ଯୁଦ୍ଧରେ ପୁଟିନ ସେନାକୁ ବଡ଼ ଝଟକା, ୬୫ ମିଲିୟନ ଡାଲରର ରୁଷ ଜାହାଜକୁ ମାରି ନଷ୍ଟ କଲା ୟୁକ୍ରେନ

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଅଧିକରୁ ଅଧିକ ଭୟଙ୍କର ହେବାରେ ଲାଗିଛି । ଏହାରି ଭିତରେ ରୁଷର ଏକ ଯୁଦ୍ଧପୋତକୁ ସମୁଦ୍ରରେ ନଷ୍ଟ କରାଯାଇଥିବା ୟୁକ୍ରେନ ଦାବି କରିଛି । ୟୁକ୍ରେନ ମଙ୍ଗଳବାର କହିଛି ଯେ ଉଚ୍ଚ ଶକ୍ତିଶାଳୀ ସାମୁଦ୍ରିକ ଡ୍ରୋନକୁ ବ୍ୟବହାର କରି କୃଷ୍ଣ ସାଗରରେ କ୍ରିମିଆ ନିକଟରେ ରୁଷ ଯୁଦ୍ଧପୋତକୁ ନଷ୍ଟ କରାଯାଇଛି । ତେବେ ୟୁକ୍ରେନର ଏହି ଦାବି ଉପରେ ରୁଷ ଅଧିକାରୀ କୌଣସି ବୟାନ ଦେଇନାହାନ୍ତି । ଏହା ପୂର୍ବରୁ ୟୁକ୍ରେନ ଫେବ୍ରୁଆରୀରେ ମଧ୍ୟ ଦୁଇଟି ରୁଷ ଯୁଦ୍ଧପୋତକୁ ନଷ୍ଟ କରିଥିବା ଦାବି କରିଥିଲା ।

ୟୁକ୍ରେନୀ ସୈନିକ ଗୁଇନ୍ଦା ଏଜେନ୍ସି କହିଛି ଯେ ଏକ ବିଶେଷ ଅଭିଯାନ ୟୁନିଟ୍ ବଡ଼ ପାଟ୍ରୋଲିଂ ଜାହାଜ ସର୍ଗୋଇ କୋଟୋଭକୁ ଚାଳକ ରହିତ ମଗୁରା ଭି୫ରୁ ରାତିରେ ନଷ୍ଟ କରାଯାଇଛି । ମଗୁରା ଭି୫ ୟୁକ୍ରେନରେ ଡିଜାଇନ୍ ଏବଂ ନିର୍ମିତ ଏବଂ ବିସ୍ଫୋରକରେ ଭର୍ତ୍ତି ଥିବା ଡ୍ରୋନ । ୟୁକ୍ରେନ କହିଛି ଯେ ପାଟ୍ରୋଲିଂ ଜାହାଜକୁ କେର୍ଚ ଷ୍ଟ୍ରେଟ୍ ନିକଟରେ ଟାର୍ଗେଟ୍ କରାଯାଇଛି ଏବଂ କଥିତ ରୂପେ ଏଥିରେ ୬୦ ଜଣ ଯାତ୍ରା କରୁଥିଲେ ।

wp:html /wp:html

ୟୁକ୍ରେନର ସୈନ୍ୟ ଗୁଇନ୍ଦା କୃଷ୍ଣ ସାଗରରେ ନଷ୍ଟ କରାଯାଇଥିବା ରୁଷ ଜାହାଜକୁ ୬୫ ମିଲିୟନ ଆମେରିକୀୟ ଡଲାରରେ ନିର୍ମାଣ କରାଯାଇଛି । ୨୦୨୨ ଫେବ୍ରୁଆରୀରୁ ରୁଷ ଦ୍ୱାରା ୟୁକ୍ରେନ ଉପରେ ସୈନ୍ୟ ଆକ୍ରମଣ ହେବା ପରେ ଅନେକ କଥା ପ୍ରଚାର କରାଯାଉଥିବାରୁ ଏହି ଦାବି ଉପରେ ତତ୍କାଳ ମୋହର ମରାଯାଇ ପାରୁ ନାହିଁ ।

କିଭ୍ ଅଧିକାରୀଙ୍କ କହିବା କଥା ୟୁକ୍ରେନ ଉପରେ ପ୍ରାୟ ୨୦ ପ୍ରତିଶତ ରୁଷ ମିସାଇଲ୍ ଆକ୍ରମଣ କୃଷ୍ଣ ସାଗରରେ କରାଯାଉଛି । ଏବଂ ରୁଷ ଜାହାଜକୁ ଟାର୍ଗେଟ୍ କରାଯିବା ମସ୍କୋ ପାଇଁ ଲଜ୍ଜାଜନକ ଅଟେ । ୟୁକ୍ରେନ ଗତ ମାସରେ ବି ରୁଷର ଦୁଇଟି ଯୁଦ୍ଧପୋତକୁ ନଷ୍ଟ କରିଥିବା ଦାବି କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.