କତାର ଫିଫା ବିଶ୍ୱକପ୍‌ ୨୦୨୨, ଶନିବାରଠୁ ନକ୍ଆଉଟ୍‌ ପର୍ଯ୍ୟାୟ ମ୍ୟାଚ୍‌

Published By : Prameya-News7 Bureau | December 03, 2022 IST

ଦୋହା ୦୩।୧୨ : କତାର ଫିଫା ବିଶ୍ୱକପ୍‌ରେ ଶନିବାରଠୁ ନକ୍‌ ଆଉଟ୍‌ (ରାଉଣ୍ଡ-୧୬) ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହି ପର୍ଯ୍ୟାୟର ବିଜୟୀ ଦଳ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିବେ । ପରାଜିତ ଦଳଙ୍କ ଅଭିଯାନ ଶେଷ ହେବ । ନେଦରଲାଣ୍ଡ୍‌ସ-ୟୁଏସ୍‌ଏ ରାଉଣ୍ଡ୍‌-୧୬ର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍‌ସ ଓ ୟୁଏସଏ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସର ବିଜୟ ସମ୍ଭାବନା ୫୦ପ୍ରତିଶତ ଏବଂ ୟୁଏସଏର ୨୨ ପ୍ରତିଶତ ରହିଛି । ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ ପ୍ରଥମ କରି ଭେଟିବେ । ପୂର୍ବରୁ ଉଭୟଙ୍କ ମଧ୍ୟରେ ୫ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇଥିଲା । ୧୯୯୮ରୁ ୨୦୧୦ ମଧ୍ୟରେ ନେଦରଲାଣ୍ଡ୍‌ସ ୪ଟି ମ୍ୟାଚ୍‌ ଜିତିଥିଲା । ୨୦୧୫ରେ ଅନୁଷ୍ଠିତ ମ୍ୟାଚ୍‌ରେ ଆମେରିକା ବିଜୟ ହାସଲ କରିଥିଲା ।

ୟୁରୋପୀୟ ଦେଶ ବିପକ୍ଷରେ ଆମେରିକା ଶେଷ ୧୧ଟି ବିଶ୍ୱକପ୍‌ ମ୍ୟାଚ୍‌ ଜିତିପାରି ନାହିଁ । ୨୦୦୨ ବିଶ୍ୱକପ୍‌ରେ ଆମେରିକା ୩-୨ ଗୋଲ୍‌ରେ ପର୍ତ୍ତୁଗାଲ୍‌କୁ ହରାଇଥିଲା । ଏହାପରେ ଦଳ ୟୁରୋପୀୟ ଦେଶ ବିପକ୍ଷରେ ୫ଟି ମ୍ୟାଚ ପରାଜିତ ହୋଇଛି ଓ ୬ଟି ମ୍ୟାଚ୍‌ ଜିତିଛି । କୋଚ ଲୁଇସ ଭାନ ଗାଲ୍‌ଙ୍କ ଅଧିନରେ ନେଦରଲାଣ୍ଡ୍‌ସ ବିଶ୍ୱକପ୍‌ରେ ୧୦ଟି ମ୍ୟାଚ୍‌ ଅପରାଜେୟ ରହିଛି । ୭ଟି ମ୍ୟାଚ୍‌ ଜିତିଥିବାବେଳେ ୩ଟି ମ୍ୟାଚ୍‌ ଡ୍ର’ ରହିଛି ।

wp:heading

ଆର୍ଜେଣ୍ଟିନା-ଅଷ୍ଟ୍ରେଲିଆ

/wp:heading

ଅହମ୍ମଦ ବିନ ଅଲି ଷ୍ଟାଡିୟମ୍‌ରେ ଶନିବାର ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନାର ବିଜୟ ସୁଯୋଗ ୮୧ପ୍ରତିଶତ ରହିଛି । ବିଶ୍ୱକପ୍‌ ଇତିହାସରେ ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଶେଷ ଥର ପାଇଁ ୨୦୦୭ରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମୁକାବିଲାରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ମାର୍ଟିନ ଡେମିତ୍ସେଲଙ୍କ ଗୋଲ୍‌ ବଳରେ ଆର୍ଜେଣ୍ଟିନା ୧-୦ ଗୋଲ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା ।

ଆଜି ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ୭ଟି ମୁକାବିଲା ହୋଇଛି । ଏଥିରୁ ଆର୍ଜେଣ୍ଟିନା ୫ଟି ମ୍ୟାଚ୍‌ ଜିତିଥିବାବେଳେ ଗୋଟିଏ ମ୍ୟାଚ୍‌ ଡ୍ର’ ରହିଛି । ୧୯୮୮ ଜୁଲାଇରେ ଅନୁଷ୍ଠିତ ଗୋଲ୍ଡ କପ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ୪-୧ ଗୋଲ୍‌ରେ ଆର୍ଜେଣ୍ଟିନାକୁ ହରାଇଥିଲା । ଚାର୍ଲି ୟାଙ୍କୋସ ୨ଟି ଗୋଲ୍‌ ସ୍କୋର କରିଥିବା ବେଳେ ପଲ ୱେଡ୍‌ ଓ ଭ୍ଲାଡୋ ବୋଜିନୋସ୍କି ଅନ୍ୟ ୨ଟି ଗୋଲ୍‌ ଦେଇଥିଲେ । ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଶନିବାର ପଞ୍ଚମ ଦକ୍ଷିଣ ଆମେରିକୀୟ ଦଳକୁ ଭେଟିବ । ପୂର୍ବରୁ ଦକ୍ଷିଣ ଆମେରିକୀୟ ଦଳ ବିପକ୍ଷରେ ୪ଟି ମ୍ୟାଚ୍‌ ଖେଳି ଅଷ୍ଟ୍ରେଲିଆ ୩ଟି ପରାଜିତ ହୋଇଛି ଓ ଅନ୍ୟ ମ୍ୟାଚ୍‌ଟି ଡ୍ର’ ରଖିଛି ।

ଗତ ୨୦୧୮ ରୁଷିଆ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ୧୯୮୬ ବିଶ୍ୱକପ୍‌ରେ ପ୍ରଥମ କରି ରାଉଣ୍ଡ-୧୬ ସ୍ଥାନିତ କରାଯାଇଥିଲା । ସେବେଠୁ ଆର୍ଜେଣ୍ଟିନା ଆଜି ପର୍ଯ୍ୟନ୍ତ କ୍ରମାନ୍ୱୟରେ ୨ଟି ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ୍‌ରୁ ବାଦ ପଡ଼ି ନାହିଁ । ୧୮୫୮ ଓ ୧୯୬୨ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇପାରି ନଥିଲା ।

ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଥର ପାଇଁ ନକ୍‌ ଆଉଟ୍‌ ରାଉଣ୍ଡ୍‌ରେ ପ୍ରବେଶ କରିଛି । ଶେଷ ଥର ପାଇଁ ୨୦୦୬ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ନକ୍‌ ଆଉଟ୍‌ ଖେଳି ଇଟାଲୀ ଠାରୁ ୧-୦ ଗୋଲ୍‌ରେ ପରାଜିତ ହୋଇଥିଲା । ଫ୍ରାନ୍‌ସିସ୍କୋ ଟୋଟି ପେନାଲ୍ଟି ଜରିଆରେ ଗୋଲ୍‌ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.