ମାଛ ଜାଲରେ ପଡିଲା ୧୦ ଫୁଟର ଅଜଗର, ବିଳମ୍ୱିତ ରାତିରେ ଚିତ୍ରତୋଳାନଦୀରୁ ଉଦ୍ଧାର
9/09/2022 at 10:18 AM

ନିଶ୍ଚିତକୋଇଲି ୦୯/୦୯: ୧୦ ଫୁଟର ଅଜଗର ସାପ କଟକଜିଲ୍ଲା ନିଶ୍ଚିନ୍ତ କୋଇଲିବ୍ଳକ କେନ୍ଦୁପାଟଣା ନିକଟ ଚିତ୍ରତୋଳାନଦୀରୁ ଉଦ୍ଧାର। କେନ୍ଦୁପାଟଣା ନିକଟ ଚିତ୍ରତୋଳାନଦୀରେ ସ୍ତାନୀୟ ଅଂଚଳର ଲୋକେ ମାଛଧରିବା ପାଇଁ ନଦୀରେ ଜାଲବସାଇ ଥିଲେ।
ଲୋକମାନେ ରାତିରେ ମାଛଧରିବାପାଇଁ ଗଲାବେଳକୁ ଜାଲରେ ୧୦ ଫୁଟରୁ ଉର୍ଦ୍ଧ୍ବ ଏକ ଅଜଗର ସାପ ଗୁଡ଼ାଇ ହୋଇଥିବାର ଦେଖିଥିଲେ। ସାପଟିକୁ ମାଛଧରାଳିମାନେ କୌଶଳକ୍ରମେ ଉଦ୍ଧାର କରିଥିଲେ ।
ଏହାକୁ ଦେଖିବାପାଇଁ ସ୍ତାନୀୟ ଅଞ୍ଚଳରେ ଭିଡ଼ ଜମିଥିଲା। ଲୋକମାନେ ଏନେଇ ସ୍ତାନୀୟ ପ୍ରଶାସନ ଓ ବନବିଭାଗ କର୍ମଚାରୀଙ୍କୁ ଖବରଦେଇଛନ୍ତି।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023