କଳାହାଣ୍ଡି ୨୯।୧୧ - କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଛତିଗୁଡ଼ା ଛକରେ ଏକ ଲାଇନ ଟ୍ରକ ରୁ ୭ ଫୁଟ ର ଆଜଗର ଉଦ୍ଧାର କରାଯାଇଛି । ଟ୍ରକ ଡ୍ରାଇଭର ଚକରେ ପବନ ଚେକ ବେଳେ ତେଲ ଟାଙ୍କି ଚେଚିସ ବାର ଉପରେ ସାତ ଫୁଟ ର ଅଜଗର ସାପ ଠାବ କରିଥିଲେ ।
{"id":191810,"sizeSlug":"large"}ଏନେଇ ସ୍ଥାନୀୟ ଲୋକଙ୍କଙ୍କୁ ଜଣାଇବା ପରେ କଳାହାଣ୍ଡି ଉତ୍ତର ବନଖଣ୍ଡ ବିଭାଗ ର ଅଧିକାରୀ ସୁଚନା ପାଇ ଏକ ଉଦ୍ଧ।ରକାରୀ ଦଳ ଭବାନୀପାଟଣାରୁ ଆସି ସାପ ଟିକୁ ଉଦ୍ଧାର କରିଥିଲେ । ସାପଟି ପ୍ରାୟ ୭ ଫୁଟ ଲମ୍ବର ହୋଇଥିବା ବେଳେ ଏହା ଦେଖିବାକୁ ଶହଶହ ଲୋକଙ୍କ ଭିଡ଼ ଜମି ରହିଥିଲା ।ବନ ବିଭାଗ ସାପଟିକୁ ଉଦ୍ଧାର କରି ନିକଟସ୍ଥ କେର୍କେଟା ଜଙ୍ଗଲରେ ଛାଡି ଦେଇଥିବା ବନବିଭାଗ ସୁଚନା ଦେଇଛନ୍ତି ।