କେଉଁ ଗ୍ୟାସ୍ ଲିକ୍ ହୋଇଛି, ପିଭିସି ନା ଷ୍ଟାଇରନ୍ ?

Published By : Prameya-News7 Bureau | May 07, 2020 IST

ବିଶାଖାପଟନମ୍ ୭।୫ : ଆନ୍ଧ୍ରପ୍ରଦେଶ ଆର.ଆର. ଭେଙ୍କଟାପୁରମ୍‌ ସ୍ଥିତ ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୯ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ବରିଷ୍ଠ ନାଗରିକ ଥିବାବେଳେ ଜଣେ ୮ବର୍ଷର ଶିଶୁ ଅଛନ୍ତି । ଏହି ଗ୍ୟାସ୍ ଯୋଗୁଁ ପ୍ରାୟ ୫ ହଜାର ଲୋକ ଅସୁସ୍ଥ ହୋଇପଡିଛନ୍ତି । ଲୋକଙ୍କ ମୁଣ୍ଡବିନ୍ଧା, ବାନ୍ତି ଏବଂ ନିଶ୍ବାସ ନେବାରେ ସମସ୍ୟା ହେବା ଯୋଗୁଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ବିଶାଖାପଟନମ୍ ନଗର ନିଗମ କମିଶନର ଶ୍ରୀଜନା ଗୁମଲ୍ଲା କହିଛନ୍ତି ଯେ, ପ୍ରାଥମିକ ରିପୋର୍ଟ ଅନୁସାରେ ପିଭିସି ଅଥବା ଷ୍ଟାଇରିନ୍ ଗ୍ୟାସ୍ ଲିକ୍ ହୋଇଛି ।

ପିଭିସି ଅଥବା ଷ୍ଟାଇରନ୍ ଗ୍ୟାସ୍ କିମ୍ବା ଏହାର ଭିନ୍ନ ଭିନ୍ନ ରୂପ ବାୟୁ, ଜଳ କିମ୍ବା ସ୍ଥଳଭାଗ ଦେଇ କ୍ଷତି ପହଞ୍ଚାଇପାରେ । ପିଭିସି ଅଥବା ପଲିଭିନିଲ୍ କ୍ଲୋରାଇଡ୍ ସାଧାରଣତଃ ନିର୍ମାଣ ସାମଗ୍ରୀ ତିଆରିରେ ବ୍ୟବହୃତ ହୁଏ । ଯେପରିକି ପିଭିସି ପାଇପ୍, ଝରକା ଫ୍ରେମ୍, କବାଟ, ଜଏଣ୍ଟସ୍, ଛାତ, ଟ୍ୟାଙ୍କ ଇତ୍ୟାଦି ।  କାରଣ ଏହା ଶସ୍ତା, ଦୀର୍ଘସ୍ଥାୟୀ ଏବଂ ଶକ୍ତିଶାଳୀ ।

୧୯୨୬ ମସିହାରେ ୱାଲଡୋ ସେମନ୍ ନାମକ ଜଣେ ବୈଜ୍ଞାନିକଙ୍କ ଦ୍ବାରା ପିଭିସିକୁ ପ୍ଲାଷ୍ଟିକର ପରିଣତ କରାଯାଇଥିଲା । ଆଜି ପିଭିସି ବିଶ୍ବର ତୃତୀୟ ସବୁଠୁ ନିର୍ଭରଯୋଗ୍ୟ ପ୍ଲାଷ୍ଟିକ୍ ଉତ୍ପାଦ ।

ପିଭିସି ଗ୍ୟାସ୍ ଯୋଗୁଁ ଆଖି ପ୍ରବଳ ଜଳିବା, ନିଶ୍ବାସ ନେବାରେ ଅସୁବିଧା, ମୁଣ୍ଡ ବୁଲାଇବା, ଦୁର୍ବଳତା ଇତ୍ୟାଦି ଲାଗିଥାଏ । ଏପରିକି ଯେଉଁମାନେ ପିଭିସି କାରଖାନାରେ କାମ କରନ୍ତି ସେମାନେ ମଧ୍ୟ ଅଭିଯୋଗ କରନ୍ତି ଯେ, ସେମାନଙ୍କର ସେକ୍ସ ଡ୍ରାଇଭ୍ ହ୍ରାସ ପାଇଛି । ଏହା ଦ୍ବାରା ମହିଳାମାନଙ୍କ ପିରିୟଡରେ ସମସ୍ୟା ହୋଇଥାଏ ।

