scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରିଲା QUAD ଦେଶଙ୍କ ଯୁଦ୍ଧାଭ୍ୟାସ, ଚାରି ଦେଶଙ୍କ ନୌସେନା ଦେଖି ଭୟଭୀତ ଚୀନ୍‌

21/08/2023 at 11:06 PM

QUAD countries did Malabar exercise

ନୂଆଦିଲ୍ଲୀ, ୨୧/୦୮: ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ସେନା ମାଲାବାରରେ ଯୁଦ୍ଧାଭ୍ୟାସ କରିଛନ୍ତି । ଅଗଷ୍ଟ ୧୧ରୁ ୨୧ ମଧ୍ୟରେ ହୋଇଥିବା ଏହି ଯୁଦ୍ଧାଭ୍ୟାସକୁ ପ୍ରଥମ ଥର ଆୟୋଜକ ଭାବରେ ଅଷ୍ଟ୍ରେଲିଆ ଆୟୋଜନ କରିଥିଲା । ମାଲାବାର ଅଭ୍ୟାସରେ କ୍ବାଡ୍‌ (QUAD)  ଦେଶର ଯୁଦ୍ଧପୋତ ସାମିଲ୍‌ ହୋଇ ଯୁଦ୍ଧାଭ୍ୟାସ କରିଥିଲେ। ତେବେ ଗୋଟିଏ ପଟେ ଚାରି ଦେଶର ନୌସେନାର ମଧ୍ୟ ଉତ୍ତମ ସମନ୍ବୟ ଦେଖିବାକୁ ମଳିଥିବା ବେଳେ ଅନ୍ୟପଟେ ଚୀନ୍‌ ଏଥିରେ ଭୟଭୀତ ହୋଇଛି।

ଏହି ଯୁଦ୍ଧଭ୍ୟାସର ପ୍ରଥମ ଉଦ୍ଦେଶ୍ୟ ଇଣ୍ଡୋ ପାସିଫିକ୍‌ରେ ଖୋଲାଖୋଲି ଭାବରେ ନିଜ ନିଜ ଦେଶର ନୌସେନାକୁ ଉତ୍ତମ ଭାବରେ ସଞ୍ଚାଳିତ କରିବା ଥିଲା । ଏହା ସହ ଏହି ୧୦ ଦିନିଆ ଅଭ୍ୟାସର ଉଦ୍ଦେଶ୍ୟ ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ମଧ୍ୟରେ ପରସ୍ପର ସେନା ମଧ୍ୟରେ ତାଳମେଳ ବଢ଼ାଇବା। ଚଳିତ ବର୍ଷ ମାଲାବାର ଅଭ୍ୟାସରେ ଭାରତ ତରଫରୁ ଆଇଏନଏସ କୋଲକାତା ଏବଂ ଶାୟଦ୍ରୀ ସାମିଲ୍‌ ହୋଇଛନ୍ତି। ଯୁଦ୍ଧାଭ୍ୟାସରେ ଚାରି ଦେଶର ନୌସେନା ସମୁଦ୍ର ମଝିରେ ଯୁଦ୍ଧର ଭିନ୍ନ ଭିନ୍ନ କଳାକୌଶଳ ଶିଖିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ ସ୍ୱୀକାର ନୁହେଁ, ଚୀନକୁ କ୍ୱାଡର ଚେତାବନୀ

ଏହି ଯୁଦ୍ଧାଭ୍ୟାସ ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ଚାରି ଦେଶର ନୌସେନା ପରସ୍ପରର ଯୁଦ୍ଧ ଜାହାଜକୁ ଯାଇ ସେଠାରେ ଅଭ୍ୟାସ ଶିଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଉଚ୍ଚ ତୀବ୍ରତା ସମ୍ପନ୍ନ ଅଭ୍ୟାସ ହୋଇଥିଲା। ଯେଉଁଥିରେ ପାଣିରେ ଯୁଦ୍ଧାଭ୍ୟାସ ସହ, ବୁଡ଼ାଜାହଜରେ ଅଭ୍ୟାସ କରିଥିଲେ ସୈନିକ। ଖାଲି ସେତିକି ଦ୍ବିତୀୟ ପର୍ଯ୍ୟାୟରେ ବାୟୁ, ସମୁଦ୍ର ଏବଂ ସମୁଦ୍ର ତଳେ ଜଟିଳ ଅଭ୍ୟାସ ମଧ୍ୟ କରିଥିଲେ। ଏହି ଅଭ୍ୟାସ ଫଳରେ ସୈନିକଙ୍କ ଯୁଦ୍ଧ-କୌଶଳରେ ଆହୁରି ଦକ୍ଷ ହୋଇଛନ୍ତି। ଏହା ସହ ଭଲ ଭାବରେ ସମୁଦ୍ରରେ ସଞ୍ଚାଳନ ପାଇଁ ଚାରି ସେନାଙ୍କ ମଧ୍ୟରେ ମିଳିତ ଅପରେସନକୁ ନେଇ ସ୍ବତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: କ୍ୱାଡ୍ ବୈଠକରେ ପିଏମ୍ ମୋଦୀଙ୍କ ଅଟୋଗ୍ରାଫ୍ ମାଗିଲେ ବାଇଡେନ, କହିଲେ-ଆମେରିକାରେ ଆପଣ ବେଶ ଲୋକପ୍ରିୟ

ତେବେ QUAD ଦେଶଙ୍କ ଏହି ଯୁଦ୍ଧାଭ୍ୟାସକୁ ନେଇ ଚୀନ୍‌ ଭୟଭୀତ ହୋଇଛି। ଏକଥା ଏଥିରୁ ଜଣାପଡ଼ୁଛି, କାରଣ ଚୀନ୍‌ ଏହାର ସଂଖ୍ୟାଧିକ ଲୋୟର ଅରବିଟ୍‌ ସାଟେଲାଇଟ୍‌କୁ ଅଷ୍ଟ୍ରେଲିଆ ଉପରେ ମାଲାବାରରେ ହେଉଥିବା ଅଭ୍ୟାସର ନିରୀକ୍ଷଣ କରିବାକୁ ନିୟୋଜିତ କରିଥିଲା। ପ୍ରକୃତରେ ଚୀନ୍‌ ଚେଷ୍ଟା କରିଆସୁଛି ଯେପରି ଦକ୍ଷିଣ ଚୀନ୍‌ ସାଗର ସହ ଇଣ୍ଡୋ ପାସିଫିକ୍ ଜଳ କ୍ଷେତ୍ରକୁ ନିଜ କବ୍‌ଜାରେ ରଖିପାରିବ। ଏଥିପାଇଁ ଚୀନ୍‌ ପ୍ରଶାନ୍ତ ମହାସାଗରର ଛୋଟ-ଛୋଟ ଦେଶଙ୍କୁ ଫସାଇ ସେଠାରେ ନିଜର ନୌସେନା ଶିବିର ସ୍ଥାପନ କରିବାରେ ଲାଗିଛି।

   Related Posts