ଏସୀୟ କ୍ରୀଡା : ହାରିଗଲେ ସିନ୍ଧୁ, ରୌପ୍ୟରେ ହେଲେ ସନ୍ତୁଷ୍ଟ
28/08/2018 at 1:46 AM

ଜାକର୍ତ୍ତା ୨୮।୮ : ଅଷ୍ଟାଦଶ ଏସୀୟ କ୍ରୀଡାର ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଫାଇନାଲରେ ଭାରତର ପି.ଭି. ସିନ୍ଧୁ ଚୀନ୍ର ତାଇ ଜୁ ଇଙ୍ଗ୍ଙ୍କଠାରୁ ପରାସ୍ତ ହୋଇଛନ୍ତି । ଫଳରେ ସିନ୍ଧୁଙ୍କୁ କେବଳ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ।ଗତକାଲି ଜାପାନର ଅକାନେ ୟାମାଗୁଚିଙ୍କୁ ପରାସ୍ତ ସିନ୍ଧୁ କରି ଫାଇନାଲରେ ପ୍ରବେଶ କରିଥିଲେ । ସେହିଭଳି ତୀରନ୍ଦାଜରେ ମଧ୍ୟ ଭାରତକୁ ରୌପ୍ୟ ପଦକ ମିଳିଛି । ଏହି ଦୁଇ ରୌପ୍ୟ ପଦକ ସହ ଭାରତ ୪୪ଟି ପଦକ ହାସଲ କରିଛି । ଏଥିରେ ୮ଟି ସ୍ବର୍ଣ୍ଣ, ୧୬ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଜ ପଦକ ରହିଛି । ପଦକ ତାଲିକାରେ ୯ମ ସ୍ଥାନରେ ଭାରତ ରହିଛି । ସମୁଦାୟ ୧୯୩ଟି ପଦକ ପାଇ ଚୀନ ପ୍ରଥମ ସ୍ଥାନରେ ରହିଛି ।