ମହାନ୍ ଅଭିନେତା ଇରଫାନ୍ ଖାନ୍ : ଖାସ୍ ତାଙ୍କ ପାଇଁ ପୂରା ଫିଲ୍ମର ସ୍କ୍ରିପ୍ଟ ଲେଖିଥିଲେ ଡାଇରେକ୍ଟର ତନୁଜା

Published By : Prameya-News7 Bureau | May 02, 2020 IST

ମୁମ୍ବାଇ ୨/୫: ଇରଫାନ୍ ଖାନଙ୍କ ଅଭିନୀତ ଫିଲ୍ମ ‘କରିବ କରିବ ସିଙ୍ଗଲ୍’ର ଡାଇରେକ୍ଟର ତନୁଜା ଚନ୍ଦ୍ରା ଏକ ସାକ୍ଷାତକାରରେ ଇରଫାନ୍ ଖାନଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ‘କରିବ କରିବ ସିଙ୍ଗଲ୍’ର ସ୍କ୍ରିପ୍ଟ ସେ ଆଉ କୋ-ରାଇଟର ଗଜଲ୍ ପ୍ରସ୍ତୁତ କରିଥିଲେ। ଏବଂ ଏହି ସ୍କ୍ରିପ୍ଟ ସେ କେବଳ ଇରଫାନଙ୍କୁ ଧ୍ୟାନରେ ରଖି ଲେଖିଥିଲେ। ଯଦି ଇରଫାନ୍ ମନା କରି ଦେଇଥାନ୍ତେ ତେବେ ତାଙ୍କ ପାଇଁ ରିପ୍ଲେସ୍ କରିବା କଷ୍ଟକର ହୋଇଥାନ୍ତା। ସେ ଖୁବ୍ କଷ୍ଟରେ ହଁ କହିଥିଲେ। ଏହା ପରେ ସେ ଫିଲ୍ମର ଚରିତ୍ର ଯୋଗୀକୁ ବହୁତ ସୁନ୍ଦର ଭାବେ ଦର୍ଶାଇଥିଲେ।

{"id":263621,"sizeSlug":"large"}

ତନୁଜା ଯେତେବେଳେ ଏହି ଫିଲ୍ମକୁ ନିର୍ମାଣ କରିବା ବିଷୟରେ ଭାବିଥିଲେ,ସେ କେବଳ ଡାଇରେକ୍ଟର ନୁହେଁ ବରଂ ଇରଫାନଙ୍କ ଫ୍ୟାନ୍ ଭାବେ ମଧ୍ୟ ଏହି ଫିଲ୍ମକୁ ବନାଇଥିଲେ।

{"id":263622,"width":591,"height":309,"sizeSlug":"large"}

ଇରଫାନଙ୍କୁ ସେ ପ୍ରଥମ ଥର ସଲାମ ବମ୍ବେରେ ଦେଖିଥିଲେ। ସେ ଛୋଟ ଭୂମିକାରେ ଅଭିନୟ କରିଥିଲେ କିନ୍ତୁ ତାଙ୍କ ଭୂମିକା ଖୁବ୍ ସ୍ମରଣୀୟ ଥିଲା। ଏହା ପରେ ହାସିଲରେ ସେ ଇରଫାନଙ୍କ ଆକ୍ଟିଂର ଫ୍ୟାନ୍ ହୋଇଯାଇଥିଲେ। ଇରଫାନ୍ ଯିବା ପରେ ସବୁଆଡ଼େ କେବଳ ତାଙ୍କ  ଦମଦାର ଅଭିନୟର ଚର୍ଚ୍ଚା ରହିଛି। ସେ ତାଙ୍କ ପରଫରମାନ୍ସରେ ପୂରାପୂରି ହଜି ଯାଉଥିଲେ।

{"id":263623,"sizeSlug":"large"}

ବିଲ୍ଲୁ ଫିଲ୍ମରେ ସେ ଶାହରୁଖଙ୍କୁ ମଧ୍ୟ ନିଜ ଅଭିନୟରେ ଫିକା କରି ଦେଇଥିଲେ। ଶାହରୁଖ ଏକ ସାକ୍ଷାତକାରରେ କହିଥିଲେ ଯେ ଇରଫାନଙ୍କ ସହ ସେ ଏଥିପାଇଁ କାମ କଲେ କାରଣ ତାଙ୍କଠୁ ଆକ୍ଟିଂ ଶିଖିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.