ପଦକ ଆଡ଼କୁ ପାଦେ, ପ୍ରଥମ ମ୍ୟାଚ୍‌ରେ ମାଳଦ୍ଵୀପ ଖେଳାଳିଙ୍କୁ ହରାଇଲେ ସିନ୍ଧୁ

Published By : Prameya-News7 Bureau | July 28, 2024 IST

aajtak

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ବ୍ୟାଡମିଣ୍ଟନ ଖେଳାଳି ଦମଦାର ଆରମ୍ଭ କରିଛନ୍ତି। ଗତକାଲି ପଦକ ଦାବିଦାର ସାତ୍ଵିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେନଙ୍କ ଯୋଡ଼ି ପୁରୁଷ ଯୁଗଳ ବର୍ଗରେ ପ୍ରଥମ ପର୍ଯ୍ୟାୟ ସହଜରେ  ଜିତିଥିବା ବେଳେ ତାରକା ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଦମଦାର ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି। 

ସିନ୍ଧୁ ଜୁଲାଇ ୨୮ରେ ମହିଳା ଏକକ ବର୍ଗର ଗ୍ରୁପ-ଏମରେ ନିଜର ପ୍ରଥମ ମ୍ୟାଚ୍‌ରେ ମାଳଦ୍ଵୀପର ଫାତିମା ନବାହା ଅବଦୁଲ ରଜାକକୁ ସହଜରେ ହରାଇଛନ୍ତି। ସିନ୍ଧୁ ବିଶ୍ଵର ନମ୍ବର ୧୧୧ ଖେଳାଳିଙ୍କ ବିପକ୍ଷରେ ଏହି ମ୍ୟାଚ୍‌କୁ ୨୧-୯, ୨୧-୬ରେ ଜିତିଛନ୍ତି। ସେ ମ୍ୟାଚ୍‌କୁ ମାତ୍ର ୨୯ ମିନିଟ୍‌ରେ ଜିତି ନେଇଛନ୍ତି। ଜୁଲାଇ ୩୧ ସିନ୍ଧୁ ନିଜର ଦ୍ଵିତୀୟ ମ୍ୟାଚ୍‌ରେ ଏଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କୁ ଭେଟିବେ। ଏହି ମ୍ୟାଚ୍ ଜିତିଲେ ସେ ପ୍ରି କ୍ଵାର୍ଟରରେ ପ୍ରବେଶ କରିବେ।




ସିନ୍ଧୁଙ୍କ ନଜର ଇତିହାସ ରଚିବା ଉପରେ

ପିଭି ସିନ୍ଧୁ ରିଓ ଅଲିମ୍ପିକ୍ସରେ ରୌପ୍ୟ ଓ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ। ଯଦି ସେ ପ୍ୟାରିସ ଅଲିମ୍ପିକ୍ସରେ ପୋଡିୟମରେ ପହଞ୍ଚିବାରେ ସଫଳ ହୁଅନ୍ତି ତେବେ ହ୍ୟାଟ୍ରିକ ପଦକ ଜିତିବାରେ ଭାରତର ପ୍ରଥମ ଖେଳାଳି ହେବାର ରେକର୍ଡ କରିବେ। ୨୯ ବର୍ଷୀୟ ସିନ୍ଧୁ ଗତ କିଛି ମାସ ହେବ ଫର୍ମରେ ନାହାନ୍ତି। ମାତ୍ର ଗତ ୮ ମାସ ପ୍ରକାଶ ପାଦୁକୋନଙ୍କ ସହିତ ବିତାଇବା ପରେ ଆତ୍ମ ବିଶ୍ଵାସ ବଢିଥିବା ସେ କହିଛନ୍ତି। ଏବେ ସେ ତୃତୀୟ ପଦ ଜିତିବାକୁ ପ୍ରସ୍ତୁତ। 

ପ୍ୟାରିସ ଆସିବା ପୂର୍ବରୁ ସିନ୍ଧୁ ଜର୍ମାନୀର ସାରବ୍ରୁକେନରେ ସ୍ପୋର୍ଟ୍ସ କ୍ୟାମ୍ପସ ସାରରେ ନିଜର ଅଭ୍ୟାସ୍ କରିଛନ୍ତି, ଯାହା ସମୁଦ୍ର ପତନରୁ ଉଚ୍ଚରେ ରହିଛି। ଏହା ଫ୍ରାନ୍ସର ରାଜଧାନୀ ପ୍ୟାରିସର ପରିବେଶ ଓ ପରିସ୍ଥିତି ସହ ସମାନ। 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.