ଗୋଡ଼ ଉପରେ ଖେଳୁଛି ବିରାଟ ଅଜଗର, ଗେଲ କରୁଛି ଛୋଟ ଝିଅ, ଭାଇରାଲ୍‌ ହେଲା ଭିଡିଓ

Published By : Prameya-News7 Bureau | October 09, 2021 IST

ନୂଆଦିଲ୍ଲୀ, ୦୯/୧୦: ସୋସିଆଲ୍‌ ମିଡିଆରେ ବେଳେ ଏମିତି ଭିଡିଓ ସବୁ ଦେଖିବାକୁ ମିଳିଥାଏ ଯାହାକି ଆମକୁ କିଛି ସମୟ ପାଇଁ ସ୍ଥାଣୁ କରିଦେଇଥାଏ । ଏମିତି ଭିଡିଓ ପ୍ରସ୍ତୁତ କରୁଥିବା ଲୋକଙ୍କର ଇଣ୍ଟରନେଟ୍‌ର ଅଭାବ ନଥାଏ । ସେହିପରି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଏକ ବିରାଟକାୟ ଅଜଗର ଜଣେ ଝିଅ ଉପରେ ଶୋଇଛି । ହେଲେ ଝିଅଟି ଏଥିରେ ଆଦୌ ବିଚଳିତ ହେଉନାହିଁ । ବରଂ ସେ ଆରାମରେ ବସି ମୋବାଇଲ୍‌ ଚଲାଉଥିବାର ଦେଖିବାକୁ ମିଳୁଛି ।

ଏହି ଭିଡିଓ ଦେଖିଲା ପରେ ଆମକୁ ମଧ୍ୟ ନିଶ୍ଟୟ ଡର ଲାଗିବ । କାରଣ ଯଦି ଆମ ସହିତ ଏପରି ହେବ ତେବେ ଆମେ ସାପ ପାଖରୁ ଦୌଡ଼ିଯାଇ ଖଣ୍ଡେ ଦୂରରେ ଛିଡ଼ା ହେବା । କିନ୍ତୁ ଝିଅଟି ଡରି ନାହିଁ । ଝିଅଟିର ଗୋଡ଼ ଉପରେ ଅଜଗର ଖାଲି ଆରମ କରୁନାହିଁ ବରଂ ଝିଅଟି ମଝିରେ ମଝିରେ ତାର ପେଟକୁ ଆଉଁସୁ ଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ସୋସିଆଲ୍‌ ମିଡିଆରେ ଏହି ଭିଡିଓଟି ଏବେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓଟିକୁ ବିଭିନ୍ନ ପ୍ଲାଟ୍‌ଫର୍ମରେ ସେୟାର ହେବାରେ ଲାଗିଛି ।

wp:html
/wp:html

ଭିଡିଓଟି ସେତେବେଳେ ଟ୍ରେଣ୍ଡ କରିବା ଆରମ୍ଭ କଲା ଯେତେବେଳେ ଏହାକୁ ଜଣେ ଇନଷ୍ଟାଗ୍ରାମ ୟୁଜରଙ୍କ  ଦ୍ୱାରା ସେୟାର କରାଗଲା । ସେ ଏହାର କ୍ୟାପସନରେ ଲେଖିଥିଲେ ଯେ, " ମୁଁ କେବଳ ଏହି ଭିଡିଓକୁ ହିଁ ଦେଖିବାରେ ଲାଗିଛି " ।

ତେବେ ସୋସିଆଲ୍‌ ମିଡିଆରେ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓ ଦେଖିଛନ୍ତି। ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ ମଧ୍ୟ କରିଛନ୍ତି। ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଉପସ୍ଥାପନ କରୁଛନ୍ତି ।ତେବେ ଜଣେ ଦର୍ଶକ ଲେଖିଛନ୍ତି ଯେ, ସାପମାନେ କେବେ ବିଶ୍ୱସ୍ତ ହୋଇପାରିବେ ନାହିଁ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.