ସୈନିକଙ୍କୁ ପୁଟିନଙ୍କ ଖୋଲା ଅଫର, ଯୁଦ୍ଧ ଜିତିକି ଆସ ସାଂସଦ ହୁଅ

Published By : Prameya-News7 Bureau | January 12, 2023 IST

ମସ୍କୋ ୧୨।୧: ଋଷିଆ-ୟୁକ୍ରେନ ଯୁଦ୍ଧରେ ସୈନିକଙ୍କ ମନୋବଳ ବଢେଇବାକୁ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଏକ ନୂଆ ଚାଲ ଆପଣେଇଛନ୍ତି। ପୁଟିନଙ୍କ ପାର୍ଟି ୟୁନାଇଟେଡ ଋଷିଆ ଘୋଷଣା କରିଛି ଯେ ଚଳିତବର୍ଷ ହେବାକୁ ଥିବା ନିର୍ବାଚନରେ ଲଢିବା ଲାଗି ଅଧିକାଂଶ ଟିକେଟ୍ ସେହି ଲୋକଙ୍କୁ ଦିଆଯିବ ଯେଉଁମାନେ ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧରେ ସାମିଲ ଅଛନ୍ତି। ଋଷିଆ ସେନାରେ ନିଜର ବୀରତ୍ୱ ପ୍ରଦର୍ଶନ କରୁଥିବା ସୈନିକ ଓ ସେନାର ନେତୃତ୍ୱ ନେଉଥିବା ଅଫିସରଙ୍କୁ ଏଥର ଋଷିଆ ସଂସଦକୁ ପଠାଯିବ ବୋଲି ଘୋଷଣାରେ କୁହାଯାଇଛି।

{"id":732392,"width":841,"height":543,"sizeSlug":"full","linkDestination":"none"}

ପୁଟିନଙ୍କ ପାର୍ଟିର ଏହି ଘୋଷଣା ପରେ ଏବେ ଅନ୍ୟ ରାଜନୈତିକ ଦଳ କମ୍ୟୁନିଷ୍ଟ, ଲିବରାଲ ଓ ଜଷ୍ଟ ଋଷିଆ ପାର୍ଟି ମଧ୍ୟ ଆଗାମୀ ନିର୍ବାଚନରେ ଯୁଦ୍ଧରେ ଭାଗ ନେଇଥିବା ସୈନିକଙ୍କୁ ନିର୍ବାଚନୀ ଟିକେଟ ଦେବା କଥା କହିଲେଣି। ତେବେ କଥା କେବଳ ନିର୍ବାଚନ ଟିକେଟ୍‌ରେ ଅଟକି ନାହିଁ, ସୈନିକଙ୍କୁ ସରକାରୀ ପଦପଦବୀରେ ନିଯୁକ୍ତି ଲାଗି ମଧ୍ୟ ଶାସକ ଦଳ ବିଚାର କରୁଥିବା ଜଣାପଡିଛି। ଋଷିଆ ସରକାର ଓ ରାଜନୈତିକ ଦଳଙ୍କ ଏପରି ନିଷ୍ପତ୍ତି ଦେଶରେ ସୈନ୍ୟ ମନବଳକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଏବେ କୁହାଯାଉଛି।

{"id":732393,"sizeSlug":"full","linkDestination":"none"}

ସେନାରେ ନିଯୁକ୍ତି ଲାଗି ଋଷିଆ ଖୁବ୍ ଶୀଘ୍ର ନୂଆ ନିୟମ କରିବାକୁ ପ୍ରସ୍ତୁତି କରୁଛି। ଋଷୀୟ ସଂସଦ ‘ଡୁମା’ରେ ପ୍ରତିରକ୍ଷା ସମ୍ପର୍କିତ କମିଟିର ମୁଖ୍ୟଙ୍କ ଅନୁସାରେ ସେନାରେ ନିଯୁକ୍ତି ଲାଗି ଏବେ ସର୍ବନିମ୍ନ ବୟସ ୨୧  ଓ ସର୍ବାଧିକ ୩୦ ବର୍ଷ କରାଯିବ। ସେନାକୁ ବର୍ଷକରୁ ୩ ବର୍ଷ ଲାଗି ନିଯୁକ୍ତି ମିଳିବ। ଏବେ ଋଷିଆ ସେନାରେ ନିଯୁକ୍ତି ଲାଗି ସର୍ବନିମ୍ନ ବୟସ ୧୮ ବର୍ଷ ରହିଛି। ଋଷିଆ ରାଷ୍ଟ୍ରପତି ପୁଟିନ ସେନା ନିଯୁକ୍ତିରେ ଥିବା ଅସୁବିଧା ତୁରନ୍ତ ସୁଧାର କରାଯିବ ବୋଲି କହିଛନ୍ତି । ଋଷିଆର ଏହି ନିଷ୍ପତ୍ତି ପରେ ଦେଶରେ ସେନା ନିଯୁକ୍ତି ଲାଗି ମୋବିଲାଇଜେସନର ଦ୍ୱିତୀୟ ପର୍ଯ୍ୟାୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ଋଷିଆ ସେନାରେ ଏବେ ୧୦ ଲକ୍ଷ ସୈନିକ ଅଛନ୍ତି ଯାହାକୁ ପୁଟିନ ବଢାଇ ୧୫ ଲକ୍ଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.