oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ପୁଣିଥରେ ଋଷ୍‌ରେ ପୁଟିନ୍‌ଙ୍କ ଜଲଓ୍ଵା, ସଂସଦ ନିର୍ବାଚନରେ ମାରିଲେ ବାଜିମାତ୍

21/09/2021 at 4:45 PM

ମସ୍କୋ, ୨୦/୦୯: ବିଶ୍ୱର ଅନ୍ୟ ଏକ ପ୍ରମୁଖ ରାଷ୍ଟ୍ର ଋଷ୍‌ରେ ସଂସଦୀୟ ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ପୁଣିଥରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ବାଜି ମାରିଛନ୍ତି । ପୁଟିନ୍‌ଙ୍କ ୟୁନାଇଟେଡ୍‌ ଋଷିଆ ଦଳ ଜୋରଦାର ବହୁମତ ହାସଲ୍‌ କରି ବିପକ୍ଷ ପାର୍ଟିଙ୍କୁ ପରାଜିତ କରିଛି । ନ୍ୟୁଜ୍‌ ଏଜେନ୍ସି ରିୟଟର୍ସ ମୁତାବିକ ସତ୍ତାଧାରୀ ପାର୍ଟିର ୨୦ ପ୍ରତିଶତ ପ୍ରାର୍ଥୀଙ୍କୁ ହାର ମାନିବାକୁ ପଡ଼ିଛି ।

ଋଷ୍‌ର ନିର୍ବାଚନ ଆୟୋଗ ଏନେଇ କହିଛନ୍ତି, ୩୩ ପ୍ରତିଶତ ଭୋଟ ଗଣନାରେ ପୁଟିନ୍‌ଙ୍କ ଦଳ ୟୁନାଇଟେଡ୍‌ ଋଷିଆ ୪୫ % ଭୋଟ ହାସଲ କରିଛନ୍ତି । ପୁଟିନ୍‌ଙ୍କ ବିପକ୍ଷ କମ୍ୟୁନିଟି ପାର୍ଟି ୨୨ ପ୍ରତିଶତ ଭୋଟ ହାସଲ କରିଛି ।

୨୦୧୬ ମସିହା ସଂସଦୀୟ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ପୁଟିନ୍‌ଙ୍କ ପାର୍ଟିର ପ୍ରଦର୍ଶନ ସେତେଟା ଭଲ ନଥିବା ଜଣାପଡ଼ିଛି । ୨୦୧୬ ମସିହାରେ ପାର୍ଟି ୫୪ ପ୍ରତିଶତ ଭୋଟ ହାସଲ କରିଥିଲା । କହିରଖୁଛୁ ଯେ, ପୁଟିନ୍‌ଙ୍କ ଦଳ ବିପକ୍ଷଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ବିପକ୍ଷ ନେତା ଏଲେକ୍ସି ନବଲନି ଲାଗାତାର ପୁଟିନ୍‌ଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଆଣିଥିଲେ  ଏବଂ ସମର୍ଥକ ମାନେ ମଧ୍ୟ କେତେକ ଅଭିଯାନ ଚଳାଇଥିଲେ । ଯାହାଫଳରେ ପାର୍ଟିର ଛବି ଧିରେ ଧିରେ ଖରାପ ହୋଇଥିଲା ।

ଅନ୍ୟପଟେ ନବଲନିଙ୍କ ସମର୍ଥକମାନେ ଅଭିଯୋଗ ଆଣି କହିଛନ୍ତି ଯେ, େହି ନିର୍ବାଚନ ଏକ ପ୍ରକାର ଲୋକ ଦେଖାଣିଆ, ଯଦି ନିର୍ବଚନ ନିରପେକ୍ଷ ହୋଇଥାନ୍ତା ତେବେ ୟୁନାଇଟେଡ୍‌ ଋଷଆ ପାର୍ଟି ନିଶ୍ଚୟ ହାରିଥାନ୍ତା ।    

   Related Posts