ପାକିସ୍ତାନରେ ଜରୁରୀ ଅବତରଣ କଲା କତାର ଯାଉଥିବା ଇଣ୍ଡିଗୋ ବିମାନ…
13/03/2023 at 11:00 AM

ନୂଆଦିଲ୍ଲୀ, ୧୩/୦୩: କତାରର ଦୋହା ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ପାକିସ୍ତାନ କରାଚୀରେ ଜରୁରୀ ଅବତରଣ କରିବାକୁ ପଡ଼ିଛି। ପ୍ରକୃତରେ ବିମାନରେ ଜରୁରୀ ଡାକ୍ତରୀ ପରିସ୍ଥିତି ଯୋଗୁଁ ଏହି ଅବତରଣ କରିଛି। ଇଣ୍ଡିଗୋ ଏୟାରଲାଇନ ପକ୍ଷରୁ ଏହି ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ ବିମାନରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ହେବା ପରେ ବିମାନକୁ କରାଚୀରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା।
ରିପୋର୍ଟ ଅନୁଯାୟୀ, ଇଣ୍ଡିଗୋ ଏୟାରଲାଇନର ବିମାନ 9E1736 ଦିଲ୍ଳୀରୁ କତାର ରାଜଧାନୀ ଦୋହା ଯାଉଥିଲା। ଯାତ୍ରା ସମୟରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଯାହାପରେ ବିମାନକୁ କରାଚୀ ବିମାନ ବନ୍ଦରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଏହାର ସୂଚନା ଦିଆଯାଇଥିଲା ଏବଂ ଜରୁରୀ ଅବତରଣ ପାଇଁ ଅନୁମତି ମଗାଯାଇଥିଲା। ଯାହାକୁ ନେଇ କରାଚୀ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଅବତରଣ ପାଇଁ ଅନୁମତି ଦେଇଥିଲେ।