ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ସିଙ୍ଗାପୁର ଓପନ ଫାଇନାଲରେ ସିନ୍ଧୁ, ବର୍ଷର ପ୍ରଥମ ସୁପର ୫୦୦ ଟାଇଟଲଠୁ ଗୋଟିଏ ବିଜୟ ଦୂରରେ

16/07/2022 at 5:21 PM

ନୂଆଦିଲ୍ଲୀ: ଭାରତର ଷ୍ଟାର ସଟଲର ପିଭି ସିନ୍ଧୁ ସିଙ୍ଗାପୁର ଓପନ ଫାଇନାଲରେ ପ୍ରବେଶ କରିଛନ୍ତି । ଶନିବାର ମହିଳା ଏକକ ବର୍ଗର ସେମିଫାଇନାଲରେ ଜାପାନର ସାଏନା କାବାକାମିଙ୍କୁ ପରାସ୍ତ କରି ସିଙ୍ଗାପୁର ଓପନ ଫାଇନାଲରେ ପହଞ୍ଚିଛନ୍ତି । ଦୁଇଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ ଚଳିତ ବର୍ଷ ସୈୟଦ ମୋଦୀ ଅନ୍ତର୍ଜାତୀୟ ଏବଂ ସ୍ୱିସ୍ ଓପନରେ ଦୁଇଟି ସୁପର ୩୦୦ ଟାଇଟଲ ହାସଲ କରିସାରିଛନ୍ତି । ୩୧ ମିନିଟ ଧରି ଚାଲିଥିବା ସେମିଫାଇନାଲରେ ସେ ୨୧-୧୫, ୨୧-୭ ସିଧା ସେଟରେ ବିଜୟୀ ହୋଇଛନ୍ତି । ଏବେ ସେ ୨୦୨୨ରେ ନିଜର ପ୍ରଥମ ସୁପର ୫୦୦ ଟାଇଟଲ ଠାରୁ ଗୋଟିଏ ବିଜୟ ଦୂରରେ ଅଛନ୍ତି ।

ମ୍ୟାଚରେ ବିଜୟର ପ୍ରବଳ ଦାବିଦାର ଥିବା ପୂର୍ବତନ ବିଶ୍ୱ ଚାମ୍ପିୟନ ସିନ୍ଧୁ ଦୁନିଆର ୩୮ ନମ୍ୱର ଖେଳାଳି କାବାକାମିଙ୍କ ଉପରେ ଆରମ୍ଭରୁ ଭାରି ପଡିଥିଲେ। କାବାକାମି ଏହି ମୁକାବିଲାରେ ଅନେକ ଭୁଲ ସଟ୍ ମଧ୍ୟ ଖେଳିଥିଲେ । ମ୍ୟାଚ ଆରମ୍ଭରୁ ସିନ୍ଧୁ ସ୍ମାସ ବର୍ଷା କରିଥିଲେ ଏବଂ ବ୍ରେକ୍ ସୁଦ୍ଧା ତିନି ଅଙ୍କର ଲିଡ୍ ନେଇଥିଲେ । ପରେ ୨୪ ବର୍ଷୀୟା ଜାପାନୀ ଖେଳାଳି ମ୍ୟାଚରେ ବରାବର କରିବାକୁ ପ୍ରସାୟ କରିଥିଲେ କିନ୍ତୁ ମ୍ୟାଚକୁ ଫେରି ପାରି ନଥିଲେ । ଏହାସହ ସିନ୍ଧୁ ଏହି ମୁକାବିଲାରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଥିଲେ ।

   Related Posts