ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ଗାଁ ମୁଣ୍ଡରେ କ୍ୱାକ୍ଙ୍କୁ ହାଣି ହତ୍ୟା
15/12/2022 at 8:47 AM

ତେଲକୋଇ ୧୫/୧୨: ବୁଧବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ଦାମୋଦରଗୌଣି ଗାଁରେ ।
ସୂଚନା ଅନୁଯାୟୀ ଗତକାଲି ଡିମିରିଆ ଗାଁର କାର୍ତ୍ତିକ ମହାନ୍ତ ଦାମୋଦରଗୌଣି ଗାଁକୁ କ୍ୱାକ କାମ କରିବାକୁ ଯାଇଥିଲେ । କ୍ୱାକ୍ କାମ ସାରି ସେ ଘରକୁ ଫେରୁଥିଲେ । ତେବେ କିଛି ଦୁର୍ବୃତ୍ତ ତାଙ୍କୁ ବିଭତ୍ସ ଭାଵେ ଖଣ୍ଡାରେ ହାଣି ଦାମୋଦର ଗୌଣି ଗାଁ ବେସାରବାଡି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ରାସ୍ତାରେ ଯାଉଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲ ପଠାଇ ଦେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାଣ୍ଡର ଅସ୍ପଷ୍ଟ ରହିଛି।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023