oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

କଟକର ୩ଟି ନିର୍ବାଚନ ମଣ୍ଡଳି ପାଇଁ ୨୯ ପ୍ରର୍ଥୀ, ଜାଣନ୍ତୁ କାହାର ଶିକ୍ଷାଗତ ଯୋଗ୍ୟତା କେତେ

11/04/2019 at 7:05 PM

କଟକ୧୧|୪: ଚଳିତ ନିର୍ବାଚନରେ ମୈଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ, ସେମାନଙ୍କ ବୃତ୍ତି କଣ ସେନେଇ ସାଧାରଣରେ ଆଲୋଚନା ଜୋର ଧରିଛି। କଟକ-ବାରବାଟୀ, କଟକ ଚୌଦ୍ବାର ଓ କଟକ ସଦର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଥିବା ସମୁଦାୟ ୨୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ୭ ଜଣ ପ୍ରାର୍ଥୀ ଆଇନଶିକ୍ଷା ବା ଏଲଏଲବି ହାସଲ କରିଛନ୍ତି।

ସେହିପିରି ୫ ଜଣ ଏମଏ ପାସ କରିଥିବା ବେଳେ  ଇଞ୍ଜିନିୟରିଂ ଶିକ୍ଷାରେ ଜଣେ, ଏମବିଏରେ ଦୁଇଜଣ, ମାଟ୍ରିକ ପାସ କରିଥିବା ତିନିଜଣ ଓ ଜଣେ ସପ୍ତମ ଶ୍ରେଣୀ ପାସ କରିଛନ୍ତି। ଦୁଇଜଣ ଡକ୍ଟରେଟ୍ ବା ପିଏଚଡି ହାସଲ କରିଛନ୍ତି। ଆସନ୍ତୁ ଏକ ନଜର ପକାଇବା କିଏ କଣ ପଢିଛନ୍ତି।….

ବାରବାଟୀ-କଟକର ବିଜେଡି ପ୍ରର୍ଥୀ ଦେବାଶିଷ ସାମନ୍ତରାୟଙ୍କ ଶିକ୍ଷାଗତ  ଯୋଗ୍ୟତା ହେଉଛି କଳାବା ଆର୍ଟସ୍ ରେ ସ୍ନାତକ। କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ମହମ୍ମଦ ମୋକିମ ଇଞ୍ଜିନିୟରିଂରେ ସ୍ନାତକ କରିଛନ୍ତି।

ବିଜେପି ପକ୍ଷରୁ ପ୍ରତିନ୍ଦ୍ବନ୍ଦ୍ବିତା କରୁଥିବା ସମୀର ଦେ ଖ୍ରୀଷ୍ଟ କଲେଜରୁ ବିଓ ଓ ମଧୂସୁଦନ ଆଇନ୍ ମହାବିଦ୍ୟାଳୟରୁ ଏଲଏଲବି କରିଛନ୍ତି।…ଏସୟୁସିଆଇ(ସି)ର ପ୍ରିୟଦର୍ଶନ ପାଭେଲ୍ ଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ବିଏ। ହିନ୍ଦୁ ମହାସଭାର ପ୍ରାର୍ଥୀ ଶୀତଲ କିନ୍ନର ଇଗ୍ନୁରେ ପ୍ଲସ୍ ଥ୍ରୀ ପଢୁଥିବା ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

ସ୍ବାଧୀନ ଭାବରେ  ନିର୍ବାଚନ ଲଢୁଥିବା ହେମନ୍ତ ବେହେରା ଖ୍ରୀଷ୍ଟ କଲେଜରୁ ସ୍ନାତକ ହାସଲ କରିଛନ୍ତି। କୃପା ପାର୍ଟିର ବିଶ୍ବନାଥ ରାଉତ ରାଜସ୍ଥାନ ବିଶ୍ବବିଦ୍ୟାଳୟରୁ ଅର୍ଥନିତୀରେ ଏମଏ କରିଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏଲଏଲବି ପାସ କରିଛନ୍ତି।

