CWG 2022 : କମାଲ କଲେ ଷ୍ଟାର ସଟଲର ସିନ୍ଧୁ, ଜିତିଲେ ସ୍ୱର୍ଣ୍ଣ ପଦକ

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ:  ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ଏକକ ବର୍ଗର ଫାଇନାଲ ମ୍ୟାଚରେ କାନାଡା ସଟଲର ନିଶେଲ ଲିଙ୍କୁ ପରାସ୍ତ କରିଛନ୍ତି। ଲଗାତାର ଦୁଇ ଗେମରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହାସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ଏକକ ବର୍ଗରେ ନିଜର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।   

ମ୍ୟାଚ ଆରମ୍ଭରୁ ସିନ୍ଧୁ ତାଙ୍କ ପ୍ରତିପକ୍ଷ ବିଶ୍ୱର ୧୩ ନମ୍ୱର ଖେଳାଳିଙ୍କ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ପ୍ରଥମ ଗେମକୁ ୨୧-୧୫ରେ ଜିତି ନେଇଥିଲେ। ଏହାପରେ ଦ୍ୱିତୀୟ ଗେମକୁ ମଧ୍ୟ ଅତି ସହଜରେ ୨୧-୧୩ରେ ଜିତି ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜତିଛନ୍ତି ।

ପ୍ରଥମ ଗେମରେ ମିଶେଲ ସିନ୍ଧୁଙ୍କୁ କଡା ଟକ୍କର ଦେଇଥିଲେ । କିନ୍ତୁ ଦ୍ୱିତୀୟ ଗେମରେ ସିନ୍ଧୁ କୌଣସି ସୁଯୋଗ ଦେଇ ନଥିଲେ ଏବଂ ଏକତରଫା ଗେମ ଜିତିଥିଲେ । ଦୁଇ ଥରର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ରାଜ୍ୟଗୋଷ୍ଠୀରେ ଗତ ଦୁଇଟି ସଂସ୍କରଣ ୨୦୧୪ ଏବଂ ୨୦୧୮ରେ ରୌପ୍ୟ ପଦକ ଜିତିଥିଲେ। ସିନ୍ଧୁ ଚଳିତ ବର୍ଷ ମିକ୍ସଡ୍ ଟିମ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ମିକ୍ସଡ ଟିମ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.