ସୋମବାରରେ ପୁତ୍ରଦା ଏକାଦଶୀ - ଜପ କରନ୍ତୁ ଏହି ମନ୍ତ୍ର , ପାଇବେ ସୁଫଳ

Published By : Prameya-News7 Bureau | January 06, 2020 IST

ରବିବାରରେ ଦଶମୀ ତିଥି ଅବସରରେ ଶାମ୍ବ ଦଶମୀ ପାଳିତ ହୋଇଥିଲା । ଏହି ଦିନ ସୂର୍ଯ୍ୟଙ୍କୁ ଉପାସନା କରି ଅନେକ ରୋଗ ମୁକ୍ତ ହୋଇଥିବା କଥା ବିଶ୍ୱାସ ରହିଛି । ସୋମବାରରେ ଏକାଦଶୀ ତିଥି । ଏହା ପୁତ୍ରଦା ଏକାଦଶୀନାମରେ ଖ୍ୟାତ । ଏକଦଶୀ ଉପବାସର ବଡ ମହତ୍ତ୍ୱ ରହିଛି । ଏହି ଦିନ ବିଷ୍ଣୁଙ୍କର ଉପାସନା ଓ ପୂଜାର୍ଚ୍ଚନା କଲେ ଧନ ଏବଂ ଆରୋଗ୍ୟ ପ୍ରାପ୍ତି ହୋଇଥାଏ । ପୁତ୍ରଦା ଏକାଦଶୀ ବ୍ରତ କଲେ ସନ୍ତାନ ପ୍ରାପ୍ତି ଯୋଗ ସୃଷ୍ଟି ହୋଇଥାଏ ।

{"id":207544,"width":576,"height":584,"sizeSlug":"large"}

ଏହି ଦିନ ବିବାହିତା ନାରୀ ବିଷ୍ଣୁଙ୍କର ବ୍ରତ ଓ ଉପବାସ କଲେ ସୁନ୍ଦ ଓ ସ୍ୱାସ୍ଥ୍ୟବାନ ସନ୍ତାନ ପ୍ରାପ୍ତି ହୋଇଥାଏ । ଚଳିତ ବର୍ଷ ୬ଜାନୁଆର ଅର୍ଥାତ ଆଜିର ଦିନରେ ପୁତ୍ରଦା ଏକାଦଶୀ ତିଥି । ଏହି ବ୍ରତ ଅନ୍ୟମାନ କଲେ ବିଭିନ୍ନ ସମସ୍ୟାରୁ ମୁକ୍ତ ମିଳିବ ।

{"id":207546,"sizeSlug":"large"}

ପୌଷ ପୁତ୍ରଦା ଏକାଦଶୀ କଥାୀ

ଏହି ବ୍ରତର ଆରମ୍ଭ ମହୀଜିତ ନାମକ ରାଜା କରିଥିଲେ। ତାଙ୍କର ପୁତ୍ର ସନ୍ତାନ ନ ହେବାରୁ ସେ ଚିନ୍ତିତ ଥିଲେ । ସେହି ସମୟରେ ପୁଅମାନେ ରାଜ ସିଂହାସନରେ ବସୁଥିଲେ । ମହୀଜିତ୍‌ ନିଜର ପ୍ରଜାମାନଙ୍କୁ ବହୁତ ଭଲ ପାଉଥିଲେ । ଅପରାଧୀମାନଙ୍କୁ କଡା ଦଣ୍ଡ ଦେଉଥିଲେ । ପ୍ରଜାମାନେ ରାଜାଙ୍କୁ ବହୁତ ଭଲ ପାଉଥିଲେ । ମାତ୍ର ଉତ୍ତରାଧୀକାରୀ ଚିନ୍ତାରେ ରାଜା ସବୁବେଳେ ବୁଡ଼ି ରହୁଥିଲେ ।

ରାଜା କହିଲେ ଏହି ଜନ୍ମରେ ସବୁ ଭଲ କାମ କରି ଏପରି କାହିଁକି ହେଲେ । ତେବେ ଜଣେ ବିଦ୍ୟାନ ଜ୍ୟୋତିଷଷ ତାଙ୍କୁ ପୂର୍ବ ଜନ୍ମ ରେ କିଛି ପାପର ଏହା ଫଳ ବୋଲି କହିଥିଲେ । ମହର୍ଷି ଲୋମଶଙ୍କ ପାଖକୁ ଯିବା ପାଇଁ ରାଜଙ୍କୁ ପରାମର୍ଶ ଦେଇଥିଲେ । ରାଜା ବନରେ ତପସ୍ୟା କରୁଥିବା ମହର୍ଷି ଲୋମଶଙ୍କ ପାଖକୁ ଯାଇଥିଲେ । ମହର୍ଷିଙ୍କୁ ଭେଟି ରାଜ ସନ୍ତାନ ପ୍ରାପ୍ତି ବିଷୟରେ ପଚାରିଥିଲେ । ମହର୍ଷି ରାଜାଙ୍କର ପୂର୍ବ ଜନ୍ମ କଥା କହିଥିଲେ। ସେ ନିର୍ଧନ ଥିଲେ ଓ ଟଙ୍କା ପାଇଁ ବହୁତ ଖରାପ କାମ କରିଥିବା କଥା କହିଥିଲେ । ଏକ ତୃଷାତ ଗାଈର ପାଣି ବି ନିଜେ ପିଇ ଦେଇଥିଲେ । ଏଥିପାଇଁ ଏହି ଜନ୍ମରେ ଏପରି ଦଶା ପଡିଥିବା ସେ କହିଥିଲେ ।

{"id":207547,"width":554,"height":372,"sizeSlug":"large"}

ପୌଷ ମାସରେ ରାଜଙ୍କ ସହ ସମସ୍ତ ପ୍ରଜା ଶୁକ୍ଳ ପକ୍ଷ ଏକାଦଶୀରେ ବ୍ରତ ରଖିବା ସହ ଉଜାଗର ରହିବେ । ଏପରି କଲେ ପାପ କ୍ଷୟ ହେବ । ଏହାପରେ ରାଜାଙ୍କ ସହ ସମସ୍ତ ପ୍ରଜା ଏହି ବ୍ରତ ରଖଥିଲେ । ରାଜାଙ୍କର ସନ୍ତାନ ପ୍ରାପ୍ତି ହୋଇଥିଲା ।

ଏଥିପାଇଁ ପୁତ୍ରଦା ଏକାଦଶୀ ତିଥିରେ ସ୍ନାନ ଶୌଚାଦି କାର୍ଯ୍ୟ ସମାପ୍ତ କରି ବିଷ୍ଣୁ କିମ୍ବା କୃଷ୍ଣଙ୍କର ଉପାସନା କରିବା ଉଚିତ୍‌ ।

ହଲଦିଆ ରଙ୍ଗର ଫୁଲ ଓ ଫଳ ତୁଳସୀ ଜଟା ଏବଂ ପଞ୍ଚାମୃତ ଅର୍ପଣ କରିବେ ।

ଏହାପରେ ସନ୍ତାନ ଗୋପାଳ ମନ୍ତ୍ର ଜପ କରିବେ ।

ପତି ପତ୍ନୀ ଏକାଠି ମନ୍ତ୍ର ଜପ କରିବେ ।

ଏକ ଶହ ଆଠ ଥର ଓଁ କ୍ଲିଂ କୃଷ୍ଣାୟ ନମଃ ଜପ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.