ଷ୍ଟାଇରିନ୍ ହେଉଛି ଏକ ରଙ୍ଗହୀନ ତରଳ ପଦାର୍ଥ ଯାହା ବାୟୁ ସଂସ୍ପର୍ଶରେ ଆସିବା ପରେ ବାୟୁ ସହିତ ବ୍ୟାପିବା ଆରମ୍ଭ କଲାବେଳେ ଗ୍ୟାସ୍ ସୃଷ୍ଟି କରେ । ଯଦି ଷ୍ଟାଇରିନ୍ ଏହାର ସମ୍ପୂର୍ଣ୍ଣ ଅସଲ ରୂପରେ ରହିଛି ତେବେ ଏକ ମଧୁର ସୁଗନ୍ଧ ଆସିବ । କିନ୍ତୁ ଅନେକ କମ୍ପାନୀ ଏଥିରେ ଆଲଡିହାଇଡସ୍ ମିଶ୍ରଣ କରନ୍ତି । ଯାହାଦ୍ବାରା ଏଥିରୁ ଦୁର୍ଗନ୍ଧ ଆସିଥାଏ ।

ଷ୍ଟାଇରନ୍ କୁ ପ୍ୟାକେଜିଂ ସାମଗ୍ରୀ, ବୈଦ୍ୟୁତିକ ଇନସୁଲେସନ୍, ଘରେ ଇନସୁଲେସନ୍, ଫାଇବର ଗ୍ଲାସ୍, ପ୍ଲାଷ୍ଟିକ୍ ପାଇପ୍, ଅଟୋମୋବାଇଲ୍ ପାର୍ଟସ୍, ଚା କପ୍, କାର୍ପେଟ୍ ଇତ୍ୟାଦିରେ ସାଧାରଣତଃ ବ୍ୟବହାର କରାଯାଅ ।

ଷ୍ଟାଇରିନ୍ ବାୟୁ, ଜଳ କିମ୍ବା ମାଟି ଦ୍ବାରା ଶରୀରରେ ପ୍ରବେଶ କରିପାରେ । ପ୍ଲାଷ୍ଟିକ୍ ଉତ୍ପାଦ ତିଆରି କରୁଥିବା କମ୍ପାନୀଗୁଡିକରୁ ନିର୍ଗତ ହେଉଥିବା ଧୂଆଁରେ ଷ୍ଟାଇରିନ୍ ଗ୍ୟାସ୍ ରହିଥାଏ । କିମ୍ବା ଗାଡିରୁ ବାହାରୁଥିବା ଧୂଆଁରେ, ସିଗାରେଟ୍ ଧୂଆଁ କିମ୍ବା ଫଟୋଗ୍ରାଫି ମେସିନ୍ ରୁ ବାହାରିଥାଏ ।

ଷ୍ଟାଇରିନ୍ କେବଳ ଗ୍ୟାସ୍ ନୁହେଁ । ଏହା କଠିନ କିମ୍ବା ତରଳ ଆକାରରେ ଯେକୌଣସି ଜିନିଷରେ ମିଳିପାରେ । ଫଳ, ପନିପରିବା, କଦଳୀ, ମାଂସ ଇତ୍ୟାଦିରେ ମଧ୍ୟ ମିଳିଥାଏ । କିନ୍ତୁ ଏଥିରେ ସ୍ତର ବହୁତ କମ୍ ଅଟେ । ଏହା ଶରୀରରେ ନାକ, ପାଟି କିମ୍ବା ସ୍ପର୍ଶ ଦ୍ବାରା ଯାଇଥାଏ ।

ଷ୍ଟାଇରିନ୍ ଗ୍ୟାସ୍ ଶୁଙ୍ଘୁଛନ୍ତି ତେବେ ଦେଖିବାରେ ସମସ୍ୟା ହୋଇଥାଏ । ରଙ୍ଗ ଚିହ୍ନିବାରେ ଅସୁବିଧା ହେବ । କ୍ଲାନ୍ତ ଅନୁଭବ ହେବ । ଧ୍ୟାନକୁ ବିଭ୍ରାନ୍ତ କରିବ । କମ୍ ଶୁଣାଯିବ । ଯକୃତରେ ଏକ ସମସ୍ୟା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.