା ହୋଇପାରିବେ । କେବଳ ଦରକାର ଭୋଟ୍ ହାତେଇବାର କଳା । ଏଥର ପଞ୍ଚାୟତିରାଜ ନିର୍ବାଚନର ଫଳାଫଳ ଏୟା ହିଁ ଦର୍ଶାଉଛି । ନିର୍ବାଚିତ ହୋଇଥିବା ୬୨ ପ୍ରତିଶତ ଜିଲ୍ଲା ପରିଷଦ ହେଉଛନ୍ତି ଅଳ୍ପ ପାଠୁଆ । ୭୨୬ ଜିଲ୍ଲା ପରିଷଦଙ୍କ ଭିତରୁ ୪୫୧ଜଣ ପଞ୍ଚମରୁ ଦ୍ବାଦଶ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି । ୭ ଜଣ ଜିଲ୍ଲା ପରିଷଦ କେବଳ ଦସ୍ତଖତ କରିବା ଜାଣିଛନ୍ତି । ନିର୍ବାଚିତ ଜିଲ୍ଲାପରିଷଦଙ୍କ ଭିତରେ  ୨୫୬ ଜଣ ଅର୍ଥାତ ୩୫ ପ୍ରତିଶତ ଗ୍ରାଜୁଏଟ ଅଛନ୍ତି ।

ନିକଟରେ ସରିଥିବା ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ସତ୍ୟପାଠକୁ ଅନୁଧ୍ୟାନ କରି ଏଭଳି ତଥ୍ୟ ରଖିଛି ଏଡିଆର । ପଞ୍ଚାୟତ ନିର୍ବାଚନରେ ଏଥର ଅଧିକ ସଂଖ୍ୟକ ଉଚ୍ଚ ଶିକ୍ଷିତ ଆସିବେ ବୋଲି ଆଶା କରାଯାଇଥିଲା । ହେଲେ ଉଚ୍ଚ ଶିକ୍ଷିତ ତ ଆସିଲେନି ହେଲେ ଅଧିକ କୋଟିପତି ଆସିଲେ । ୭୨୬ ଜିଲ୍ଲା ପରିଷଦରୁ ୯୫ ଜଣ ହେଉଛନ୍ତି କୋଟିପତି । ସେମାନଙ୍କ ମଧ୍ୟରୁ  ବିଜେଡିର ୯୦ ଜଣ ଥିବା ବେଳେ ବିଜେପିର ୩ ଓ କଂଗ୍ରେସର ୨ ଜଣ ଜିଲ୍ଲା ପରିଷଦ ହେଉଛନ୍ତି କୋଟିପତି । ତେବେ ଏଥର ସ୍ଥାନୀୟ ନିର୍ବାଚନରେ ମହିଳାଙ୍କ ଭାଗିଦାରୀ ବଢିଛି । ଏଥର ୫୩ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇଛନ୍ତି । ୭୨୬ରୁ ୩୮୫ ଜଣ ହେଉଛନ୍ତି ମହିଳା ।

କେବଳ ସେତିକି ନୁହେଁ, ଜିଲ୍ଲା ପରିଷଦ ନିର୍ବାଚନରେ ଅପରାଧିକ ମାମଲା ଥିବା ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା ଚିନ୍ତା ଜନକ ସ୍ଥିତିରେ ରହିଛି । ବିଜେଡି ବିଜେପି ଓ କଂଗ୍ରସ ସବୁ ଦଳର ଜିଲ୍ଲା ପରିଷଦଙ୍କ ଭିତରୁ ଅନେକଙ୍କ ନାଁରେ ଅପରାଧିକ ମାମଲା ଅଛି । ବିଜେଡିର ୬୬୧ ଜଣ ଜିଲ୍ଲାପରିଷଦଙ୍କ ଭିତରୁ ଭିତରୁ ୬୬ ଜଣ ଅର୍ଥାତ ୧୦ ପ୍ରତିଶତ ବିଜେପିର ୩୭ ଜଣଙ୍କ ମଧ୍ୟରୁ ୬ ଜଣ ଅର୍ଥାତ ୧୬ ପ୍ରତିଶତ କଂଗ୍ରେସର ୨୨ ଜଣଙ୍କ ଭିତରୁ ୭ ଜଣ ଅର୍ଥାତ ୩୨ ପ୍ରତିଶତଙ୍କ ନାଁରେ ଅପରାଧିକ ମାମଲା ଥିବା ରିପୋର୍ଟରେ କୁହାଯାଇଛି । ଏପରି ତଥ୍ୟକୁ ନେଇ ଶୁଣନ୍ତୁ କଣ କହିଛନ୍ତି ତିନି ପ୍ରମ୍ମୁଖ ଦଳର ନେତା ।

ଗଣତନ୍ତ୍ର ପ୍ରତି ଲୋକଙ୍କ ଆସ୍ଥା ବଢୁଛି ବୋଲି କୁହାଯାଉଛି । ରାଜନୀତିରେ  ମହିଳାଙ୍କ ଭାଗିଦାରୀ ବି ବଢିଛି ।  ତେବେ ଯେତେବେଳେ ଆହୁରି ଅଧିକ ଉଚ୍ଚ ଶିକ୍ଷିତ ପ୍ରତ୍ୟକ୍ଷ ନିର୍ବାଚନରେ ସାମିଲ ହେବେ ସେତେବେଳେ ଗଣତନ୍ତ୍ରର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

   Related Posts