ସେହିପିରି ଆମ ଆଦମୀ ପାର୍ଟି ପ୍ରାର୍ଥୀ ମୁନ୍ତାକିମ ବକ୍ସ ବିଏ ଓ କଳିଙ୍ଗ ସେନା ପ୍ରାର୍ଥୀ ଜୟଶଙ୍କର ଆଚାର୍ଯ୍ୟ ଉତ୍କଳ ବିଶ୍ବବିଦ୍ୟାଳୟରୁ ଏଲଏଲବି ପାସ କରିଛନ୍ତି। ହିନ୍ଦୁସ୍ଥାନ ନିର୍ମାଣ ଦଳ ପ୍ରାର୍ଥୀ ଦୀପକ କୁମାର ମହାନ୍ତି ଗଣମାଧ୍ୟମ ଓ ଯୋଗାଯୋଗରେ ଏମଏ କରିଛନ୍ତି।….

କଟକ-ଚୌଦ୍ବାରରୁ ବିଜେଡି ପ୍ରାର୍ଥୀ ସୋଭିକ୍ ବିଶ୍ବାଳ ଏମବିଏ କରିଛନ୍ତି । ସେ ଉତ୍ତରପ୍ରେଦେଶ ମେରଠର ସ୍ବାମୀ ବିବେକାନନ୍ଦ ସୁଭାର୍ତ୍ତୀ ବିଶ୍ବବିଦ୍ୟାଳୟରୁ ମାର୍କେଟିଂରେ ଏମବିଏ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଜଗଦୀଶଚନ୍ଦ୍ର ମହାନ୍ତି ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ଓ ଅର୍ଥନୀତିରେ ଡକ୍ଟରେଟ୍ କୋଟା ଓପନ ବିଶ୍ବବିଦ୍ୟାଳୟରୁ ହାସଲ କରିଛନ୍ତି।

ସେହିପରି ଏସୟୁସିଆଇ(ସି) ପ୍ରାର୍ଥୀନୀ ସସ୍ମିତା ମହାନ୍ତି ମାଟ୍ରୀକ୍ ପାସ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ସମୀର କୁମାର ସାହୁ ବିପିୟୁଟିରୁ ଏମବିଏ ପାସ କରିଥିବା ଦର୍ଶାଇଛନ୍ତି।

ବିଜେପିର ନୟନ କିଶୋର ମହାନ୍ତି ରେଭେନ୍ସାରୁ ସ୍ନାତକ ଓ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟ ବାରିପଦାରୁ ଏଲଏଲବି ପାସ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ଶୁଭେନ୍ଦୁ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା ଏମଏ ଏଲଏଲବି। ସ୍ବାଧୀନ ପ୍ରାର୍ଥୀ ରଞ୍ଜିତ ମଲ୍ଲିକ ଏଲଏଲବି, ହିନ୍ଦୁସ୍ଥାନ ନିର୍ମାଣ ଦଳର ବିଶ୍ବରଞ୍ଜନ ଜେଠୀ ମୁମ୍ବାଇର ଆଇଏମଇରେ ବିଟେକ୍ (ମେକେନିକାଲ) ହାସଲ କରିଛନ୍ତି। ଦୀପକ ବାରିକ ପାରାଦୀପ କଲେଜରେ ବିଏ ଓ ବହୁଜନ ସମାଜ ପାର୍ଟୀର ନବକିଶୋର ଦାସ ସପ୍ତମ ପାସ କରିଥିବା ଉଲ୍ଲେଖ କରିଛନ୍ତି।…..

କଟକ ସଦର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା  ବିଳାସପୁରରୁ ଡିଷ୍ଟାନ୍ସରେ ବିବିଏ ପାସ କରିଛନ୍ତି। ବିଜେପି ପ୍ରାର୍ଥୀ ଦୀଲ୍ଲୀପ ମଲ୍ଲିକ ମଧୂସୁଦନ ଆଇନ କଲେଜରୁ ଏଲଏଲବି କରିଛନ୍ତି। କଂଗ୍ରେସର ଅଭିଷେକ ମହାନ୍ଦ ପିଜିଡିଏମ ଇଷ୍ଟିଚ୍ୟୁଟ ଫର୍ ଇଣ୍ଟିଗ୍ରେଟେଡ୍ ଲର୍ଣ୍ଣିଂ ଇନ୍ ମ୍ୟାନେଜମେଣ୍ଟରୁ ପାସ କରିଥିବା ଦର୍ଶାଇଛନ୍ତି।

   Related Posts