ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଡମପଡା ଜରିଆ ପାହାଡରେ ବାରହାକୁ ଗିଳିଲା ଅଜଗର

31/08/2022 at 10:21 AM

ବାଙ୍କୀ ୩୧।୮: ବାରହାକୁ ଗିଳିଲା ଅଜଗର । ବାଙ୍କୀ ଡମପଡ଼ା ଚନ୍ଦକା ଭଗୀପୁର ଫରେଷ୍ଟ ବିଟ୍ ହାଉସ୍ ନିକଟ ଜରିଆ ପାହାଡରେ ଅଜଗର ସାପ ବାରହାକୁ ଗିଳିଥିବା ଡମପଡ଼ା ରେଞ୍ଜର ବିରଜା କୁମାର ଦାସ ସୂଚନା ଦେଇଛନ୍ତି । ତେବେ ଘଟଣାସ୍ଥଳରେ ଗୋଟିଏ ଗାଡି ଏବଂ କିଛି ବ୍ୟାଗ୍ ଥିବାରୁ ଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ ଯେ, ଜଣେ ଫେରିବାଲା ଗେଟ୍ ଦେଇ ବେପାର କରିବାକୁ ଯାଆନ୍ତି । ତେବେ ଗେଟ୍ ପଟେ ଗଲେ ବେପାର କରିବାକୁ ରସିଦ କାଟିବାକୁ ପଡିବ ବୋଲି ମୁଣ୍ଡଳୀରୁ ଜରିଆ ଦେଇ ଡମପଡ଼ା ଚନ୍ଦକା ଜଙ୍ଗଲ ମଧ୍ୟରେ ଥିବା ଗାଁଗୁଡ଼ିକରେ ବ୍ୟବସାୟ କରନ୍ତି । ହେଲେ ବ୍ୟବସାୟ ସାରି ଫେରିବା ବେଳକୁ ଏଭଳି କିଛି ଦୃଶ୍ୟ ଦେଖି ଭୟଭୀତ ହୋଇ ଫେରିବାଲା ଜଣଙ୍କ ତାଙ୍କ ଲୁଗା ଗଣ୍ଠିଲି ଆଉ ଗାଡ଼ିକୁ ପକାଇଦେଇ କୁଆଡେ ପଳାଇ ଯାଇଛନ୍ତି । ତାଙ୍କ ଲୁଗା ଗଣ୍ଠିଲି ଆଉ ଗାଡ଼ିକୁ କଇମୁଣ୍ଡି ପୋଲିସ ଉଦ୍ଧାର କରି ଫାଣ୍ଡିରେ ରଖିଛି । ବ୍ୟବସାୟୀଙ୍କୁ ଖୋଜାଖୋଜି ଚାଲିଛି ବୋଲି ଡମପଡ଼ା ରେଞ୍ଜର ବିରଜା ଦାସ ସୂଚନା ଦେଇଛନ୍ତି ।

   Related Posts